ପୁଲା ପୁଳା ଗଞ୍ଜେଇ ସହ ୫ ଦେଶୀ ବନ୍ଧୁକ ଓ ୨ ମାଫିଆ ଗିରଫ l

ପୁଲା ପୁଳା ଗଞ୍ଜେଇ ସହ ୫ ଦେଶୀ ବନ୍ଧୁକ ଓ ୨ ମାଫିଆ ଗିରଫ l

Boudh:

ଗଂଜେଇ ଗଡରେ ଗଞ୍ଜେଇ ଚାଲାଣ ଥମିବାର ନାଁ ନେଉନି l ପ୍ରତିଦିନ ପୋଲିସ୍ ପକ୍ଷରୁ ଯେତେ ଗଂଜେଇ ଧରlଜାଉଛି ପୁଣି ସେତେ ବାହାରୁଛି l ବିଭାଗ ଡାଳେ ଡାଳେ ଗଲେ ଗଂଜେଇ ମାଫିଆ ପତରେ ପତରେ ଯାଉଛି l ଗଞ୍ଜେଇ ପୋଡି ନଷ୍ଟ କରାଯାଉଛି କହି ବାହା ବା ନେଉଥିବା ବେଳେ ଏତେ ପରିମାଣ ରେ ଗଂଜେଇ ଆସୁଛି କୋଉଠୁ l କଣ୍ଟାମାଳ ପୋଲିସ ଚଢ଼ାଉ କରି ବ୍ୟାପକ ପରିମାଣର ଗଞ୍ଜେଇ, ଦେଶି ବନ୍ଧୁକ ଜବତ କରିବା ସହ ୨ଜଣ ଅଭିଯୁକ୍ତ କୁ ଗିରଫ କରିଥିବା ଜଣାପଡିଛି । ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବୌଦ୍ଧ ଏସପି ରାଜ ପ୍ରାସାଦ ଙ୍କ ନିର୍ଦ୍ଦେଶକ୍ରମେ କଣ୍ଟାମାଳ ଥାନା ମାନପଦର ଜଙ୍ଗଲରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା ।ପୋଲିସ କୁ ଦେଖି ମାଫିଆ ମାନେ ଫେରାର ହୋଇଥିଲେ । ପୋଲିସ ଘଟଣା ସ୍ଥଳରୁ ବ୍ୟାପକ ଗଞ୍ଜେଇ, ୫ ଦେଶି ବନ୍ଧୁକ ଜବତ କରିବା ସହ ୨ଜଣ ଅଭିଯୁକ୍ତକୁ ଗିରଫ କରିଛି । ଜବତ ଗଞ୍ଜେଇ କୁ ଆଣି ଓଜନ କଲା ପରେ ୩୧ କ୍ଵିଣ୍ଟାଲ ହୋଇଥିବା ପୋଲିସ ପକ୍ଷରୁ ସୁଚନା ମିଳିଛି । ଗିରଫ ଅଭିଯୁକ୍ତ ହେଲେ କନ୍ଧମାଳ ଜିଲ୍ଲା ଗୋଛାପଡା ଥାନାର ଅଜୟ ମଲ୍ଲିକ ଓ ପଙ୍କଜ ମଲ୍ଲିକ ବୋଲି ପୋଲିସ ପକ୍ଷରୁ ସୁଚନା ମିଳିଛି । ଏ ସଂକ୍ରାନ୍ତରେ କଣ୍ଟାମାଳ ଥାନାରେ ୮୧/୨୩ ରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଜାରି ଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ନଳିନୀକାନ୍ତ ଦାସ ସୂଚନା ଦେଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *