ରାଜପଥରେ ବାଲି; ବଢୁଛି ଦୁର୍ଘଟଣା

ରାଜପଥରେ ବାଲି; ବଢୁଛି ଦୁର୍ଘଟଣା

ଭୁବନେଶ୍ୱର:

ଜାତୀୟ ରାଜପଥରେ ଜମା ହୋଇ ରହିଛି ବାଲି | ଯାହା ଫଳରେ ଦୁର୍ଘଟଣା ବୃଦ୍ଧି ପାଉଛି | ଗାଡି ଚାଳକମାନେ ବାରମ୍ବାର ଦୁର୍ଘଟଣାର ଶିକାର ହେଉଛନ୍ତି | ବିଶେଷକରି ବାଇକ କିମ୍ବା ସ୍କୁଟି ଚାଳକମାନେ ଅଧିକ ଆହତ ହୋଇଛନ୍ତି | ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପାହାଳଠାରୁ ପୁରୀ ବାଇପାସ ଜାତୀୟ ରାଜପଥରେ | ପ୍ରାୟ ୧୦୦ମିଟର ପର୍ଯ୍ୟନ୍ତ ବହୁଦିନ ଧରି ବାଲି ପଡି ରହିଥିଲେ ବି ଏଥିପ୍ରତି ଏନଏଚଆଇ ପକ୍ଷରୁ ପଦକ୍ଷପ ନିଆଯାଉ ନଥିବା ଅଭିଯୋଗ ହୋଇଛି | ହଂସପାଳ ଛକରୁ ପାହାଳକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ସମେତ ସର୍ଭିସ ରୋଡ଼ରେ ଦେଖିବାକୁ ମିଳିଛି ଏଭଳି ସ୍ଥିତି | ରାସ୍ତାରେ ପ୍ରାୟ ଅଧା ସ୍ଥାନକୁ ବଡ ବଡ ଯାନବାହାନ ଛିଡା ହୋଇ ରାସ୍ତା ଅବରୋଧ କରୁଥିବାରୁ ଅନ୍ୟ ଗାଡ଼ିଗୁଡ଼ିକ ଯିବା ଆସିବାରେ ସମସ୍ୟା ହେଉଛି | ଏହା ସହ ପ୍ରତିଦିନ ଜାତୀୟ ରାଜପଥ ଦେଇ ବହୁ ମାଲବାହୀ ଟ୍ରକ ଯାତାୟାତ କରୁଛି | ବିଶେଷ କରି ବାଲି ବୋଝେଇ ଟ୍ରକ ଗୁଡିକ ଯିବା ସମୟରେ ସେଥିରୁ ବାଲି ଝଡି ରାସ୍ତା କଡରେ ଜମି ରହୁଛି | ନିୟମିତ ଭାବେ ଜାତୀୟ ରାଜପଥ ସଫା କରାଯାଉନଥିବାରୁ ଦୀର୍ଘଦିନ ଏଠାରେ ବାଲି ଜମି ରହୁଛି |

ଫଳରେ ନିୟମିତ ଏଠାରେ ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ କହିଛନ୍ତି | ରାତି ସମୟରେ ଦୃଗତିରେ ଯାତାୟାତ କରୁଥିବା ବାଇକ କିମ୍ବା ସ୍କୁଟି ଚାଳକମାନେ ପଡି ଆହତ ହେଉଥିବା ସ୍ଥାନୀୟ ବ୍ୟବସାୟୀମାନେ କହିଛନ୍ତି | କାରଣ ବାଲି ଉପରେ ଗାଡି ଚକ ସର୍ବଦା ଖସିଯାଇଥାଏ | ତେବେ ଏହି ସମସ୍ୟା ଲଗାତାର ଚାଲିଥିବା ବେଳେ ଏଥିପ୍ରତି ଦୃଷ୍ଟି ଦିଆଯାଉନଥିବା ଅଭିଯୋଗ ହୋଇଛି | ସେହିପରି ରାସ୍ତା କଡରେ ବାଲି ପଡି ରହୁଥିବାରୁ ପ୍ରବଳ ଧୂଳି ଉଡୁଥିବାବେଳେ ସ୍ଥାନୀୟ ବ୍ୟବସାୟୀମାନେ ବି କ୍ଷତି ସହୁଥିବା କହିଛନ୍ତି | ଖରାଦିନରେ ଏଥିରେ ପାଣି ପକେଇବା ବ୍ୟବସ୍ତା କରାଯିବ ଉଚିତ ବୋଲି ବ୍ୟବସାୟୀମାନେ କହିଛନ୍ତି | ଏନଏଚଆଇର ସମସ୍ତ ନିୟମକୁ ପାଳନ କରାଯିବା ଆବଶ୍ୟକ ବୋଲି ସ୍ଥାନୀୟ ବ୍ୟବସାୟୀ ସମେତ ଗାଡି ଚାଳକମାନେ କହିଛନ୍ତି | ଏ ନେଇ ଏନଏଚଆଇ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ ନିକଟସ୍ଥ ୱାର୍ଡର କର୍ପୋରେଟର ସୁକୁମାର ସାହୁ କହିଛନ୍ତି ଯେ, ରା଼ସ୍ତ୍ୟ କଡରେ ଯେଉଁଠି ବାଲି ଗଦା ହୋଇ ରହିଥିବ ତାହାକୁ ସଫା କରାଯାଉଛି | କିନ୍ତୁ ଜାତୀୟ ରାଜପଥ କଡରେ ପଡିରହିଥିବା ବାଲି ସଫା କରିବା ଏନଏଚଆଇର ଦାୟିତ୍ୱ |

author

Related Articles

Leave a Reply

Your email address will not be published. Required fields are marked *