ବଡ଼ ବଜେଟର ଫିଲ୍ମି ପାଇଁ ଇଣ୍ଡଷ୍ଟ୍ରି ଅଧିକ କ୍ଷତି ସହୁଛି- ନୱାଜୁଦ୍ଦିନ

ବଡ଼ ବଜେଟର ଫିଲ୍ମି ପାଇଁ ଇଣ୍ଡଷ୍ଟ୍ରି ଅଧିକ କ୍ଷତି ସହୁଛି- ନୱାଜୁଦ୍ଦିନ

ଭୁବନେଶ୍ୱର:

ବଲିଉଡରେ ନିଜର ଦମଦାର ଅଭିନୟ ପାଇଁ ଜଣ ସୁନା ଅଭିନେତା ନୱାଜୁଦ୍ଦିନ ସିଦ୍ଦିକ୍ କିଛି ଦିନ ହେବ ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହି ଆସୁଛନ୍ତି | ନୱାଜୁଦ୍ଦିନଙ୍କର ତାଙ୍କ ପତ୍ନୀ ଆଲିଆଙ୍କ ସହ ବିବାଦ ଲାଗି ରହିଛି | ଘରୋଇ ବିବାଦ ମଧ୍ୟରେ ନୱାଜୁଦ୍ଦିନଙ୍କର ଅଭିନୟ ଉପରେ ଏହାର ତିଳେମାତ୍ର ପ୍ରଭାବ ପଡିନି | ନିକଟରେ ଗଣମାଧ୍ୟମକୁ ସେଇଥିବା ଏକ ସାକ୍ଷାତକାର ପାଇଁ ପୁଣି ଥରେ ସେ ଚର୍ଚ୍ଚାକୁ ଆସିଛନ୍ତି | ବର୍ତ୍ତମାନ ଇଣ୍ଡଷ୍ଟ୍ରିର ଅବସ୍ଥାକୁ ନେଇ ସେ ଖୋଲାଖୋଲି ଆଲୋଚନା କରିଛନ୍ତି | ନୱାଜୁଦ୍ଦିନଙ୍କ କହିବା ଅନୁସାରେ, ‘ଏବେ ଇଣ୍ଡଷ୍ଟ୍ରି ହିଟ ଫିଲ୍ମି ପାଇଁ ସଂଘର୍ଷ କରୁଛି, ଏହାର ମୁଖ୍ୟ କାରଣ ହେଉଛି, ଏହି ଫିଲ୍ମଗୁଡ଼ିକରେ ବଡ ବଡ କଳାକାର ଅଛନ୍ତି ସତ, କିନ୍ତୁ ଭଲ କାହାଣୀ ନାହିଁ | କାରଣ କାଳରେ ଅଳ୍ପ କିଛି ହିନ୍ଦୀ ଫିଲ୍ମି ପ୍ରଦର୍ଶନ କରିଛି | ଶାହରୁଖ ଖାନଙ୍କ ‘ପଠାନ’କୁ ଛାଡି ଅଧିକାଂଶ ବଡ ବଡ କଳାକାରଙ୍କ ଫିଲ୍ମି ବକ୍ସ ଅଫିସରେ ଫ୍ଲପ ସାବ୍ୟସ୍ତ ହୋଇଛି |ତେବେ ଏ ବାବଦରେ ନୱାଜୁଦ୍ଦିନଙ୍କ ମତ ହେଉଛି, ‘ବଡ ବଡ ବଜେଟର ଫିଲ୍ମି ହିଁ ଇଣ୍ଡଷ୍ଟ୍ରିକୁ କ୍ଷତି ପହଞ୍ଚାଉଛି | ପ୍ରକୃତରେ ଏହି ଫିଲ୍ମିଗୁଡିକର କାହାଣୀ, ନିର୍ଦ୍ଦେଶନା ଓ ପଦର୍ଶନ ବହୁତ ଖରାପ ହୋଇଥାଏ |

ଏହି ଫିଲ୍ମଗୁଡ଼ିକରେ ପାଞ୍ଚୋଟି ଗୀତ ଥାଏ | ଯାହାକୁ କୋରିଓଗ୍ରାଫର ଡିଜାଇନ କରିଥାଆନ୍ତି | ଏବଂ ଆକ୍ସନ ସିନଗୁଡିକ ଆକ୍ସନ ଡିଜାଇନର କରିଥାଆନ୍ତି | ଏଥିରେ ନିର୍ଦ୍ଦେଶକ କଣ କରୁଛନ୍ତି ଓ ଏଥିରେ ଅଭିନୟ କରୁଥିବା କଳାକାରମାନେ କ’ଣ କରୁଛନ୍ତି | ଏକାସଙ୍ଗେ ନିର୍ଦ୍ଦେଶକମାନେ ୧୦ରୁ୨୫ କଳାକାର ନେଉଛନ୍ତି, ସେମାନଙ୍କୁ ଏକାସଙ୍ଗେ କଷ୍ଟ କରିବା ପାଇଁ ୬୦ ରୁ ୧୦୦ କୋଟି ଖର୍ଚ୍ଚ କରି ଦିଅନ୍ତି | କିନ୍ତୁ ଲୋକେ ଏହି ଫିଲ୍ମିଗୁଡିକୁ ଦେଖିବା ପାଇଁ ଇଛା କରନ୍ତି ନାହିଁ | ଫଳରେ ଫିଲ୍ମିଟି ଫ୍ଲପ ହୋଇଯାଏ | ଏହି ନିର୍ଦ୍ଦେଶକମାନେ ଜଣେ ଭଲ କଳାକାରକୁ ନେଇ ୫୦ କୋଟି ମଧ୍ୟରେ ଏକ ଫିଲ୍ମି ତିଆରି କରିବା ପାଇଁ ଚାହାନ୍ତି ନାହିଁ | ଏହାବାଦ ଇଣ୍ଡଷ୍ଟ୍ରିରେ ଦୁଇ ପ୍ରକାରର ଅଭିନେତା ଥାଆନ୍ତି ଜଣେ ଜନତାଙ୍କ ଅଭିନେତା ଓ ଅନ୍ୟ ଜଣେ ଇଣ୍ଡଷ୍ଟ୍ରିର ଅଭିନେତା | ଇଣ୍ଡଷ୍ଟ୍ରି ଅଭିନେତାଙ୍କୁ ଫିଲ୍ମି ପାଇଁ ଅଫର ଆସେ କିନ୍ତୁ ଦର୍ଶକେ ଯେଉଁ ଅଭିନେତାଙ୍କୁ ପସନ୍ଦ କରୁଛନ୍ତି ସେମାନଙ୍କୁ ଦର୍ଶକଙ୍କ ପାଖକୁ ପହଞ୍ଚିବାକୁ ଦିଆଯାଏ ନାହିଁ | ନୱାଜୁଦ୍ଦିନ ଏବେ ତାଙ୍କର ଫିଲ୍ମି ‘ଜୋଗୀରା ସାରା ରା ରା’ରେ ପ୍ରମୋସନରେ ବ୍ୟସ୍ତ | ଏଥିରେ ତାଙ୍କ ସହ ନେହା ଶର୍ମା ଓ ମହାକ୍ଷୟ ଚକ୍ରବର୍ତ୍ତୀ ଅଭିନୟ କରୁଛନ୍ତି | ଏହି ଫିଲ୍ମି ମେ’୧୨ରେ ରିଲିଜ ହେବ |

author

Related Articles

Leave a Reply

Your email address will not be published. Required fields are marked *