ପୋଖରୀରେ ବୁଡି ଦୁଇ ଭାଇଙ୍କ ମୃତ୍ୟୁ

ପୋଖରୀରେ ବୁଡି ଦୁଇ ଭାଇଙ୍କ ମୃତ୍ୟୁ

ଗଞ୍ଜାମ:ବୁଗୁଡ଼ା

ବୁଗୁଡ଼ା ଥାନା ଅନ୍ତର୍ଗତ ଖୋଳଖାଳି ଗ୍ରାମରେ ପୋଖରୀରେ ବୁଡି ୨ ଭାଇଙ୍କ ମୃତ୍ୟୁ ଘଟିଛି l ମୃତକ ହେଲେ ଖୋଳଖାଳି ଗ୍ରାମ କରଣ ସାହିର ରଙ୍କନିଧି ଗୌଡ଼ଙ୍କ ପୁଅ ପୃଥିବୀରାଜ ଗୌଡ଼(୧୨ ) ଓ ଅର୍ଜୁନ ଗୌଡ଼(୬ )l ଆଜି ୨ ଭାଇ ପୃଥିବୀରାଜ ଓ ଅଜୟ ଅପରାହ୍ନ ପ୍ରାୟ ୨ ଟା ସମୟରେ ଘର ଠାରୁ କିଛି ଦୂରରେ ଥିବା ସୋଲ ବନ୍ଧକୁ ଗାଧୋଇବାକୁ ଯାଇଥିଲେ l ତେବେ ବହୁ ସମୟ ପର୍ଯ୍ୟନ୍ତ ସେମାନେ ନ ଫେରିବାରୁ ପରିବାର ଲୋକ ଖୋଜା ଖୋଜି କରି ପୋଖରୀରେ ଭାସୁ ଥିବାର ଦେଖିଥିଲେ l ଗ୍ରାମବାସୀଙ୍କ ସହାୟତାରେ ଉଭୟଙ୍କୁ ଉଦ୍ଧାର କରାଯାଇ ବୁଗୁଡ଼ା ମେଡିକାଲକୁ ଅଣା ଯାଇଥିଲା ତେବେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ l ପୃଥିବୀରାଜ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ବେଳେ ଅଜୟ ପ୍ରଥମ ଶ୍ରେଣୀରେ ପଢୁଥିଲା l ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇ ଥିବା ବେଳେ ୨ ପୁଅଙ୍କ ଅକାଳ ମୃତ୍ୟୁ ପରେ ରଙ୍କନିଧିଙ୍କ ପରିବାର ପୁତ୍ର ଶୂନ୍ୟ ହୋଇ ପଡିଛନ୍ତି l

author

Related Articles

Leave a Reply

Your email address will not be published. Required fields are marked *