ଗ୍ରହକୁ ଗିଳିଦେଲା ତାରା

ଗ୍ରହକୁ ଗିଳିଦେଲା ତାରା

କେମ୍ବ୍ରିଜ:

ପ୍ରଥମ ଥର ପାଇଁ ମହାକାଶରେ ଏକ ଅଭୁତ ଦୃଶ୍ୟକୁ ଦେଖିବାକୁ ମିଳିଛି | ଏକ ଗ୍ରହକୁ ତାରା ଗିଳିଦେଇଛି | ଏହି ତାରାର ଆକାର ପ୍ରାୟ ସୂର୍ଯ୍ୟଙ୍କ ପରି ଏବଂ ଗ୍ରହଟି ବୃହସ୍ପତି ଆକାରର ଗ୍ୟାସ ପିଣ୍ଡ ସଦୃଶ ଥିଲା | ଏହି ବିରଳ ମହାଜାଗତିକ ଦୃଶ୍ୟକୁ ହାଭାର୍ଡ ୟୁନିଭର୍ସିଟି ଏବଂ କାଲିଫର୍ଣିଆ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର ବୈଜ୍ଞାନିକଙ୍କ ଟିମ ଦେଖୁଛନ୍ତି | ଟିମ ପକ୍ଷରୁ କୁହାଯାଇଛି ଯେ ଏହି ଦୃଶ୍ୟ ଅତ୍ୟନ୍ତ ଭୟାନକ ଥିଲା | ଏହି ପକ୍ରିୟା ବିଷୟରେ ତଥ୍ୟ ହାସଲ କରିବା ଗୁରୁତ୍ୱପୂର୍ଣ୍ଣ ଥିଲା | ଦିନେ ସୂର୍ଯ୍ୟ ଆମ ପୃଥିବୀ ଏବଂ ଏହା ଆଗରେ ଥିବା ତିନି ଗ୍ରହକୁ ଗିଳିଦେବ ବୋଲି ବୈଜ୍ଞାନିକମାନେ କହିଛନ୍ତି |

ବୈଜ୍ଞାନିକଙ୍କ ଅନୁଯାୟୀ ପୂର୍ବରୁ କେବେ ତାରା ଗ୍ରହକୁ ଗିଳୁ ଥିବାର ଦୃଶ୍ୟ ଦେଖାଯାଇ ନାହିଁ | ଏମଆଇଟିରେ ଏହା ଉପରେ ଗବେଷଣା କରୁଥିବା କିସଲେ ଡେ କହିଛନ୍ତି ଯେ ଦିନେ ସୂର୍ଯ୍ୟ ସମ୍ପୂର୍ଣ ସୌରମଣ୍ଡଳକୁ ଗିଳିଦେବ ବୋଲି ଆମେ ପଢିଆସୁଛୁ | ୫ ଅରବ ବର୍ଷ ପରେ ଏପରି ହେବ | ସେ ସମୟରେ କିଛି କ୍ଷଣରେ ପୃଥିବୀ ଧ୍ୱଂସ ହୋଇଯିବ | ଏବେ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି | ୨୦୨୦ରେ ତାରା ଗ୍ରହକୁ ଗିଳି ଦେଇଥିଲା | ଏହାକୁ ବୁଝିବା ପାଇଁ ବୈଜ୍ଞାନିକଙ୍କୁ ତିନି ବର୍ଷ ଲାଗିଥିଲା | ଗ୍ରହକୁ ଗିଲିଥିବା ତାରା ସୂର୍ଯ୍ୟ ଭଳି ୧୦ ଅରବ ବର୍ଷ ତଳର ଥିଲା | ପୃଥୀବିଠାରୁ ୧୨ ହଜାର ଆଲୋକ ବର୍ଷ ଦୂରରେ ଥିବା ଏକ୍ୱିଲା ନାମକ ତାରମଣ୍ଡଳରେଏହି ଦୃଶ୍ୟ ଦେଖିବାକୁ ମିଳିଥିଲା |

author

Related Articles

Leave a Reply

Your email address will not be published. Required fields are marked *