ମେ’ ୫ରେ ପରଦାକୁ ଆସିବ ‘ଅଫୱା’

ମେ’ ୫ରେ ପରଦାକୁ ଆସିବ ‘ଅଫୱା’

ଭୁବନେଶ୍ୱର:

ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ଓ ଅଭିନେତ୍ରୀ ଭୂମି ପେଡ଼ନେକର ଉଭୟ ବଲିଉଡର ଦୁଇଜଣ ପ୍ରତିଭାବାନ କଳାକାର | ଦୁହେଁ ନିଜର ଜୀବନ୍ତ ଅଭିନୟବ ଦ୍ୱାରା ଦର୍ଶକଙ୍କ ହୃଦୟରେ ନିଜର ଏକ ସ୍ୱତନ୍ତ୍ର ଛାପ ଛାଡିଛନ୍ତି | ଏବେ ବଲିଉଡର ଏହି ଦୁଇ ପ୍ରତିଭାବାନ କଳାକାରଙ୍କୁ ଏକାଠି ସୁଧୀରା ମିଶ୍ରଙ୍କ ବହୁ ପ୍ରତିକ୍ଷିତ ଫିଲ୍ମି ‘ଅଫୱା’ରେ ଦେଖିବାକୁ ମିଳିବ | ମେ’ ୫ରେ ଏହା ରିଲିଜ ହେବ | ଏହି କମେଡି ଥ୍ରୀଲରର ପ୍ରଯୋଜନା ଦାୟିତ୍ୱରେ ଅନୁଭବ ସିହ୍ନାଙ୍କ ବ୍ୟାନର ‘ବନାରସ ମିଡ଼ିଆ ୱାର୍କସ’ ରହିଛି | ଇତିମଧ୍ୟରେ ଫିଲ୍ମିର ଟ୍ରେଲର ରିଲିଜ ହୋଇଛି | ଏହାକୁ ଦେଖି ଦର୍ଶକେ ଏତେମାତ୍ରାରେ ଉତ୍ସାହିତ ହୋଇଯାଇଛନ୍ତି ଯେ, ଏବେ ଏହାର ରିଲିଜ ଡେଟକୁ ଅପେକ୍ଷା କରିଛନ୍ତି | ୨ ମିନିଟ ୩ୟ ସେକେଣ୍ଡର ଏହି ଟ୍ରେଲରରେ ଏକ ଗୁଜବ କିପରି ଲୋକଙ୍କ ଜୀବନକୁ ବଦଳାଇ ଦିଏ ତାହା ଦେଖିବାକୁ ମିଳିଛି | ଏଥିରେ ଅଭିନେତା ସୁମିତ ବ୍ୟାସ ଜଣେ ଯୁବ ରାଜନେତା ଭୂମିକାରେ ଦେଖାଯିବେ | ‘ସିରିୟସ ମେନ’ ପରେ ପୁଣି ଥରେ ସୁଧୀର ଓ ନୱାଜୁଦ୍ଦିନ ଏକାଠି ‘ଅଫୱା’ରେ କାମ କରୁଛନ୍ତି |

author

Related Articles

Leave a Reply

Your email address will not be published. Required fields are marked *