ଶାଢ଼ୀ ପିନ୍ଧି ତିନି କି.ମି, ଦୌଡିଲେ ମହିଳା

ଶାଢ଼ୀ ପିନ୍ଧି ତିନି କି.ମି, ଦୌଡିଲେ ମହିଳା

ବେଙ୍ଗାଲୁରୁ:

ପୁଣେ ବିଶ୍ୱବିଦ୍ୟାଳୟର ଖସାବାଯାଦବ କ୍ରୀଡା ସ୍କୁଲରେ ନିକଟରେ ତିନି କିଲୋମିଟର ଶାଢ଼ୀ ଦୌଡ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା | ଏହି ଦୌଡ କାର୍ଯ୍ୟକ୍ରମରେ ମହିଳାମାନେ ଶାଢ଼ୀ ପିନ୍ଧି ସଜବାଜା ହୋଇଆସିଥିଲେ | ଏଥିରେ ପ୍ରାୟ ୬ହଜାର ମହିଳା ନିଜ ନାଁ ପଞ୍ଜିକୃତ କରିଥିଲେ | କେବଳ ସେତିକି ନୁହେଁ, ମହିଳାମାନେ ଶାଢୀରେ ତିନି କିଲୋମିଟର ଦୌଡ଼ିଥିଲେ | ତେବେ ଏ କାର୍ଯ୍ୟକ୍ରମ ଆୟୋଜନ ପଛରେ ଭିନ୍ନ ଉଦ୍ଦେଶ୍ୟ ଅଛି | ସାଧାରଣତଃ ମହିଳାମାନେ ଘରର ଦାଇତ୍ୱକୁ ପ୍ରାଥମିକତା ଦେଉଥିବାରୁ ସେମାନେ ନିଜର ଫିଟନେସ ପ୍ରତି ଧ୍ୟାନ ଦେଇ ନ ଥାନ୍ତି | ଫଳରେ ଅସୁସ୍ଥତା ସହ ଅନ୍ୟାନ୍ୟ ସମସ୍ୟାକୁ ସେମାନଙ୍କୁ ସାମ୍ନା କରିବାକୁ ପଡିଥାଏ | ଅନ୍ୟପଟେ ଶାଢ଼ୀ ପ୍ରତ୍ୟକ ଭାରତୀୟ ମହିଳା ମୁଖ୍ୟ ପରିଧାନ | ଏଣୁ ଶାଢ଼ୀ ଦୌଡ ମହିଳାଙ୍କ ଚ୍ୟାଲେଞ୍ଜକୁ ବୁଝିବା ଓ ଫିଟନେସ ସହ ଯୋଡିବା ପାଇଁ ଏକ ସୁନ୍ଦର ମଞ୍ଚ ବୋଲି କୁହାଯାଇଛି | ଏହି କାର୍ଯ୍ୟକ୍ରମ ତନିରା ଶାଢ଼ୀ ଓ ବେଙ୍ଗାଲୁରୁ ଫିଟନେସ କମ୍ପାନୀ ଜେଜେଆକ୍ଟିଭି ମିଶି କରିଛନ୍ତି | ସେହିପରି ଏଭଳି ଏକ ଆୟୋଜନ ସବୁ ବୟସର ମହିଳାଙ୍କୁ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବ ଦିଗରେ ପ୍ରୋତ୍ସାହିତ କରିବ | ବେଙ୍ଗାଲୁରୁରେ ଏହି ଫିଟନେସ କମ୍ପାନୀ ପାଞ୍ଚ ବର୍ଷ ହେବ ଶାଢ଼ୀ ଦୌଡ ଆୟୋଜନ କରିଆସୁଛୁ | ଏଥର ପୁଣେରେ ପ୍ରଥମ ଥର ପାଇଁ ଶାଢ଼ୀ ଦୌଡ ଆୟୋଜନ ହୋଇଥିବାବେଳେ ଆଗକୁ ପାଞ୍ଚଟି ସହରର ଶାଢ଼ୀ ଦୌଡ କରିବା ପାଇଁ ଉକ୍ତ କମ୍ପାନୀ ଲକ୍ଷ୍ୟ କରିଛି |

author

Related Articles

Leave a Reply

Your email address will not be published. Required fields are marked *