ମାନସିକ ସୁସ୍ଥତା ପାଇଁ ମୌନବ୍ରତ

ମାନସିକ ସୁସ୍ଥତା ପାଇଁ ମୌନବ୍ରତ

ଭୁବନେଶ୍ୱର:

ଆମେ ସମସ୍ତେ ପ୍ରତିଦିନ କିଛି ନା କିଛି ସମସ୍ୟାର ସାମନା କରୁ, ଯାହାକି ଶରୀର ସହିତ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ | ଫଳରେ ଚିନ୍ତା, ଅବସାଦ ଓ ଚାପଗ୍ରସ୍ତ ଭଳି ଅନେକ ସମସ୍ୟା ସୃଷ୍ଟି ହୁଏ | ଏ ସବୁର ସମାଧାନ ପାଇଁ ପ୍ରତ୍ୟକଦିନ କିଛି ସମୟ ମୌନ ରହି ନିଜ ସହିତ ସମୟ ବିତାଇବା ଆବଶ୍ୟକ | ଯାହା ଫଳରେ ଶାନ୍ତ ଓ ଧିରସ୍ଥିର ଚିତ୍ତରେ ସମସ୍ୟାର ସମାଧାନ ହେବ ସହିତ ମାନସିକ ସୁସ୍ଥତା ବଜାୟ ରହିଥାଏ | ପ୍ରତିଦିନ ଅଧଘଣ୍ଟା ମୌନ ରହି କୌଣସି ଶୂନଶାନ ସ୍ଥାନରେ ବସନ୍ତୁ | ସେହି ସମୟରେ ମନ ଭିତରେ ଅଯଥା ଚିନ୍ତା କରନ୍ତୁ ନାହିଁ | ସବୁକିଛି ସମସ୍ୟାକୁ ଭୁଲିବାକୁ ଚେଷ୍ଟା କରନ୍ତୁ | ଏଭଳି କରିବା ଦ୍ୱାରା କୋର୍ଟିସୋଲ ଓ ଏଣ୍ଡ୍ରେନାଲାଇନର ସ୍ତର କାମ ହୋଇଥାଏ, ଯାହାକି ମାନସିକ ସହିତ ଶାରୀରିକ ଆରମ୍ଭ ଦେଇଥାଏ | ମୌନ ରହିବା ଦ୍ୱାରା ସ୍ମରଣ ଶକ୍ତି ବୃଦ୍ଧି ହେବା ସହ ନ୍ୟୁରୋଲୋଜିକାଲ ଆଘାତରେ ଶୀଘ୍ର ଉପଶମ ହୋଇଥାଏ | ମାନସିକ ଅସୁସ୍ଥତା ଯୋଗୁଁ ଅନିଦ୍ରା, ନକାରାତ୍ମକ ଚିନ୍ତାଧାରା ଓ ଉଚ୍ଚରକ୍ତଚାପ ଭଳି ସମସ୍ୟା ମଧ୍ୟ ଦେଖାଯାଏ | ତେଣୁ ଏହାର ସମାଧାନ ପାଇଁ ମୌନ ରହିବା ଏକ ମହୈାଷଧୀ ଭଳି କାମ କରେ | ତେଣୁ ଯଥାର୍ଥରେ କୁହାଯାଇପାରିବ ଯେ- ସୁସ୍ଥ ମନ ହିଁ ସୁସ୍ଥ ଶରୀରର ବାହକ |

author

Related Articles

Leave a Reply

Your email address will not be published. Required fields are marked *