‘ଆଦିପୁରୁଷ’ ପ୍ରମୋସନରେ ଯୋଗ ଦେବେ ନାହିଁ ସୈଫ

‘ଆଦିପୁରୁଷ’ ପ୍ରମୋସନରେ ଯୋଗ ଦେବେ ନାହିଁ ସୈଫ

ଭୁବନେଶ୍ୱର:

ରାମାୟଣ ଉପରେ ଆଧାରିତ ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର ‘ଆଦିପୁରୁଷ’କୁ ନେଇ ଦର୍ଶକଙ୍କ ମଧ୍ୟରେ ଜବରଦସ୍ତ ଉତ୍ସାହ ରହିଛି | ଏଥିରେ ଲିଡ଼ ରୋଲରେ ନଜର ଆସିବେ ସାଉଥ ସୁପରଷ୍ଟାର ପ୍ରଭାସ | ଓମ ରାଉତଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମିରେ ପ୍ରଭାସ ପ୍ରଭୁ ରାମଙ୍କ ଭୂମିକାରେ ନଜର ଆସିବେ | ସେହିଭଳି ଅଭିନେତା ସୈଫ ଅଲ୍ଲୀ ଖାନ ରାବଣ ଭୂମିକାରେ, ସନ୍ନି ସିଂ ଲକ୍ଷ୍ମଣ ଭୂମିକାରେ ଏବଂ କ୍ରିତି ସାନନ୍ ସୀତା ଭୂମିକାରେ ଅଭିନୟ କରିଛନ୍ତି | ଫିଲ୍ମିର ପ୍ରମୋସନ ମେ’ ମାସରୁ ଆରମ୍ଭ ହେବ | ତେବେ ଫିଲ୍ମିର ପ୍ରମୋସନରେ ଯୋଗ ଦେବେନି ସୈଫ | ପ୍ରମୋସନ ବେଶ ଛୋଟସ୍ତରରେ ହେବ ବୋଲି ଏବେ ଏକ ରିପୋର୍ଟରେ ପ୍ରକାଶ ପାଇଛି | ଏହି ପ୍ରମୋସନରେ ପ୍ରଭାସ ଯୋଗଦେବେ | ଏଇ ସମୟରେ ସୈଫ, ପତ୍ନୀ କରିନା ଓ ଦୁଇ ପୁଅଙ୍କୁ ନେଇ ଛୁଟି କାଟିବା ପାଇଁ ବିଦେଶ ଯିବେ | ତେଣୁ ସେ ପ୍ରମୋସନରେ ଦେବେ ନାହିଁ ବୋଲି କୁହାଯାଇଛି |ତେବେ ସୈଫ ‘ଆଦିପୁରୁଷ’ରେ ତାଙ୍କ ଭୂମିକାକୁ ନେଇ ଗଣମାଧ୍ୟମରେ ବିବାଦୀୟ ପ୍ରଶ୍ନଗୁଡିକୁ ଏଡ଼ାଇବା ପାଇଁ ଏହା ତାଙ୍କର ଏକ ସୁଚିନ୍ତିତ ରଣନୀତି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଛି | ଫିଲ୍ମିର ଟିଜର ଜାରି ହେବ ଦିନଠାରୁ ଏହା ବିବାଦରେ ରହିଛି | ଏହି ଫିଲ୍ମଟି ଜୁନ ୧୬,୨୦୨୩ରେ ୩ଡି ଫର୍ମାଟରେ ପ୍ରେକ୍ଷାଳୟକୁ ଆସିବା | ଏହା ବଲିଉଡର ସବୁଠୁ ବଡ ବଜେଟର ଫିଲ୍ମି ହେବ ବୋଲି କୁହାଯାଇଛି |

author

Related Articles

Leave a Reply

Your email address will not be published. Required fields are marked *