କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବା ପାଇଁ….

କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବା ପାଇଁ….

ଭୁବନେଶ୍ୱର:

ପାରିବାରିକ, ସାମାଜିକ ଏବଂ କାର୍ଯ୍ୟକ୍ଷତ୍ରରେ ଏମିତି କିଛି ବ୍ୟକ୍ତି ଥାଆନ୍ତି, ଯେଉଁମାନେ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରନ୍ତି | ଅଫିସ ପାର୍ଟି ହେଉ କିମ୍ବା କୌଣସି ଉତ୍ସବ, ଏଭଳି ଲୋକଙ୍କ ଅନୁପସ୍ଥିତି ସମସ୍ତଙ୍କୁ ଉଦାସ କରିଦିଏ | ବାସ୍ତବରେ ଏଭଳି ବ୍ୟକ୍ତିତ୍ୱର ଅଧିକାରୀମାନେ କାର୍ଯ୍ୟ କ୍ଷେତ୍ରରେ ବେଶ ସଫଳତା ଲାଭ କରିଥାନ୍ତି | ଏଭଳି ବ୍ୟକ୍ତିଙ୍କଠାରେ କେତେକ ଭଲ ଅଭ୍ୟାସ ଥାଏ | ସେସବୁ ମଧ୍ୟରୁ ୫ଟି ଉତ୍ତମ ଅଭ୍ୟାସକୁ ଆପଣାଇ ଯୁବପିଢ଼ି ସେମାନଙ୍କର କ୍ୟାରିୟରରେ ଉନ୍ନତି କରିପାରିବେ |
ଖୋଲା ମନରେ କଥା ହେବ
ମନ ଖୋଲା କରି କଥା ହେଉଥିବା ଲୋକମାନେ ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥାନ୍ତି | କୁହାଯାଏ ଯେ, ଏଭଳି ବ୍ୟକ୍ତି ବହୁତ ସଚ୍ଚୋଟ ଓ ସରଳ ହୋଇଥାନ୍ତି | ତେଣୁ ମେଳାପି ସ୍ୱଭାବ ଯୋଗୁଁ ଅନ୍ୟମାନଙ୍କ ସମସ୍ୟାକୁ ମଧ୍ୟ ଅନେକ କ୍ଷେତ୍ରରେ ସମାଧାନ କରିପାରନ୍ତି | ତେଣୁ ଜୀବନରେ ଉନ୍ନତି କରିବାକୁ ହେଲେ ମନକୁ ଖୋଲା କରନ୍ତୁ |
ନେତୃତ୍ୱ ନେବାର ଦକ୍ଷତା
ଯାହାଙ୍କ ପାଖରେ ନେତୃତ୍ୱ ନେବାର କ୍ଷମତା ଥାଏ, ସେଭଳି ଲୋକଙ୍କୁ ବହୁତ ଆଦର ସମ୍ମାନ କରାଯାଏ | ଏଭଳି ଲୋକଙ୍କଠାରୁ ପରାମର୍ଶ ନେବା ପାଇଁ ସମସ୍ତେ ଚାହାନ୍ତି | ତେଣୁ ଏମାନଙ୍କ ସହ ସମସ୍ତେ ସହିତ ବନ୍ଧୁତା ସ୍ଥାପନ କରିଥାନ୍ତି |
ଅନ୍ୟମାନଙ୍କୁ ସମ୍ମାନ କରିବା
ସର୍ବଦା ଅନ୍ୟମାନଙ୍କୁ ସମ୍ମାନ ଦେବା ଆବଶ୍ୟକ | କାର୍ଯ୍ୟାଳୟ ହେଉ ବା କୌଣସି ସାମାଜିକ ଅନୁଷ୍ଠାନ, ସେଠାରେ ପ୍ରଥମେ ଅନ୍ୟମାନଙ୍କ କଥାକୁ ଶୁଣିବା ପରେ ଉତ୍ତମ ବ୍ୟବହାର ପ୍ରଦର୍ଶନ କରି ଧୀର ସ୍ୱରରେ କୌଣସି ସକାରାତ୍ମକ ପ୍ରତିକ୍ରିୟା ଦିଅନ୍ତୁ | ଏହାଦ୍ୱାରା ଅନ୍ୟମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶିତ ହୋଇଥାଏ |
କାହା ପଛରେ କଥା ନହେବା
କୌଣସି କ୍ଷେତ୍ରରେ କାହାର ଚୁଗୁଲି କରିବା ଉଚିତ ନୁହେଁ | ସମସ୍ତଙ୍କର ପ୍ରିୟପାତ୍ର ହେବାକୁ ଚାହୁଁଥିଲେ କୌଣସି ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ କିଛି ଖରାପ ମନ୍ତବ୍ୟ ଅନ୍ୟ କାହା ଆଗରେ କୁହନ୍ତୁ ନାହିଁ | ଗସିପରେ ସାମିଲ ହୋଇ ଅନେକ ଥର ଖରାପ ମନ୍ତବ୍ୟ ଦେବା ଦ୍ୱାରା ନିଜର ସମ୍ମାନହାନି ହୋଇଥାଏ |
ସ୍ମିତହାସ୍ୟ ରଖନ୍ତୁ
କାର୍ଯ୍ୟକ୍ଷେତ୍ରରେ ନିଜ ପାଇଁ ସକାରାତ୍ମକ ପରିବେଶ ସୃଷ୍ଟି କରିବାକୁ ଚାହୁଁଥିଲେ, ସବୁବେଳେ ଚେହେରାରେ ଏକ ସ୍ମିତହାସ୍ୟ ରଖନ୍ତୁ | ଏହା ନିଜକୁ ଚାପମୁକ୍ତ ରଖିବା ସହିତ ଅନ୍ୟମାନଙ୍କୁ ମଧ୍ୟ ଖୁସି ଦେଇପାରିବ | ଚାପ କମ ରହିବ ଦ୍ୱାରା ପ୍ରତ୍ୟକ କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହେବ |

author

Related Articles

Leave a Reply

Your email address will not be published. Required fields are marked *