ଯୋଗଦେବେ ୩୦ ରାଷ୍ଟ୍ର; ଆସିବନି ଚୀନ

ଯୋଗଦେବେ ୩୦ ରାଷ୍ଟ୍ର; ଆସିବନି ଚୀନ

ନୂଆଦିଲ୍ଲୀ:

ଆଜି ଠାରୁ ଦୁଇ ଦିନ ବ୍ୟାପି ଦିନ ଦିଲ୍ଲୀରେ ବିଶ୍ଵ ବୌଦ୍ଧ ସମ୍ମିଳନୀ ଅପୁଷ୍ଠିତ ହେବାକୁ ଯାଉଛି | ଏହି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବାକୁ ରହିଥିବା ବେଳେ ଭାରତର ଆମନ୍ତ୍ରଣକ୍ରମେ ବିଶ୍ଵର ୩୦ଟି ରାସ୍ତାରୁ ବୌଦ୍ଧ ପ୍ରତିନିଧିମାନେ ଯୋଗ ଦେବାକୁ ଭାରତ ଆସିଛନ୍ତି | କିନ୍ତୁ ଚୀନ ଏହି ସମ୍ମିଳନୀରେ ଯୋଗ ଦେବା ନାହିଁ ବୋଲି ସୂଚନା ମିଳିଛି | ଚୀନକୁ ଆମନ୍ତ୍ରଣ କରାଯାଇଥିଲେ ମଧ୍ୟ ଭାରତ ସହ ସୀମା ବିବାଦକୁ ନେଇ ଚୀନ ଏଥିରୁ ନିବୃତ ରହିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଅନ୍ତର୍ଜାତୀୟ ବୌଦ୍ଧ ସଂଘ(ଆଇବିସି) ମହାନିର୍ଦ୍ଦେଶକ ଅଭିଜିତ ହଳଦର କହିଛନ୍ତି | ତେବେ ତାଇୱାନରୁ ଦୁଇଟି ପ୍ରତିନିଧି ଦଳ ଭାରତ ଆସୁଛନ୍ତି ବୋଲି ଅଭିଜିତ କହିଛନ୍ତି | ସୂଚନା ଥାଉକି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ସହ ମିଶି ଆଇବିସି ଏହି କାର୍ଯ୍ୟକ୍ରମର ଆୟୋଜନ କରୁଛି | ସାଂସ୍କୃତିକ କ୍ଷେତ୍ରରେ ବିଶ୍ଵରେ ଅନ୍ୟ ଦେଶ ସହ ସମ୍ପର୍କ ମଜଭୁତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ | ଏହି କାର୍ଯ୍ୟକ୍ରମ ଦ୍ୱିତୀୟ ଦିନରେ ତିବ୍ବତ ଧର୍ମଗୁରୁ ଦଲାଇ ଲାମା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି | ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦଳାଇଲାମାଙ୍କ ସାକ୍ଷାତକାରକୁ ଚୀନ ପୂର୍ବରୁ ବିରୋଧ କରି ଆସିଥିଲା ବେଳେ ଏହାକୁ ଦୃଷ୍ଟିରେ ରଖି ଏହି ସମ୍ମିଳନୀରେ ଯୋଗ ନଦେବା ଅନ୍ୟତମ କାରଣ କାରଣ ହୋଇପାରେ ବୋଲି କୁହାଯାଇଛି | ଏହି କାର୍ଯ୍ୟକ୍ରମରେ ଶ୍ରୀଲଙ୍କା, ଥାଇଲାଣ୍ଡ, ଭିଏତନାମ ଓ ମିଆଁମାରର ପ୍ରତିନିଧି ଦଳ ଯୋଗ ଦେବେ | ଏହି କାର୍ଯ୍ୟକ୍ରମରେ ବୁଦ୍ଧ ଧାମ ଓ ଶାନ୍ତି, ବୁଦ୍ଧ ଧାମ, ଜଳବାୟୁ ସଂଙ୍କଟ, ସ୍ୱାସ୍ଥ୍ୟ ଓ ସ୍ଥିରତା, ନାଳନ୍ଦା ବୁଦ୍ଧିଷ୍ଟ ପରମ୍ପରାର ସଂରକ୍ଷଣ ଭଳି ବିଭିନ୍ନ ପ୍ରସଙ୍ଗର ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି |

author

Related Articles

Leave a Reply

Your email address will not be published. Required fields are marked *