ଉବେରରେ କେଉଁ ଜିନିଷ ଛାଡି ଯାଆନ୍ତି ଯାତ୍ରୀ

ଉବେରରେ କେଉଁ ଜିନିଷ ଛାଡି ଯାଆନ୍ତି ଯାତ୍ରୀ

ଭୁବନେଶ୍ୱର:

ସାଧାରଣତଃ ଲୋକମାନେ ଟ୍ୟାକ୍ସି ଆଦିରେ ଯାତ୍ରା କରିବା ସମୟରେ ଅନେକ ଜିନିଷ ଭୁଲ୍ରେ ଛାଡି ଦିଅନ୍ତି | ଏବେ ଅନଲାଇନ କ୍ୟାବ ସେବା ପ୍ରଦାନକାରୀ ସଂସ୍ଥା ଉବେର ଏକ ରିପୋର୍ଟ ଜାରି କରିଛି | ଯେଉଁଥିରେ ଯାତ୍ରୀମାନେ ଯାତ୍ରା ସମୟରେ କ’ଣ ସବୁ ଜିନିଷ ଗାଡ଼ିରେ ଛାଡି ଦିଅନ୍ତି, ତାହା ଦର୍ଶାଯାଉଛି | ଏହି ରିପୋର୍ଟରେ ଯାତ୍ରୀମାନେ ଭୁଲିଯାଉଥିବା କିମ୍ବା ଛାଡି ଦେଇ ଯାଉଥିବା ସାମାନ୍ୟ ଜିନିଷ ସମ୍ପର୍କରେ କୁହାଯାଇ ନାହିଁ, ଭୁଲିଯାଉଥିବା ନିଆରା ଜିନିଷ, ସବୁଠାରୁ ଭୁଲିଯାଉଥିବା ସହର, ଦିନ ତଥା ସମୟରେ ତଥ୍ୟ ମଧ୍ୟ ପ୍ରଦାନ କରାଯାଉଛି | ଉବେର ଦ୍ୱାରା ଜାରି ହୋଇଥିବା ଲଷ୍ଟ ଆଣ୍ଡ ଫାଉଣ୍ଡ ଇଣ୍ଡେକ୍ସର ୨୦୨୩ ସଂସ୍କରଣ ଅନୁସାରେ, ସବୁଠୁ ଅଧିକ ଛାଡି ଯାଉଥିବା ଜିନିଷ ମଧ୍ୟରେ ସାମିଲ ଅଛି ଡ୍ରେସ, ଫୋନ, ପର୍ସ, ହେଡ଼ଫୋନ, ଗହଣା, ଚାବି, ବହି, ଲ୍ୟାପଟପ ଓ ଘଣ୍ଟା | ସେହିପରି ନିଆରା ଜିନିଷ ମଧ୍ୟରେ ଉବେର ଯାତ୍ରୀମାନେ ଫଂ ମେସିନ, ରିମୋଟ ଚାଳିତ ଭାଇବ୍ରେଟର, ନକଲି ଦାନ୍ତ, ନକଲି କେଶ ଛାଡି ଯାଆନ୍ତି | ତେବେ ଅଧିକାଂଶ ଯାତ୍ରୀ ଷୋମବାର ଚାର୍ଜର, ମଙ୍ଗଳବାର ଚାବି ଛାଡିଯାଉଥିବା ବେଳେ ବୁଧବାର ପର୍ସ, ଗୁରୁବାର ଟଙ୍କା, ଶୁକ୍ରବାର ଘଣ୍ଟା ଓ ଗହଣା, ଶନିବାର ପାସପୋର୍ଟ ଓ ରବିବାରରେ ତେଜରାତି ଜିନିଷ ଛାଡି ଯାଉଥିବା କୁହାଯାଇଛି | ଏହି ରିପୋର୍ଟ ଅନୁସାରେ, ଆମେରିକାରେ ଯାତ୍ରୀମାନେ ୟୁବେରାରେ ସବୁଠୁ ଅଧିକ ଜିନିଷ ଶନିବାର ଓ ରବିବାର ଭୁଲିଯାଆନ୍ତି | ସେହିପରି ମାସ କଥା ଯଦି କୁହାଯାଏ, ତେବେ ଏପ୍ରିଲ ମାସରେ ହିଁ ଯାତ୍ରୀମାନେ ଅଧିକ ଜିନିଷ ଛାଡ଼ିଥାନ୍ତି | ଏହି ମାସର ୫ ଓ ୯ ତାରିଖକୁ ଭୁଲିଯାଉଥିବା ଦିନ ଭାବେ ଚିହ୍ନିତ କରାଯାଇଛି |

author

Related Articles

Leave a Reply

Your email address will not be published. Required fields are marked *