ଗେଣ୍ଡୁଫୁଲ ଫେସପ୍ୟାକ

ଗେଣ୍ଡୁଫୁଲ ଫେସପ୍ୟାକ

ଭୁବନେଶ୍ୱର:

ଫୁଲ କେବଳ ସୁଗନ୍ଧମୟ ନୁହେଁ, ଏଥିରେ ଅନେକ ଔଷଧୀୟ ଗୁଣ ମଧ୍ୟ ଅଛି | ଯାହାର ବ୍ୟବହାର ଫେସପ୍ୟାକ ଭାବେ କରିବା ସମ୍ଭବ | ଗେଣ୍ଡୁଫୁଲରେ ଫେସପ୍ୟାକ ଦ୍ୱାରା ଉଜ୍ଜଳ ତ୍ୱଚା ମିଳିଥାଏ | ସେଥିପାଇଁ ଗେଣ୍ଡୁଫୁଲକୁ ରାତି ତମାମ ଉଷୁମ ପାଣିରେ ବତୁରାଇବାକୁ ପଡିବ | ସେହି ପାଣିରେ ଦହି ଓ ଚନ୍ଦନ ମିଶାନ୍ତୁ | ସେସବୁକୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ | ଏହାକୁ ମୁହଁରେ ଭଲଭାବେ ଲଗାନ୍ତୁ | ଓଠ ଓ ଆଖିକୁ ଛାଡି ମୁହଁରେ ଓ ବେକରେ ଏହି ପ୍ୟାକକୁ ଭଲ ଭାବେ ଲଗାନ୍ତୁ | କୋଡିଏ ମିନିଟ ପରେ ମୁହଁ ଧୋଇ ଦିଅନ୍ତୁ | ଏହା ତ୍ୱଚା ପୋଡାଜଳା ସମସ୍ୟା କମ କରେ | ତା’ ସହ ବ୍ରଣ ଓ ନାଲି ଦାଗ ଦୂର କରେ | ଏହି ପ୍ୟାକ ତ୍ୱଚାର ତେଲିଆପଣଙ୍କୁ କମ କରିଥାଏ |

author

Related Articles

Leave a Reply

Your email address will not be published. Required fields are marked *