ଗଞେଇ ଗାଡି ଦୁର୍ଘଟଣାଗ୍ରସ୍ତ l

ଗଞେଇ ଗାଡି ଦୁର୍ଘଟଣାଗ୍ରସ୍ତ l

ବୌଦ୍ଧ:

କଣ୍ଟାମାଳ ବ୍ଲକ ମନମୁଣ୍ଡା ଥାନା ଶିମିଳିପଦର ପଞ୍ଚାୟତ ଅନ୍ତର୍ଗତ ଗବଯୋର ତେଲନଦୀ ସେତୁକୁ ସଂଯୋଗ କରୁଥିବା ରାସ୍ତାରେ ଏକ କାର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି l ଦୁର୍ଘଟଣା ପରେ ଗାଡିରୁ ଚାଳକ ଫେରାର ହୋଇଥିବା ବେଳେ ଗାଡ଼ିରେ ରକ୍ତର ଛିଟା ଦେଖିବାକୁ ମିଳିଛି l ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପଲସାଗୋରା ପଟରୁ ଓଡ଼ି ୧୫ ଡବ୍ଲୁ ୩୮୭୮ ନମ୍ବର ବିଶିଷ୍ଟ ଏକ ଗାଡ଼ି ଦୃତ ଗତିରେ ଯାଉଥିବା ବେଳେ ନିର୍ମାଣଧୀନ ପୋଲ ନିକଟ ସଂଯୋଗ ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇପଡ଼ିଥିଲା l ଦୁର୍ଘଟଣା ପରେ ଚାଳକ କାଚ ଭାଙ୍ଗି ବାହାରକୁ ଆସି ଦୁଇଟି ମୋଟର ସାଇକେଲରେ କିଛି ବସ୍ତା ଧରି ବୈଦ୍ୟନାଥ ପଟକୁ ଯାଉଥିବା ଦେଖିଛନ୍ତି ଦେଖଣାହାରୀ l ପରେ ଗାଡ଼ି ଭିତରୁ ଗଞ୍ଜେଇ ର ବାସ୍ନା ଆସୁଥିବା ବେଳେ ଆହତ ଲୋକଙ୍କୁ ଚିକିତ୍ସା ପରିବର୍ତ୍ତେ କିଛି ବସ୍ତା ଧରି ଘଟଣା ସ୍ଥଳରୁ ଚାଲିଯିବା ଯୋଗୁଁ ବସ୍ତାରେ ଗଞ୍ଜେଇ ଚାଲାଣ ହେଉଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି l ଖବର ପାଇ ମନମୁଣ୍ଡା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି l ସୂଚନା ଥାଉକି, ଗବଯୋର- ବୈଦ୍ୟନାଥ ତେଲ ନଦୀ ସେତୁ କାମ ସଂପୂର୍ଣ୍ଣ ହେବା ପର ଠାରୁ ଦୈନିନ୍ଦିନ ଏପରିକି ଦିନ ଦ୍ୱିପ୍ରହରରେ ମଧ୍ୟ ପୋଲିସ କୁ ଖୋଲା ଚେଲେଞ୍ଜ ଦେଇ ଗଞ୍ଜେଇ ମାଫିଆମାନେ ଖୁଲମଖୁଲା ଗଞ୍ଜେଇ ଚୋରା ଚାଲାଣ କରୁଛନ୍ତି ,ଯାହାର ଟେର ପାଇ ପାରୁ ନାହିଁ ମନମୁଣ୍ଡା ପୋଲିସ l ଉକ୍ତ ଅଞ୍ଚଳରେ ଗଞ୍ଜେଇ ଚୋରା ଚାଲାଣ ବୃଦ୍ଧି ପାଉଥିବା ବେଳେ ପୋଲିସ ପକ୍ଷରୁ ପେଟ୍ରୋଲିଙ୍ଗ ବ୍ୟବସ୍ଥାକୁ କଡାକଡି କରାଯିବାକୁ ଜନସାଧାରଣରେ ଦାବି ହେଉଛି l

author

Related Articles

Leave a Reply

Your email address will not be published. Required fields are marked *