ଜୀବାଣୁବାହକ ବାଦଲ

ଜୀବାଣୁବାହକ ବାଦଲ

ଫ୍ରାନ୍ସ:

ଆକାଶରେ କଲା ବାଦଲ ଘୋଟି ଆସିଲେ ଖୁବ ଶୀଘ୍ର ବର୍ଷ ହେବ ବୋଲି ସୂଚନା ମିଳିଥାଏ | ଏବେ ବୈଜ୍ଞାନିକମାନେ କରିଥିବା ଗବେଷଣାରୁ ପ୍ରକାଶ କରିଛନ୍ତି ଯେ, ବାଦଲ ଗୁଡିକ ବହୁ ଦୂରଦୂରାନ୍ତକୁ ଜୀବାଣୁ ନେଇଯାନ୍ତି | ସବୁଠୁ ବଡ କଥା ହେଉଛି, ଏଗୁଡିକ ଔଷଧ ପ୍ରତିରୋଧକ ଜୀବାଣୁ | କାନାଡ଼ା ଏବଂ ଫ୍ରାନ୍ସର ବୈଜ୍ଞାନିକମାନେ କରିଥିବା ଏକ ଗବେଷଣାରୁ ଏସମ୍ପର୍କରେ ସୂଚନା ଦେଇଛନ୍ତି | ଏହି ଗବେଷଣାର ମୁଖ୍ୟ ଗବେଷକ ଫ୍ଲୋରେଣ୍ଟ ରସି ଏ ସମ୍ପର୍କରେ କହିଛନ୍ତି ଯେ, ବାଦଲରେ ମିଳୁଥିବା ଏହି ଜୀବାଣୁଗୁଡିକ ସାଧାରଣତଃ ପତ୍ର, ମାଟି ବା ଉଦ୍ଭିଦ ଉପରେ ଥାଆନ୍ତି | ଏହି ଜୀବାଣୁ ପବନ ଦ୍ୱାରା ବାୟୁମଣ୍ଡଳରେ ପହଞ୍ଚିଥାନ୍ତି | ସମୟକ୍ରମେ ଏହି ଜୀବାଣୁଗୁଡିକ ବାଦଲ ମାଧ୍ୟମରେ ବେଶ ଦୂର ଦୂର ସ୍ଥାନରେ ପହଞ୍ଚି ଯାଆନ୍ତି | ‘ସାଇନ୍ସ ଅଫ ଦି ଟୋଟାଲ ଏନଭାରମେଣ୍ଟାଲ ଜର୍ଣ୍ଣାଲ’ ନାମକ ବିଜ୍ଞାନ ପତ୍ରିକାରେ ଏହି ଗବେଷଣାର ରିପୋର୍ଟ ପ୍ରକାଶ ପାଇଛି |

ତେବେ ବୈଜ୍ଞାନିକମାନେ ବାଦଲର କିଛି ନମୁନାରେ ମିଳୁଥିବା ଜୀବାଣୁରୁ ଆଣ୍ଟିବାୟୋଟିକ-ପ୍ରତିରୋଧକ ଜିନକୁ ଠାବ କରିଛନ୍ତି | ସେପ୍ଟେମ୍ବର ୨୦୧୯ରୁ ଅକ୍ଟୋବର ୨୦୨୧ ମଧ୍ୟରେ ସମୁଦ୍ର ପତ୍ତନଠାରୁ ୧,୪୬୫ ମିଟର (୪,୮୦୬ଫୁଟ) ଉପରେ ଥିବା ଏକ ବାୟୁମଣ୍ଡଳ ଗବେଷଣା ଷ୍ଟେସନରୁ ବାଦଲ ଗୁଡିକର ନମୁନା ସଂଗ୍ରହ କରାଯାଇଥିଲା | ଏହି ବାୟୁମଣ୍ଡଳୀୟ ଗବେଷଣା ଷ୍ଟେସନ ମଧ୍ୟ ଫ୍ରାନ୍ସର ଏକ ସୁପ୍ତ ଆଗ୍ନେୟଗିରି ପୁଏ ଡେ ଡୋମ ଉପରେ ଥିଲା | ତେବେ ଏହି ଗବେଷଣାରୁ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ, ବାଦଲର ପ୍ରତି ମିଲିଲିଟର ପାଣିରେ ୩୦ରୁ ୩୦,୦୦୦ ଜୀବାଣୁ ରହିଥାଏ, ଯାହାକି ପ୍ରତି ମିଲି ଲିଟରରେ ହାରାହାରି ୮୦୦୦ ଜୀବାଣୁ ହେବେ | ଏହି ଜୀବାଣୁଗୁଡିକ ମୁଖ୍ୟତଃ ଆମ ଆଖପାଖରେ ପରିବେଶରୁ ସୃଷ୍ଟି ହୋଇଥାନ୍ତି | ତେବେ ଏହି ଜୀବାଣୁଗୁଡିକ ମଣିଷ ପାଇଁ କ୍ଷତିକାରକ ହୋଇ ନ ଥାନ୍ତି | ସେଥିପାଇଁ ଲୋକମାନେ ବର୍ଷରେ ଓଦା ହେଲେ ଭୟ କରିବା ଉଚିତ ନୁହେଁ | ତେବେ ଏ ସମ୍ପର୍କରେ ବୈଜ୍ଞାନିକମାନେ ଆହୁରି ଗବେଷଣା ଜାରି ରଖିଛନ୍ତି |

author

Related Articles

Leave a Reply

Your email address will not be published. Required fields are marked *