କୃଷିର ସମୃଦ୍ଧି ହେଲେ ଜିଲ୍ଲା ପ୍ରଗତିଶୀଳ ହବ l ଉପ ଜିଲ୍ଲାପାଳ ।

କୃଷିର ସମୃଦ୍ଧି ହେଲେ ଜିଲ୍ଲା ପ୍ରଗତିଶୀଳ ହବ l ଉପ ଜିଲ୍ଲାପାଳ ।

ବୌଦ୍ଧ:

ବୌଦ୍ଧ ଆମ ଜିଲ୍ଲା ଏକ କୃଷିପ୍ରାଧାନ୍ୟ ଜିଲ୍ଲା, କୃଷି କ୍ଷେତ୍ରରେ ରାଜ୍ୟରେ ଏକ ଅଗ୍ରଣୀ ଜିଲ୍ଲା ଭାବେ ପରିଗଣିତ ହୋଇପାରିଛି ଏହି ଜିଲ୍ଲା l କୃଷି ଏବଂ କୃଷକର ଉନ୍ନତି ହୋଇପାରିଲେ ଯାଇ ଏକ ବିକଶିତ ଜିଲ୍ଲା ଭାବେ ପରିଗଣିତ ହେବ ଏଥିପାଇଁ ଆମେ ସଦା ଚେଷ୍ଟିତ l କେବଳ ଯେ ଆମେ ଧାନ ଉତ୍ପାଦନରେ ସଫଳ ହୋଇଛେ ତା ନୁହେଁ, କପା, ମକା, ମାଣ୍ଡିଆ,ତୈଳ ବୀଜ, ଡାଲି ଜାତୀୟ ଫସଲ,ମଶ୍ଚ୍ୟ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଅଗ୍ରଣୀ ଭୂମିକା ନିଭେଇଛୁ l ଏତତବ୍ୟତୀତ ଫଳ ଚାଷରେ ଅମଳକରି ସଫଳତା ପାଇ ସାରିଛୁ l ଏଣିକି ଏହିସବୁ ଉତ୍ପାଦ କିପରି ଜିଲାରେ ବଢିବ ଏବଂ ଏହାର ବ୍ୟବସାୟିକ ଧାରା କିଭଳି ବଜାୟ ରହିବ ସେଥିପାଇଁ ଆମେ ସମସ୍ତେ ଯତ୍ନବାନ ହେବା ଉଚିତ l କୃଷି କ୍ଷେତ୍ରରେ ଅଗ୍ରଗତି ହୋଇପାରିଲେ ଯାଇ କୃଷକର ଉନ୍ନତି ହେବ, କୃଷକର ଉନ୍ନତି ହେଲେ ପ୍ରଗତିଶିଳ ରାଜ୍ୟଭାବେ ପରିଗଣତି ହେବ l

କୃଷକ ହେଉଛନ୍ତି ଆମଦେଶର ମେରୁଦଣ୍ଡ, ଭଲ କୃଷି ଉତ୍ପାଦନ ହୋଇପାରିଲେ ଆମ ଅର୍ଥନୀତି ଉପରେ ସକରାତ୍ମକ ପ୍ରଭାବ ପଡିବ, ତେଣୁକରି ଆମେ କିପରି ବିଭିନ୍ନ ପ୍ରକାର ବୈଜ୍ଞାନିକ ପଦ୍ଧତିରେ ବିଜ୍ଞାନର ଜ୍ଞାନକୌଶଳ ବ୍ୟବହାର କରି ଅଧିକ ଉତ୍ପାଦନ ପାଇପାରିବା ଏବଂ ତତସହିତ ଧାନ ଚାଷ ସହିତ ଅଣଧାନ ଚାଷ ଉପରେ ଗୁତୁତ୍ୱ ଦେଇ ଚାଷରେ ଲାଭବାନ ହୋଇପାରିବl ସେ ଦିଗରେ ଯତ୍ନବାନ ହେବା l ଆଜି ପବିତ୍ର ଅକ୍ଷୟତୃତୀୟା ଅଖି ମୁଠି ଅନୁକୂଳ ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ମାନନୀୟ ଉପ ଜିଲ୍ଲାପାଳ ମୋହାଦାୟ ଯୋଗଦେଇ ନିଜର ମତପ୍ରକାଶ କରିଥିଲେ l ସ୍ଥାନୀୟ ମୂର୍ସୁନ୍ଧି କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳନ ଅବସରରେ ପ୍ରଥମେ ଭୂମିକୁ ପୂଜାର୍ଚନା କରାଯିବା ପରେ ଉପ ଜିଲ୍ଲାପାଳ ମହୋଦୟଙ୍କ ଦ୍ୱାରା ଅକ୍ଷିମୁଠି ଅନୁକୁଳ ହୋଇଥିଲା l ପରେ ଆୟୋଜିତ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ, ଜିଲ୍ଲାମୁଖ୍ୟ କୃଷି ଅଧିକାରୀ , ବିଧାୟକ ପ୍ରତିନିଧି ବିଦ୍ୟାଧର ସ୍ୱାଇଁ, ମୁର୍ସୁନ୍ଧି ସରପଞ୍ଚ ମଧୁମତୀ ବେହେରା ,କୃଷି ବିଜ୍ଞାନ ଅଧିକାରୀ , ଉଦ୍ୟାନ ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ନିଜନିଜର ମତ ଉପସ୍ଥାପନ କରିବା ସହ କୃଷି ଏବଂ କୃଷକ ସଶକ୍ତି କରଣ ନିମନ୍ତେ କାର୍ଯ୍ୟକାରି ହେଉଥିବା ବିଭିନ୍ନ ଯୋଜନା ସ୍ରମ୍ପର୍କରେ ସୂଚନା ଦେଇଥିଲେ l

author

Related Articles

Leave a Reply

Your email address will not be published. Required fields are marked *