‘ଡ୍ରିମଗାର୍ଲ-୨’ର ଟିଜର ରିଲିଜ

‘ଡ୍ରିମଗାର୍ଲ-୨’ର ଟିଜର ରିଲିଜ

ଭୁବନେଶ୍ୱର:

ବଲିଉଡର ଲୋକପ୍ରିୟ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ‘ଡ୍ରିମଗାର୍ଲ’ ସିନେମାକୁ ଦାର୍ଶକୀୟ ଆଦୃତି ମିଳିଥିଲା | ୨୦୧୯ରେ ଏହି ସିନେମା ମୁକ୍ତିଲାଭ କରିଥିଲା | ତେବେ ‘ଡ୍ରିମଗାର୍ଲ’ର ସଫଳତା ପରେ ଖୁବଶୀଘ୍ର ଆସିବାକୁ ଯାଉଛି ‘ଡ୍ରିମଗାର୍ଲ-୨’ | ଇଦ ଅବସରରେ ଏହାର ଟିଜର ଲଞ୍ଚ କରାଯାଇଛି | ଟିଜରକୁ ମଧ୍ୟ ଲୋକେ ବେଶ ପସନ୍ଦ କରିଛନ୍ତି | ଏହାର ଭିଡିଓକୁ ଆୟୁଷ୍ମାନ ନିଜ ଇନଷ୍ଟାଗ୍ରାମ ପେଜରେ ସେୟାର କରିଛନ୍ତି | ତେବେ ଏହି ଟିଜରର ବିଶେଷତ୍ୱ ହେଉଛି ଏହାକୁ ‘କିସି କା ଭାଇ କିସି କା ଜାନ’ର ସଲମାନ ଖାନଙ୍କ ସହ ଯୋଡ଼ା ଯାଇଛି | ଟିଜରରେ ଦେଖିବାକୁ ମିଳୁଛି, ପୂଜାକୁ ସଲମାନଙ୍କ ଭିଡିଓ କଲ ଆସୁଛି | ସେ କହୁଛନ୍ତି ‘ମୁଁ ଭାଇଜାନ କହୁଛି |’ ପୂଜା କହୁଛି, ‘ଓଃ ଭାଇଜାନ |’ ପୁଣି ସଲମାନ କହୁଛନ୍ତି ‘ମୁଁ ସମସ୍ତଙ୍କ ପାଇଁ ଭାଇଜାନ କିନ୍ତୁ ତମ ପାଇଁ କେବଳ ଜାନ |

ଏବେ ସୁଦ୍ଧା ମୁଁ ତୁମ ପାଇଁ ବାହା ହୋଇନି | ଶୁଣୁଛି ଏଥର ଇଦରେ ପୂଜା ଆସୁଛି | ମୁହଁ କେବେ ଦେଖାଉଛ |’ ପୂଜା ଯେତେବେଳେ ମୁହଁ ଦେଖାଇବାକୁ ଚେଷ୍ଟା କରୁଛି, ଲାଇଟ ଚାଲି ଯାଉଛି | ଦେଖିବାକୁ ଗଲେ ଏହି ପ୍ରମୋ ଭିଡ ଖୁବ ମଜାଦାର | ଅବଶ୍ୟ ଟିଜରରେ ସତରେ ସଲମାନ ପୂଜାଙ୍କ ସହ କଥା ହେଉ ନାହାନ୍ତି, ଏ ସଲମାନ ହେଉଛନ୍ତି ପୂଜାଙ୍କ ପାଗଳ ପ୍ରେମିକ | ଯିଏ କି ପୂଜାଙ୍କ ପ୍ରେମରେ ସମ୍ପୂର୍ଣ ପାଗଳ | ସେହିପରି ପ୍ରମୋରେ ନଜର ଆସିଥିବା ଏହି ପୂଜା ସିନେମାର ନାୟିକା ନୁହନ୍ତି, ଖୋଦ ଆୟୁଷ୍ମାନ | ଆୟୁଷ୍ମାନ ଉକ୍ତ ଫିଲ୍ମିରେ ‘ପୂଜା’ ଚରିତ୍ରରେ ଦର୍ଶକଙ୍କ ଖୁବ ମନୋରଞ୍ଜନ କରିବେ ବୋଲି ଏଥିରୁ ସ୍ପଷ୍ଟ | ସେହିପରି ଆୟୁଷ୍ମାନଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ଅନନ୍ୟା ପାଣ୍ଡେ | ଏହା ପୂର୍ବରୁ ମଧ୍ୟ ‘ଡ୍ରିମଗାର୍ଲ-୨’ର ଟିଜର କରାଯାଇଥିଲା | ଯେଉଁଥିରେ ପୂଜା ପଠାନଙ୍କ ସହ କଥା ହେଉଥିବାର ଦେଖାଯାଉଥିଲା | ‘ଡ୍ରିମଗାର୍ଲ-୨’ ଜୁଲାଇ ୭ରେ ରିଲିଜ ହେବ |

author

Related Articles

Leave a Reply

Your email address will not be published. Required fields are marked *