ବିଚିତ୍ର ତୁଳନା ପୃଥିବୀ ଓ ଗୁପ୍ଚୁପ ମଧ୍ୟରେ ଅଛି ସମାନତା

ବିଚିତ୍ର ତୁଳନା ପୃଥିବୀ ଓ ଗୁପ୍ଚୁପ ମଧ୍ୟରେ ଅଛି ସମାନତା

ଭୁବନେଶ୍ୱର:

ଏହି ଫଟୋକୁ ପ୍ରତିଷ୍ଠିତ ବ୍ୟବସାୟୀ ହର୍ଷ ଗୋଏଙ୍କ ସାମାଜିକ ଗଣମାଧ୍ୟମରେ ସେୟାର କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି | ଏଥିରେ ସେ ଗୁପ୍ଚୁପ ଓ ପୃଥିବୀ ମଧ୍ୟରେ ବିଚିତ୍ର ତୁଳନା କରିଛନ୍ତି | ପୃଥିବୀ ଓ ଗୁପ୍ଚୁପ ମଧ୍ୟରେ କିଭଳି ସମାନତା ରହିଛି, ସେ ସମ୍ପର୍କରେ ହର୍ଷ ଗୋଏଙ୍କା କହିଛନ୍ତି | ପୃଥିବୀ ଗୋଲାକାର ଓ ଗୁପ୍ଚୁପର ଆକାର ମଧ୍ୟ ଗୋଲ | ଏହା ସହ ଉଭୟ ୭୦ ପ୍ରତିଶତ ଜଳରେ ପରିପୂର୍ଣ୍ଣ | ତୃତୀୟ ତଥା ଅନ୍ୟତମ ମୁଖ୍ୟ କଥା ହେଉଛି ଉଭୟ ପୃଥିବୀ ଓ ଗୁପ୍ଚୁପ ବିନା ଜୀବନ ଧାରଣ ଅସମ୍ଭବ | ପୃଥିବୀ ଓ ଗୁପ୍ଚୁପ ମଧ୍ୟରେ ଥିବା ଏହି ତିନିଟି ନିଷ୍କର୍ଷକୁ ସେ ଖୁବ ସୁନ୍ଦର ଭାବେ ଉପସ୍ଥାପନା କରିଛନ୍ତି | ଅବଶ୍ୟ ଏହାକୁ ମଜାଦାର ଓ ଜ୍ଞାନବର୍ଦ୍ଧକ କହିଲେ ଆଦୌ ଭୁଲ ହେବ ନାହିଁ | ଏହି ଯୁକ୍ତି ସହ ସେ ଗୋଟିଏ ପଟେ ପୃଥିବୀ ଓ ଅନ୍ୟପଟେ ଗୁପ୍ଚୁପର ଫଟୋ ବି ପୋଷ୍ଟ କରିଛନ୍ତି | ଅନେକ ଏହି ପୋଷ୍ଟକୁ ପସନ୍ଦ କରିଥିବା ବେଳେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି |

author

Related Articles

Leave a Reply

Your email address will not be published. Required fields are marked *