ଟ୍ୟାନିଂ ଦୂର କରେ ହଳଦୀ

ଟ୍ୟାନିଂ ଦୂର କରେ ହଳଦୀ

ଭୁବନେଶ୍ୱର:

ଖରାଦିନେ ସନଟ୍ୟାନ ସମସ୍ୟା ବଢିଥାଏ | ମୁହଁ, ହାତ, ପାଦ ଖରା ସଂସ୍ପର୍ଶରେ ଯେଭଳି ନ ଆସିବ, ସେ ଦିଗରେ ସମସ୍ତେ ଯତ୍ନବାନ ଥାନ୍ତି | ତେବେ ଯେତେ ଯାହା କଲେ ବି ଟ୍ୟାନ ସମସ୍ୟା ଦେଖାଦିଏ | ଟ୍ୟାନ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅନେକ ଯୁବତୀ ପାର୍ଲର ମୁହାଁ ହୋଇଥାନ୍ତି | ତେବେ ଏହା ସବୁବେଳେ ସମ୍ଭବ ହୋଇନଥାଏ | ଘରେ ମଧ୍ୟ ଚାହିଁଲେ ଜଣେ ଟ୍ୟାନ ସମସ୍ୟାରୁ ମୁକ୍ତି ପାଇପାରିବେ |
କ’ଣ କରିବେ:- ଏଥିପାଇଁ ପ୍ରଥମେ ହଳଦୀକୁ ଭାଜିବାକୁ ହୋଇଥାଏ | ଭଜା ହଳଦୀରେ କଫି ପାଉଡର ଓ ଦହି ମିଶାନ୍ତୁ | ଏ ସମସ୍ତ ଜିନିଷକୁ ମିଶାଇ ଭଲଭାବେ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ | ଏହି ମିଶ୍ରଣକୁ ହାତରେ ଓ ପାଦରେ ଭଲଭାବେ ଲଗାନ୍ତୁ | ୧୦ ମିନିଟ ପରେ ଧୋଇଦିଅନ୍ତୁ | ସପ୍ତାହକୁ ଦୁଇ ଥର ଏହାକୁ ଲଗାଇବା ଦ୍ୱାରା ଫରକ ଅନୁଭବ କରିପାରିବେ |

author

Related Articles

Leave a Reply

Your email address will not be published. Required fields are marked *