ବାଦ ପଡିଲେ କ୍ୟାଟ୍ରିନା

ବାଦ ପଡିଲେ କ୍ୟାଟ୍ରିନା

ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫଙ୍କ ଅଭିନୀତ ହିନ୍ଦୀ ଫିଲ୍ମି ‘ୱେଲକମ୍’ ୨୦୦୭ରେ ରିଲିଜ ହୋଇଥିଲା | ଏହି ଫିଲ୍ମି ବକ୍ସ ଅଫିସରେ ବାଜିମାତ କରିବା ସହ ଦର୍ଶକଙ୍କ ହୃଦୟ ଜିତିଥିଲା | ଏହା ପରେ ପ୍ରଯୋଜନା ସଂସ୍ଥା ପକ୍ଷରୁ ୨୦୧୫ରେ ଏହାର ପାର୍ଟ-୨ ନିର୍ମିତ ହୋଥିଲା | ତେବେ ଏଥିରେ ଅକ୍ଷୟ-କ୍ୟାଟ୍ରିନାଙ୍କ ସ୍ଥାନରେ ଜଣ ଆବ୍ରହମ ଓ ଶ୍ରୁତି ହାସନ ଥିଲେ | ଏବେ ନିର୍ମାତା ଫିରୋଜ ନାଦିଆଦୱାଲା ଏହି ଫିଲ୍ମିର ପାର୍ଟ-୩ ନିର୍ମାଣ କରୁଛନ୍ତି | ଯେଉଁଥିରେ ଅକ୍ଷୟ ଅଛନ୍ତି | ତେବେ ତାଙ୍କ ନାୟିକା ଭୂମିକାରେ ଏଥିରେ ମିସ ଇଣ୍ଡିଆ-୨୦୨୩ ନନ୍ଦିନୀ ଗୁପ୍ତାଙ୍କୁ ସୁଯୋଗ ମିଳିଛି | ଏମାନଙ୍କ ସହ ଅଛନ୍ତି ସଞ୍ଜୟ ଦତ୍ତ, ଅରମାନ ୱାରସି ପ୍ରମୁଖ | ତେବେ କ୍ୟାଟ୍ରିନାଙ୍କୁ କାହିଁକି ବାଦ ଦିଆଗଲା ସେ ନେଇ ସ୍ପଷ୍ଟ ସୂଚନା ଦେଇନି ପ୍ରଯୋଜନା ସଂସ୍ଥା | ଏହା କ୍ୟାଟ୍ରିନାଙ୍କ ପ୍ରଶଂସକଙ୍କୁ ନିରାଶ କରିଛି |

author

Related Articles

Leave a Reply

Your email address will not be published. Required fields are marked *