ସାମନ୍ଥାଙ୍କ ଉତ୍ତର…

ସାମନ୍ଥାଙ୍କ ଉତ୍ତର…

ଭୁବନେଶ୍ୱର:

ସାମନ୍ଥା ବର୍ତ୍ତମାନ କିଛି ଦିନ ହେବ ଚର୍ଚ୍ଚାରେ ରହିଆସୁଛନ୍ତି | ନିଜର ବୋଲ୍ଡ କମେଣ୍ଟ ପାଇଁ ସେ ସବୁବେଳେ ମିଡିଆରେ ନଜରରେ ରହିଥାନ୍ତି | ସେ ନିକଟରେ ନିଜର ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଫ୍ୟାନମାନଙ୍କୁ ସୂଚନା ଦେଇଥିଲେ, ଯାହା ପରେ ଚର୍ଚ୍ଚା ଆରମ୍ଭ ହୋଇଥିଲା | ନିକଟରେ ପ୍ରଯୋଜକ ଚିଟ୍ଟି ବାବୁ ସାମନ୍ଥାଙ୍କର ରୋଗକୁ ନେଇ ମଜାକ କରିଥିଲେ, ଯାହାର ଉତ୍ତର ସାମନ୍ଥା ଦେଇଛନ୍ତି | ସେ ନିଜ ସୋସିଆଲ ମିଡିଆରେ ଏକ ସ୍କ୍ରୀନସର୍ଟ ସେୟାର କରିଛନ୍ତି, ଯେଉଁଥିରେ କିଛି ବିଷୟରେ ସର୍ଚ୍ଚ କରାଯାଇଛି | ମଣିଷର କାନରେ କଣ ପାଇଁ ବଡ ବଡ ଚୁଟି ଉଠିଥାଏ ଏନେଇ ସର୍ଚ୍ଚ କରାଯାଇଥିବା ସେଇ ସ୍କ୍ରୀନସର୍ଟରୁ
ଜଣାପଡୁଛି ତେବେ ସୂଚନା ଅନୁସାରେ ଏହା ସେ ଚିଟ୍ଟି ବାବୁଙ୍କର ମଜାକ ଉଡାଇବା ପାଇଁ କରିଛନ୍ତି | ସାମନ୍ଥାଙ୍କ ସିନେମା ଶକୁନ୍ତଳମ ସେପରି ହିଟ ହୋଇନଥିଲା ତେଣୁ ଏହାକୁ ଏଡ଼ାଇବାକୁ ସାମନ୍ଥା ନିଜର ରୋଗର ସହାୟତା ନେଉଛନ୍ତି ବୋଲି ଚିଟ୍ଟି ବାବୁ ମତ ଦେଇଥିଲେ | ତେବେ ବର୍ତ୍ତମାନ ଦୁଇଜଣଙ୍କର ଏହି ସାଇଲେଣ୍ଟ ୱାର ଦର୍ଶକଙ୍କ ବେଶ ମଜା ଦେଉଛି |

author

Related Articles

Leave a Reply

Your email address will not be published. Required fields are marked *