୧୮୩ ଲକ୍ଷ କୋଟି ଟପିଲା ପ୍ରତିରକ୍ଷା ବ୍ୟୟ

୧୮୩ ଲକ୍ଷ କୋଟି ଟପିଲା ପ୍ରତିରକ୍ଷା ବ୍ୟୟ

ନୂଆଦିଲ୍ଲୀ:

ବିଶ୍ୱକୁ ତୃତୀୟ ବିଶ୍ବଯୁଦ୍ଧର କଳା ବାଦଲ ଘୋଟି ରହିଛି | ଯେକୌଣସି ସମୟରେ ଏହି ଯୁଦ୍ଧ ଆରମ୍ଭ ହୋଇପାରେ ବୋଲି କୁହାଯାଉଛି | ରୁଷର ୟୁକ୍ରେନ ଆକ୍ରମଣ ପରଠାରୁ ଏହି ଆଶଙ୍କା ବୃଦ୍ଧି ପାଇଛି | ଏହି ଯୁଦ୍ଧ ଯୋଗୁଁ ବିଶ୍ୱର ତିନି ଭାଗରେ ବିଭକ୍ତ ହୋଇଯାଇଛି | ରୁଷ ବିରୋଧରେ ୟୁକ୍ରେନକୁ ଆମେରିକା ନେତୃତ୍ୱାଧୀନ ନାଟୋ ରାଷ୍ଟ୍ରଗୁଡିକ ପରୋକ୍ଷରେ ସହାୟତା କରୁଛନ୍ତି | ଏହାକୁ ନେଇ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ବାରମ୍ବାର ପରମାଣୁ ଯୁଦ୍ଧ ଧମକ ଦେବାରେ ଲାଗିଛନ୍ତି | ଏହି ଯୁଦ୍ଧ ଯୋଗୁଁ ଅନେକ ରାଷ୍ଟ୍ର ନିଜ ପ୍ରତିରକ୍ଷା ଏବଂ ଅସ୍ତ୍ରଶସ୍ତ୍ର ଖର୍ଚ୍ଚ ବୃଦ୍ଧି କରିବାରେ ଲାଗିଛନ୍ତି | ୨୦୨୨ରେ ବିଶ୍ୱରେ ପ୍ରତିରକ୍ଷା ବ୍ୟୟ ସର୍ବକାଳୀନ ରେକର୍ଡ ରହିଛି | ଏହା ୨.୨୪ ଟ୍ରିଲିୟନ ଡଲାର ଅର୍ଥାତ ୧୮୩ ଲକ୍ଷ କୋଟି ପାର କରିଛି | ସ୍ଵିଡେନର ଷ୍ଟକହୋମ ଇନ୍ଟରନ୍ୟାଶନାଲ ପିସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ଏସଆଇପିଆରଆଇ)ର ବାର୍ଷିକ ରିପୋର୍ଟରୁ ଏହି ସୂଚନା ମିଳିଛି | ରିପୋର୍ଟ ଅନୁଯାୟୀ ରୁଷ ୟୁକ୍ରେନ ଯୁଦ୍ଧ ଯୋଗୁଁ ଏହି ବ୍ୟୟ ବୃଦ୍ଧି ପାଇଛି | କେବଳ ୟୁରୋପ ମହାଦେଶରେ ପ୍ରତିରକ୍ଷା ବ୍ୟୟ ବର୍ଷକରେ ୧୩ ପ୍ରତିଶତ ବୃଦ୍ଧି ପାଇଛି | ଏହା ଗତ ୩୦ ବର୍ଷରେ ସର୍ବାଧିକ | ଏସଆଇପିଆରଆଇର ବରିଷ୍ଠ ଗବେଷକ ନୈନ ତିୟାନ କହିଛନ୍ତି ଯେ ଏହି ଖର୍ଚ୍ଚ ବୃଦ୍ଧି କେତେ ଅସୁରକ୍ଷିତ ବିଶ୍ୱରେ ରହୁଛେ ତାହା ଦର୍ଶାଉଛି | ଯୁଦ୍ଧ ଯୋଗୁଁ ରୁଷ ସୀମାବର୍ତ୍ତୀ ଦେଶଗୁଡିକ ନିଜ ସୁରକ୍ଷା ବାବଦ ଖର୍ଚ୍ଚ ବୃଦ୍ଧି କରିଚାଲିଛନ୍ତି | ଫିନଲାଣ୍ଡର ସେନା ଖର୍ଚ୍ଚ ୩୬ ପ୍ରତିଶତ, ଲିଥୁଆନିଆର ୨୭ ପ୍ରତିଶତ, ୟୁକ୍ରେନର ୬ ପ୍ରତିଶତ ବୃଦ୍ଧି ପାଇଛି |

