ସୋରିଷରୁ ଜେଟ ଇନ୍ଧନ

ସୋରିଷରୁ ଜେଟ ଇନ୍ଧନ

ଭୁବନେଶ୍ୱର:

ଗବେଷମାନେ ଏକ ଭିନ୍ନ ପ୍ରକାର ସୋରିଷରୁ ଜେଟ ଇନ୍ଧନ ଉତ୍ପନ କରି ହେବ ବୋଲି ଏବେ ସ୍ପଷ୍ଟ କରିଛନ୍ତି | ଏହି ସୋରିଷ ‘ବ୍ରାସିକା କାରିନାଟା’ ନାଁରେ ପରିଚିତ | ଏହି ମଞ୍ଜିର ତେଲକୁ ଜେଟ ଇନ୍ଧନ ବା ଡିଜେଲରେ ରୂପାନ୍ତରିତ କାରି ହେବ | ତେବେ ଏହି ଇନ୍ଧନ ପେଟ୍ରୋଲିୟମରୁ ଉତ୍ପନ ଇନ୍ଧନ ସହ ସମାନ ହେବ | ଏହି ତେଲରେ ଇରୁକିକ ନାମକ ପ୍ୟାଟି ଏସିଡ ବହୁ ପରିମାଣରେ ଥାଏ | ଏହି କାରଣ ଯୋଗୁଁ ଏହା ଖାଇବା ଯୋଗ୍ୟ ତେଲ ନୁହେଁ | ତେବେ ବିମାନ ଇନ୍ଧନଠାରୁ କାରିନାଟା ଇନ୍ଧନରୁ କାର୍ବନ ଉତ୍ସର୍ଜନ ୬୦ରୁ ୮୦ ପ୍ରତିଶତ କମ ରୁହେ |

ଏହିଅ ଗବେଷଣାର ପ୍ରକଳ୍ପ ପ୍ରବନ୍ଧକ ସିଜା ଜର୍ଜଙ୍କ କହିବା ଅନୁସାରେ, ‘ଏହା ସମ୍ପୂର୍ଣ ଭାବେ ଏକ ନୂଆ ଫସଲ | ଆମେ ଅନ୍ୟ ତୈଳବୀଜ ଉପରେ ପରୀକ୍ଷା କରିଥିଲେ ମଧ୍ୟ ଏଥିରୁ ଆମ ମାନଙ୍କୁ ଆଶାଜନକ ପରିମାଣ ମିଳିଥିଲା | ଏହା ଶୀତଦିନେ ବଢିଥାଏ | ଏଣୁ ଏହା ଖରାଦିନିଆ ଫସଲକୁ ବିସ୍ଥାପିତ କରି ନ ଥାଏ | ଅନ୍ୟାନ୍ୟ ତୈଳବୀଜ ଫସଲଠାରୁ ଏହା ଦେଖିବାକୁ ଟିକେ ବଡ଼ | ଏଥିରୁ ତେଲ ବାହାର କରିବା ପରେ ଏହାକୁ ଗୋଖାଦ୍ୟ ରୂପେ ମଧ୍ୟ ବ୍ୟବହାର କରାଯାଇପାରିବ | ଯେଉଁଥିରେ ସେମାନଙ୍କୁ ୪୫ ପ୍ରତିଶତ ପ୍ରୋଟିନ ମିଳିପାରିବ |’ ସେହିପରି ଏହି ମଞ୍ଜିକୁ ଥଣ୍ଡା ପ୍ରତି ଅଧିକ ସହିସହ ସହିଷ୍ଣୁ କରିବା ତଥା ଏହାର ପରିଚାଳନା ଯେଭଳି ସହଜ ହେବ, ସେଥିପାଇଁ ଗବେଷକମାନେ ଏବେ ଏହାର ଜେନେଟିକ ଦିଗ ଉପରେ ଆହୁରି ପରୀକ୍ଷା ନିରୀକ୍ଷା ଚଳାଇଛନ୍ତି |

author

Related Articles

Leave a Reply

Your email address will not be published. Required fields are marked *