ଛାଡପତ୍ର ପରେ ବି ଟାଟୁ ହଟେଇ ନାହାନ୍ତି ସାମନ୍ଥା

ଛାଡପତ୍ର ପରେ ବି ଟାଟୁ ହଟେଇ ନାହାନ୍ତି ସାମନ୍ଥା

ଭୁବନେଶ୍ୱର:

ଦକ୍ଷିଣର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ତାଙ୍କ ବୃତ୍ତିଗତ ଜୀବନ ସହ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି | ନିକଟରେ ସାମନ୍ଥା ତାଙ୍କର ଫିଲ୍ମି ‘ସିଟାଡେଲ’ର ୱାର୍ଲଡ ପ୍ରିମିୟରରେ ଯୋଗ ଦେଇଥିଲେ | ଏହି ଅବସରରେ ସେ ତାଙ୍କ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ କିଛି ଫଟୋ ସେୟାର କରିଥିଲେ | ଏହି ଫଟୋଗୁଡିକ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ପୁଣି ଥରେ ସାମନ୍ଥାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ଜୋର ଧରିଛି | ନେହି ଫୋଟୋଗୁଡିକ ମଧ୍ୟରେ ସାମନ୍ଥାଙ୍କର କିଛି ଟାଟୁ ବେଶ ସ୍ପଷ୍ଟ ଭାବେ ନଜର ଆସୁଛି | ସାମନ୍ଥା ଏହି ଟାଟୁ ତାଙ୍କ ସ୍ୱାମୀ ନାଗା ଚୈତନ୍ୟଙ୍କ ପାଇଁ କରିଥିଲେ | ଏହାମଧ୍ୟରେ ନାଗା ଓ ସାମନ୍ଥା ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି | କିନ୍ତୁ ଏବେବି ସାମନ୍ଥାଙ୍କ ଶରୀରରେ ନାଗାଙ୍କ ନାମରେ ଥିବା ଟାଟୁ ରହିଛି | ଏହି ଟାଟୁ ସାମନ୍ଥାଙ୍କର ପଞ୍ଜରାହାଡ଼ରେ ରହିଛି | ଟାଟୁରେ ‘chay’ ବୋଲି ଲେଖାଯାଇଛି | ଯାହାକି ନାଗାଙ୍କ ଡାକନାମ | ସାମନ୍ଥା ନାଗାଙ୍କୁ ବିବାହ କରିବା ପରେ ତିନୋଟି ଟାଟୁ ତାଙ୍କ ଶରୀରରେ କରାଇଥିଲେ | ଯାହାକି ଏବେ ତାଙ୍କ ଶରୀରରେ ରହିଛି | ଏଠାରେ ପ୍ରକାଶ ଥାଉକି, ନାଗା ଓ ସାମନ୍ଥା ୨୦୧୭ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ | ଉଭୟ ଚାରିବର୍ଷ ଏକାଠି ରହିବା ପରେ ୨୦୨୧ରେ ଅଲଗା ହୋଇଯାଇଥିଲେ | ସାମନ୍ଥାଙ୍କ କାମ କଥା କହିବାକୁ ଗଲେ, ନିକଟରେ ତାଙ୍କ ଅଭିନୀତ ‘ଶଙ୍କୁନ୍ତଳମ’ ରିଲିଜ ହୋଇଥିଲା | ଏହା ବକ୍ସ ଅଫିସରେ ଫ୍ଲପ ସାବ୍ୟସ୍ତ ହୋଇଛି | ସାମନ୍ଥା ଏବେ ‘ସିଟାଡେଲ’ର ହିନ୍ଦୀ ସଂସ୍କରଣରେ କାମ କରୁଛନ୍ତି | ଏଥିରେ ତାଙ୍କ ବିପକ୍ଷରେ ଅଭିନୟ କରୁଛନ୍ତି ବରୁଣ ଧୱନ |

author

Related Articles

Leave a Reply

Your email address will not be published. Required fields are marked *