ଯୁଦ୍ଧ ମଧ୍ୟରେ ୟୁକ୍ରେନରେ ୩୬ ଲକ୍ଷ କୋଟିରୁ ଅଧିକ ବ୍ୟୟ କରାଗଲାଣି | ତାଇୱାନ ଏବଂ ଦକ୍ଷିଣ ଚୀନ ସାଗରରେ ଆମେରିକା ସହ ବିବାଦ ବୃଦ୍ଧିକୁ ଦେଖି ଚୀନ ନିଜ ପ୍ରତିରକ୍ଷା ବଜେଟ ୪.୨ ପ୍ରତିଶତ ବୃଦ୍ଧି କରିଛି | ବିଶ୍ୱର ଦ୍ୱିତୀୟ ରାଷ୍ଟ୍ର ଭାବେ ଚୀନ ପ୍ରତିରକ୍ଷାରେ ଅଧିକ ଖର୍ଚ୍ଚ କରୁଛି | ଏହି ଦେଶର ବଜେଟ ଭାରତଠାରୁ ପ୍ରାୟ ୪ଗୁଣ ଅଧିକ | ୨୦୨୨ରେ ଚୀନ ୨୩ ଲକ୍ଷ କୋଟି ଏବଂ ଭାରତରେ ୬ ଲକ୍ଷ କୋଟି ବ୍ୟୟ କରିଥିଲା | ପ୍ରତିରାକଲ୍ରେହ୍ୟ ବ୍ୟୟରେ ଏବେ ବି ଆମେରିକା ଶିଖରରେ ରହିଛି | ଏହି ଦେଶର ବ୍ୟୟ ୦.୭ ପ୍ରତିଶତ ରହିଛି | ସେହିପରି ରୁଷ ନିଜ ପ୍ରତିରକ୍ଷା ବଜେଟରେ ୯.୨ ପ୍ରତିଶତ ଏବଂ ଜାପାନ ୫.୯ ପ୍ରତିଶତ ବୃଦ୍ଧି କରିଛି | ରିପୋର୍ଟ ଅନୁଯାୟୀ ୧୯୮୯ର ଶୀତଳ ଯୁଦ୍ଧ ପରେ ମଧ୍ୟ ଏବଂ ପଶ୍ଚିମ ୟୁରୋପ ସେନା ପାଇଁ ସବୁଠାରୁ ଅଧିକ ଖର୍ଚ୍ଚ କରିଛନ୍ତି | ଏହି ଦେଶଗୁଡିକ ପ୍ରତିରକ୍ଷା ବ୍ୟୟ ୨୮ ଲକ୍ଷ କୋଟି ପାର କରିଛି | ଏହା ସାରା ବିଶ୍ଵ ବଜେଟର ୩୯ ପ୍ରତିଶତ | ମୂଲ୍ୟବୃଦ୍ଧି ସତ୍ତ୍ୱେ ଆମେରିକା ପ୍ରତିରକ୍ଷା ବ୍ୟୟ ବୃଦ୍ଧି କରିଛି | ୨୦୨୨ରେ ଏହି ଦେଶ ୟୁକ୍ରେନକୁ ଲକ୍ଷେ କୋଟି ତାଙ୍କର ସାମରିକ ସହାୟତା ଦେଇଥିଲା | ସେହିପରି ସାଉଦି ଆରବ ଗତ ବର୍ଷ ପ୍ରତିରକ୍ଷା ବ୍ୟୟ (୬ ଲକ୍ଷ କୋଟି) ୧୬ ପ୍ରତିଶତ ବୃଦ୍ଧି କରିଥିଲା | ଏହା ୨୦୧୮ ପରେ ସର୍ବାଧିକ | ନାଟୋ ଦେଶଗୁଡିକ ପ୍ରତିରକ୍ଷା ବ୍ୟୟକୁ ୦.୯ ପ୍ରତିଶତ ବୃଦ୍ଧି କରିଥିଲେ | ଏମାନେ ନିଜ ସୁରକ୍ଷା ପାଇଁ ୧୨୩୨ ବିଲିୟନ ଡଲାର ଖର୍ଚ୍ଚ କରିଥିଲେ | ଦରଦାମ ବୃଦ୍ଧି ସତ୍ତ୍ୱେ ୟୁକ୍ରେନକୁ ସହାୟତା ଦେବା ପାଇଁ ବ୍ରିଟେନ ପ୍ରତିରକ୍ଷା ବଜେଟ ବଢ଼ାଇ ଥିଲା |

author

Related Articles

Leave a Reply

Your email address will not be published. Required fields are marked *