କମ ମାର୍କ ପାଇଁ ମିଳିଲାନି ଘରଭଡା

କମ ମାର୍କ ପାଇଁ ମିଳିଲାନି ଘରଭଡା

ବେଙ୍ଗାଲୁରୁ:

ଆଇଟି ହବ ଭାବେ ପରିଚିତ ବେଙ୍ଗାଲୁରୁ ସହରରେ ଆଜିକାଲି ଲୋକଙ୍କୁ ଘର ମିଳିବା କଷ୍ଟକର ହୋଇପଡିଛି | ଏହାକୁ ନେଇ ଅଜବ ପ୍ରକାର ଘଟଣା ସାମ୍ନାକୁ ଆସିଛି | ଯାହା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି | ଜଣେ ଯୁବକ ଦ୍ୱାଦଶ ଶ୍ରେଣୀରେ ୯୦ ପ୍ରତିଶତ ମାର୍କ ରଖି ନ ଥିବାରୁ ତାଙ୍କୁ ଘରଭଡା ଦେବାକୁ ଜଣେ ମାଲିକ ମନା କରିଛନ୍ତି | ଅବଶ୍ୟ ଏହି କଥାରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ଦଶମ ଓ ଦ୍ୱାଦଶ ମାର୍କ କେବଳ ଭବିଷ୍ୟତ ଗଢିବା ଦିଗରେ ନୁହେଁ, ଘରଭଡା ପାଇବା ପାଇଁ ଖୁବ, ଜରୁରୀ | ସରଳ ଭାଷାରେ କହିଲେ, ବେଙ୍ଗାଲୁରୁରେ ଘର ପାଇବାକୁ ହେଲେ ଦ୍ୱାଦଶ ପରୀକ୍ଷାରେ ବି ଭଲ ନମ୍ବର ରଖିବାକୁ ପଡିବ | ଶୁଭ ନାମକ ଜଣେ ଟ୍ୱିଟର ୟୁଜର ଏହି ଘଟଣାର ଦୁଇଟି ସ୍କ୍ରିନସଟ ସାମାଜିକ ଗଣମାଧ୍ୟମରେ ସେୟାର କରି ଏ ବାବଦରେ ଜଣାଇଛନ୍ତି |

ସେହିପରି ସେ ଏହାର ଶୀର୍ଷକରେ ଲେଖିଛନ୍ତି, ‘ମାର୍କ କେବଳ ସୁନ୍ଦର ଭବିଷ୍ୟତ ନିର୍ଦ୍ଧାରଣ କରେ ନାହିଁ, ବେଙ୍ଗାଲୁରୁରେ ଘର ମିଳିବ ନ ମିଳିବ ତାହା ମଧ୍ୟ ସ୍ଥିର କରେ |’ ଗୋଟିଏ ସ୍କ୍ରୀନସଟରେ ଟଙ୍କା ସମ୍ପର୍କୀୟ ଭାଇ ଯୋଗେଶ ଦ୍ୱାଦଶ ପରୀକ୍ଷାରେ ୭୫ ମାର୍କ ରଖିଥିବାରୁ ଘରଭଡା ମିଳି ନ ଥିବା କଥା ସେ ଦେଖାଇଛନ୍ତି | ଅନ୍ୟ ଏକ ସ୍କ୍ରିନସଟରେ ବିରାଜେଶ ନାମକ ବ୍ରୋକରଙ୍କ ସହ ଯୋଗେଶଙ୍କ ଘରଭଡା ଆଲୋଚନାକୁ ଦେଖାଇଛନ୍ତି | ଏଥିରୁ ଦେଖାଯାଇଛି ଯେ, ବ୍ରୋକର ଜଣଙ୍କ ଯୋଗେଶଙ୍କୁ ତାଙ୍କର ସୋସିଆଲ ମିଡ଼ିଆ ପ୍ରୋଫାଇଲ, ଜଏନିଂ ଲେଟରରେ କପି ଆଧାରକାର୍ଡ଼ ସହିତ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ବି ମାଗିଥିଲେ | କେବଳ ସେତିକି ନୁହେଁ, ଯୋଗେଶଙ୍କୁ ୧୫୦ରୁ୨୦୦ ଶବ୍ଦ ମଧ୍ୟରେ ନିଜର ପରିଚୟ ଲେଖିବାକୁ କହିଥିଲେ | ଅବଶ୍ୟ ଯୋଗେଶ ବ୍ରୋକରଙ୍କ କହିବା ଅନୁସାରେ, ସବୁକିଛି ତାଙ୍କୁ ମେଲ କରିଥିଲେ | ଏହାପରେ ଉତ୍ତର ଆସିଥିଲା, ସେ ଯୋଗେଶଙ୍କର ସମସ୍ତ ତଥ୍ୟ ଘର ମାଲିକଙ୍କୁ ପଠାଇ ଥିଲେ | ତେବେ ଘର ମାଲିକଙ୍କ ଆଶାନୁଯାୟୀ ଦ୍ଵାଦଶରେ ୯୦ ପ୍ରତିଶତ ମାର୍କ ରଖି ନ ଥିବାରୁ ଯୋଗେଶଙ୍କୁ ଘର ଭଡା ଦେବେ ନାହିଁ ବୋଲି ସେ ମନା କରି ଦେଇଛନ୍ତି | ଅବଶ୍ୟ ଏହା ଉପରେ ଅନେକ ଲୋକ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି | ଜଣେ ୟୁଜର କହିଛନ୍ତି, ‘ବାପା ଠିକ କହନ୍ତି ପାଠ ପଢିଲେ ହିଁ ଘର କରିପାରିବ |’

author

Related Articles

Leave a Reply

Your email address will not be published. Required fields are marked *