ସାମାଜିକ ଗଣମାଧ୍ୟମ ବ୍ୟବହାରରେ ନାଇଜେରିଆ ଆଗରେ

ସାମାଜିକ ଗଣମାଧ୍ୟମ ବ୍ୟବହାରରେ ନାଇଜେରିଆ ଆଗରେ

ଭୁବନେଶ୍ୱର:

ଆଜିକାଲି ଇଣ୍ଟରନେଟ ସମସ୍ତଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ ହୋଇପଡିଛି | ଏହା ସହ ସାମାଜିକ ଗଣମାଧ୍ୟମରେ ଲୋକଙ୍କ ଉପସ୍ଥିତ ହିଁ ଇଣ୍ଟରନେଟ ଉପଯୋଗିତାକୁ ଅଧିକ ବଢ଼ାଇ ଦେଇଛି | ଏ ଦୃଷ୍ଟିରୁ ମୋବାଇଲ ବିନା କୌଣସି କାମ କରିବା ସମ୍ଭବ ନୁହେଁ | ସେହିପରି ଲୋକଙ୍କ ଅଧାରୁ ଅଧିକ ସମୟ ଏବେ ସାମାଜିକ ଗଣମାଧ୍ୟମରେ ହିଁ ବିତୁଛି | ତେବେ କେଉଁ ଦେଶର ଲୋକମାନେ କେତେ ସମୟ ସାମାଜିକ ଗଣମାଧ୍ୟମରେ ବିତାଉଛନ୍ତି ତାହାକୁ ନେଇ ଏକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି | ୱାର୍ଲଡ ଅଫ ଷ୍ଟାଟିଷ୍ଟିକ୍ସ ନାମକ ଏକ ଟ୍ୱିଟର ଆକାଉଣ୍ଟରେ ଏହି ତଥ୍ୟ ପ୍ରଦାନ କରାଯାଇଛି |

ଏହି ତାଲିକାରେ ଶୀର୍ଷ ସ୍ଥାନରେ ଅଛି ଆଫ୍ରିକୀୟ ଦେଶ ନାଇଜେରିଆ | ନାଇଜେରିଆବାସୀ ପ୍ରତିଦିନ ଦିନକୁ ସାଢ଼େ ଚାରିଘଣ୍ଟା ସାମାଜିକ ଗଣମାଧ୍ୟମରେ ବ୍ୟସ୍ତ ରଖନ୍ତି | ଏହା ପଛକୁ ବ୍ରାଜିଲ ଥିବାବେଳେ ତୃତୀୟ ସ୍ଥାନରେ ଅଛି ଦକ୍ଷିଣ ଆଫ୍ରିକା | ସେହିପରି ତାଲିକାର ୧୩ତମ ସ୍ଥାନରେ ଭାରତ ଥିବା ବେଳେ ସବା ପଛରେ ଅଛି ଜାପାନ | ଭାରତୀୟମାନେ ନିୟମିତ ୨.୪୫ ଘଣ୍ଟା ସାମାଜିକ ଗଣମାଧ୍ୟମରେ ବ୍ୟସ୍ତ ରୁହନ୍ତି | ଜାପାନର ଲୋକମାନେ ସବୁଠୁ କମ ସମୟ ଅର୍ଥାତ ୪୯ ମିନିଟ ସାମାଜିକ ଗଣମାଧ୍ୟମରେ ଖର୍ଚ୍ଚ କରନ୍ତି | ଆମେରିକା, କାନାଡ଼ା, ଅଷ୍ଟ୍ରେଲିଆ, ସ୍ପେନ, ଡେ଼ନମାର୍କ, ବ୍ରିଟେନ, ଚୀନର ଲୋକମାନେ ଦିନକୁ ଦୁଇ ଘଣ୍ଟା ସାମାଜିକ ଗଣମାଧ୍ୟମ ପାଇଁ ସମୟ ଦେଇଥାନ୍ତି | ଅନ୍ୟପଟେ ୨୦୧୪ ପରେ ଇଣ୍ଟରନେଟ ବ୍ୟବହାର ବୃଦ୍ଧି ପାଇଥିବା ଏହି ସର୍ଭେରେ କୁହାଯାଇଛି |

author

Related Articles

Leave a Reply

Your email address will not be published. Required fields are marked *