ପାନ ବର୍ଗର

ପାନ ବର୍ଗର

ପାକିସ୍ତାନ:

ଫ୍ୟୁଜନ ଫୁଡ ନାଁରେ ଏବେ ଅନେକ ଅଜବ ଖାଦ୍ୟ ଭାଇରାଲ ହେବାର ଲାଗିଛି | ଏହି ଧାରାରେ ଏବେ ଏପରି ଖାଦ୍ୟ ଭାଇରାଲ ହୋଇଛି ଯାହାକୁ ୟୁଜର୍ସମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି | ପାକିସ୍ତାନର ଜଣେ ଫୁଡ ବ୍ଲଗର ‘ମେରା ଆପନା ପଞ୍ଜାବ’ ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପାନ ବର୍ଗର ଭିଡିଓ ସେୟାର କରିଛନ୍ତି | ଭିଡିଓରେ ଦେଖିବାକୁ ମିଳୁଛି ଯେ, ରାସ୍ତାକଡ଼ରେ ଜଣେ ଦୋକାନୀ ପାନ ବର୍ଗର ତିଆରି କରୁଛନ୍ତି | ସେ ପ୍ରଥମେ ପାନପତ୍ରକୁ ଆଣି ସେଥିରେ ବିଭିନ୍ନ ପ୍ରକାର ପାନ ମସଲା ସହିତ ବର୍ଫି, ଚକୋଲେଟ, ଆଲମଣ୍ଡ ଏବଂ ମାୟୋନିଜ ପକାଇ ପାନ ପ୍ରସ୍ତୁତ କରୁଛନ୍ତି | ଏହାପରେ ବର୍ଗର ବନ ଭିତରେ ପାନକୁ ରଖି ପରଷୁଛନ୍ତି | ଏହି ନୂତନ ପାନ ବର୍ଗର ‘ଘାନି ପାନ ଦୋକାନ’ରେ ପ୍ରସ୍ତୁତ କରାଯାଉଛି | ଏହି ଭିଡିଓକୁ ପ୍ରାୟ ୪.୫୬ରୁ ଉର୍ଦ୍ଧ୍ୱ ଲୋକ ଦେଖିସାରିଥିବା ବେଳେ ଅଧିକାଂଶ ଲୋକ ଏହାକୁ ନାପସନ୍ଦ କରିଛନ୍ତି | ଜଣେ ୟୁଜର୍ସ ମଜାଳିଆ ଭାବେ ଲେଖିଛନ୍ତି ଯେ, ‘ପୃଥିବୀ ଶେଷ ହେବାର ସମୟ ପାଖେଇ ଆସିଛି’ | ଗତବର୍ଷ ଗୋଲାପଜାମୁ ବର୍ଗର ବେଶ ଭାଇରାଲ ହୋଇଥିଲା | ଏହାକୁ ଜଣେ ମହିଳା ପ୍ରସ୍ତୁତ କରିଥିଲେ |

author

Related Articles

Leave a Reply

Your email address will not be published. Required fields are marked *