ବିମାନବନ୍ଦରରେ ସେଲଫି ଦେବା ପାଇଁ ପ୍ରଶଂସକଙ୍କୁ ଟଙ୍କା ମାଗିଲେ ଉର୍ଫି |

ବିମାନବନ୍ଦରରେ ସେଲଫି ଦେବା ପାଇଁ ପ୍ରଶଂସକଙ୍କୁ ଟଙ୍କା ମାଗିଲେ ଉର୍ଫି |

ସବୁବେଳେ ନିଜ ପୋଷାକକୁ ନେଇ ଚର୍ଚ୍ଚାର ପରିସର ଭିତରକୁ ଆସିଥାନ୍ତି ବିଗବସ ଫେମ ତଥା ମଡେଲ ଉର୍ଫି ଜାଭେଦ | ଅନେକ ଲୋକ ଉର୍ଫିଙ୍କୁ କ୍ରିଏଟିଭ ବା ସୃଜନଶୀଳ ବୋଲି କହି ପ୍ରଶଂସା କରୁଥିବା ବେଳେ ଅନେକ ଲୋକ ତାଙ୍କର ସମାଲୋଚନା ବି କରନ୍ତି | ଏପରିକି ଉର୍ଫି ନିଜ ପୋଷାକ ମାଧ୍ୟମରେ ସମାଜକୁ ଖରାପ ବାର୍ତ୍ତା ଦେଉଛନ୍ତି ବୋଲି ବି ଅଧିକାଂଶ ସମୟରେ ଅଭିଯୋଗ ହୋଇଛି | ନିଜ ପୋଷାକକୁ ନେଇ ସବୁବେଳେ ବିବାଦରେ ରହୁଥିବା ଉର୍ଫିଙ୍କ ସହ ଗୋଟିଏ ଫଟୋ ଉଠାଇବାକୁ ଲୋକଙ୍କ ଭିଡ ଦେଖିବାକୁ ମିଳେ | ହେଲେ ଏବେ ଗୋଟିଏ ସେଲଫି ଦେବା ପାଇଁ ଉର୍ଫି ଟଙ୍କା ମାଗିଥିବା ଜଣାପଡିଛି | ମିଳିଥିବା ସୂଚନା ମୁତାବକ, ଉର୍ଫି ଦିଲ୍ଲୀରୁ ମୁମ୍ବାଇରେ ପହଞ୍ଚିବା ପରେ ତାଙ୍କୁ ଗଣମାଧ୍ୟମ ପ୍ରତିନିଧି ଘେରିଯାଇଥିଲେ | ସେମାନଙ୍କ ମଧ୍ୟରୁ ଜଣେ ତାଙ୍କୁ କହିଥିଲେ ଯେ ଏବେ ଏତେ ବଡ ବଡ କାର୍ଯ୍ୟକ୍ରମରେ ଯୋଗଦେବା ଅର୍ଥ ହେଉଛି ଆପଣ ଧନୀ ହୋଇସାରିଛନ୍ତି | ଏହା ଶୁଣି ଉର୍ଫି କହିଥିଲେ ଯେ ସେ ପୂର୍ବରୁ ଧନୀ ଥିଲେ, ତାଙ୍କ ଆକାଉଣ୍ଟରେ କେବଳ ଟଙ୍କା ନଥିଲା | ସେ ମନରେ ଧନୀ ଥିଲେ | ଅନ୍ୟପକ୍ଷରେ, ଉର୍ଫିଙ୍କୁ ଦେଖି କିଛି କିଛି ପ୍ରଶଂସକ ଟଙ୍କା ସହ ସେଲଫି କ୍ଲିକ କରିବା ପାଇଁ ଆସିଥିଲେ, ଯାହାକୁ ଦେଖି ଅଭିନେତ୍ରୀ ଏକ ମଜାଳିଆ ଢଙ୍ଗରେ କହିଥିଲେ ଯେ, ଟଙ୍କା ବାହାର କର | ମୁଁ ଏଭଳି ସେଲଫି ପାଇଁ ଟଙ୍କା ନେଇ ଧନୀ ହେବି |’ ୧୦ଟି ଫଟୋ କ୍ଲିକ କରିବା ପାଇଁ ଉର୍ଫି ପ୍ରଶଂସକଙ୍କୁ ୧୦୦ଟଙ୍କା ମାଗିଥିଲେ | ତେବେ ଉର୍ଫି ଥଟ୍ଟା କରି ଏଭଳି କହିଥିବା ବେଳେ ପରେ ସେ ସମସ୍ତଙ୍କ ସହ ଫଟୋ କ୍ଲିକ କରିଥିବା ଦେଖାଯାଇଥିଲା |

author

Related Articles

Leave a Reply

Your email address will not be published. Required fields are marked *