ବିଶ୍ୱ ମ୍ୟାଲେରିଆ ଦିବସ

ବିଶ୍ୱ ମ୍ୟାଲେରିଆ ଦିବସ

ଭୁବନେଶ୍ୱର:

ମ୍ୟାଲେରିଆ ରୋଗ ପ୍ରତି ସଚେତନତା ସୃଷ୍ଟି କରିବା ସହ ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ପ୍ରତିବର୍ଷ ଏପ୍ରିଲ ୨୫ ତାରିଖକୁ ‘ବିଶ୍ଵ ମ୍ୟାଲେରିଆ ଦିବସ’ ଭାବେ ପାଳନ କରାଯାଏ | ପ୍ରାୟତଃ ଏସିଆ, ଆଫ୍ରିକା, ଦକ୍ଷିଣ ଓ ମଦ୍ୟ ଆମେରିକାର ଲୋକେ ଏହି ରୋଗର ଶିକାର ହୋଇଥାନ୍ତି | ୨୦୦୭ରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ୬୦ତମ ଅଧିବେଶନରେ ଏହାକୁ ପାଳନ କରାଯିବ ପାଇଁ ନିଷ୍ପତି ନିଆଯାଇଥିଲା | ସେବେଠାରୁ ମ୍ୟାଲେରିଆର ଭୟାବହତା ସମ୍ପର୍କରେ ଲୋକଙ୍କୁ ଅବଗତ କରିବା ପାଇଁ ଏହି ଦିନରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଏ | ମ୍ୟାଲେରିଆ ରୋଗର କାରଣ, ନିରାକରଣ, ରୋଗ ଚିହ୍ନଟ, ଚିକିତ୍ସା, ଆଦି ବାବଦରେ ଲୋକଙ୍କୁ ସଚେତନତା କରାଇବା ଏହି ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ | ଆମ ଦେଶ ଭାରତ ୨୦୩୦ ସୁଦ୍ଧା ମ୍ୟାଲେରିଆର ମୁଳୋତ୍ପାଟନ ଲକ୍ଷ୍ୟ ରଖିଛି | ସେହିପରି ୨୦୨୭ସୁଦ୍ଧା ପୁରା ଦେଶକୁ ମ୍ୟାଲେରିଆ ମୁକ୍ତ କରାଯିବ ପାଇଁ ବିଭିନ୍ନ ଯୋଜନା ଚାଲିଛି |

ପ୍ରତିବର୍ଷ ମ୍ୟାଲେରିଆରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାନ୍ତି | ମାଈ ଏନୋଫିଲିସ ମଶା ଦ୍ୱାରା ଜଣେ ବ୍ୟକ୍ତି ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥାନ୍ତି | ମ୍ୟାଲେରିଆର ଜ୍ଵର ଆରମ୍ଭ ହେଲେ କମ୍ପ ଅନୁଭୂତ ହୁଏ | ଅନେକ ସମୟରେ ହାତର ଆଙ୍ଗୁଠି, ଟିପି, ଓଠ ଆଦି ନାଲି ଦେଖାଯିବ ସହ ଚର୍ମ ଶୁଷ୍କ ହୋଇଯାଏ | ମ୍ୟାଲେରିଆ ହେଲେ ରୋଗୀ ଶରୀରରେ ତାପମାତ୍ରା ପ୍ରବଳ ବୃଦ୍ଧି ପାଇ ଜ୍ଵର ବଢିଥାଏ | ରୋଗୀର ଭୀଷଣ ମୁଣ୍ଡବ୍ୟଥା ସାଙ୍ଗକୁ ବାନ୍ତି ଲାଗିବ, ଶୋଷ ଲାଗିବା, ଅରୁଚି ଆଦି ସହ ଦେହ ଜଳିଗଲା ପରି ଲକ୍ଷଣ ଅନୁଭୂତ ହୋଇଥାଏ | ମ୍ୟାଲେରିଆରୁ ରକ୍ଷା ପାଇବା ପାଇଁ ଘର ଚାରିପାଖ ସଫା ରଖିବା ପାଣି ଜମି ରହିବାକୁ ଦିଅନ୍ତୁ ନାହିଁ | ଏହା ସହ ମଶାରୀ ଟାଙ୍ଗି ଶୋଇବା ଉଚିତ | ଅନେକ କ୍ଷେତ୍ରରେ ଏହି ରୋଗ ଘାତକ ସାଜିଥାଏ | ଠିକ ସମୟରେ ଉପଯୁକ୍ତ ଚିକିତ୍ସା କର ନ ଗଲେ ମ୍ୟାଲେରିଆ ରୋଗୀଙ୍କୁ ପ୍ରାଣ ହରାଇବାକୁ ପଡେ | ପ୍ରତିବର୍ଷ ବିଶ୍ଵ ମ୍ୟାଲେରିଆ ଦିବସ ପାଳନ ଅବସରରେ ଏକ ନିର୍ଦ୍ଧିଷ୍ଟ ବିଷୟବସ୍ତୁ ଚୟନ କରାଯାଏ | ଯାହାକୁ ଆଖି ଆଗରେ ରଖି ସେହି ବର୍ଷର ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହୁଏ | ୨୦୧୩ ବର୍ଷ ପାଇଁ ମ୍ୟାଲେରିଆ ଦିବସର ବିଷୟବସ୍ତୁ ରହିଛି |

author

Related Articles

Leave a Reply

Your email address will not be published. Required fields are marked *