‘ଧୁମ-୪’ରେ ଜନ୍

‘ଧୁମ-୪’ରେ ଜନ୍

ଭୁବନେଶ୍ୱର:

ୟଶରାଜ ଫିଲ୍ମିସର ସବୁଠାରୁ ବଡ଼ ବ୍ଲକବଷ୍ଟର ଫିଲ୍ମି ହେଉଛି ‘ଧୁମ’ | ଇତିମଧ୍ୟରେ ଏହି ସିରିଜର ତିନୋଟି ସିନେମା ରିଲିଜ ହୋଇସାରିଛି | ଏଗୁଡିକ ହେଲା ‘ଧୁମ’,‘ଧୁମ-ଟୁ’ ଓ ‘ଧୁମ-3’ | ଏବେ ଏହାର ଆଗାମୀ ଫିଲ୍ମୀକୁ ନେଇ ଜୋରସୋରରେ ଚର୍ଚ୍ଚା ଚାଲିଥିବା ବେଳେ ଏଯାବତ ଫିଲ୍ମିର କଳାକାରଙ୍କୁ ଫାଇନାଲ କରାଯାଇନାହିଁ | ତେବେ ଇତିମଧ୍ୟରେ ‘ଧୁମ-୪’ ପାଇଁ ଆଦିତ୍ୟ ଚୋପ୍ରା, ଜଣ ଆବ୍ରାହମଙ୍କୁ ଫାଇନାଲ କରିଥିବା ଚର୍ଚ୍ଚା ହେଉଛି | ଜଣ ଶେଷ ଥର ପାଇଁ ‘ପଠାନ’ ଫିଲ୍ମିରେ ଦେଖାଯାଇଥିଲେ | ଏହି ଫିଲ୍ମି ବକ୍ସ ଅଫିସରେ ସୁପରହିଟ ସ୍ବାସ୍ଥ୍ୟ ହୋଇଛି | ଏହି ଫିଲ୍ମିରେ ଜନ ‘ଜିମ’ ଭୂମିକାରେ ଅଭିନୟ କରି ବେଶ ପ୍ରଶଂସିତ ହୋଇଥିଲେ | ‘ପଠାନ’ର ସଫଳତା ପରେ ଏବେ ବଡ ବଡ ବ୍ୟାନରରୁ ଜନଙ୍କୁ ଅଫର ଆସୁଛି | ତେବେ ଜନଙ୍କ ସଫଳତାକୁ ଆଖିଆଗରେ ରଖି ଆଦିତ୍ୟ ଜନଙ୍କୁ ‘ଧୁମ-୪’ରେ ସାଇନ କରିଥିବା କୁହାଯାଇଛି | ଇତିମଧ୍ୟରେ ଆଦିତ୍ୟ ଚୋପ୍ରାଙ୍କ ସହ ଜନଙ୍କୁ ଅନେକବାର ଦେଖାଯାଇଛି | ତେଣୁ ‘ଧୁମ-୪’ରେ ଜନ ଅଭିନୟ କରୁଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି | ‘ପଠାନ’ ହିଟ ହେବ ପରେ ସୋସିଆଲ ମିଡିଆରେ ଜନଙ୍କ ପ୍ରଶଂସକଙ୍କ ସଂଖ୍ୟ ମଧ୍ୟ ବଢିଯାଇଛି | ନିକଟରେ ଏକ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ଯେ, ସଯିଦ ଖାନଙ୍କ ଚଳଚ୍ଚିତ୍ର ‘୧୦୦%’ର ଅଫରକୁ ଜନ ପ୍ରତ୍ୟାଖ୍ୟାନ କରିଛନ୍ତି | ଏହି ଫିଲ୍ମିରେ ରିତେଶ ଦେଶମୁଖ, ନୋରା ଫତେହି, ଶେହେନାଜ ଗିଲ ଲିଡ଼ ରୋଲରେ ନଜର ଆସିବେ | ଏହାପୂର୍ବରୁ ସେ ‘ଆୱାରା ପାଗଲ ଦିୱାନା-୨’ର ଅଫରକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଥିଲେ | ତେବେ ଜନ ‘ପଠାନ’ର ସଫଳତା ପରେ ଏବେ କମେଡି ଅପେକ୍ଷା ସିରିୟସ ରୋଲକୁ ଗୁରୁତ୍ୱ ଦେଉଥିବା ଜଣାପଡିଛି |

author

Related Articles

Leave a Reply

Your email address will not be published. Required fields are marked *