ପୂଜା କିମ୍ବା ବନ୍ଦାପନା ସମୟରେ ମୁଣ୍ଡ ଉପରେ ଓଢ଼ଣା ଦିଆଯାଏ କାହିଁକି ?

ପୂଜା କିମ୍ବା ବନ୍ଦାପନା ସମୟରେ ମୁଣ୍ଡ ଉପରେ ଓଢ଼ଣା ଦିଆଯାଏ କାହିଁକି ?

ନୂଆଦିଲ୍ଲୀ:

କୌଣସି ପୂଜାନୁଷ୍ଠାନ ହେଉ ବା ବନ୍ଦାପନା ସମୟରେ ମହିଳାମାନେ ମୁଣ୍ଡରେ ଓଢଣା ଦେଇଥାନ୍ତି | ପୁରୁଷମାନେ ମୁଣ୍ଡରେ ରୁମାଲ ବାନ୍ଧିଥାନ୍ତି ବା ତିଳକ ଲଗାଇବା ସମୟରେ ମୁଣ୍ଡ ଉପରେ ନୂଆ କପଡା ରଖାଯାଏ | ଅନେକ ଜଣ ଡାହାଣ ହାତକୁ ମଧ୍ୟ ମୁଣ୍ଡ ଉପରେ ରଖିଥାନ୍ତି | ପୂଜା କରିବା ସମୟରେ କାହିଁକି ମୁଣ୍ଡ ଉପରେ ଓଢଣା ଦିଆଯାଏ, ତା’ ପଛରେ ଉଭୟ ଆଧ୍ୟାତ୍ମକ ଓ ବିଜ୍ଞାନଗତ କାରଣ ଅଛି | ଏହାର ଅନେକ ଆଧ୍ୟାତ୍ମିକ କାରଣ ହେଉଛି, ଏହି ପରମ୍ପରାକୁ ଦେବଗୁରୁ ବୃହସ୍ପତିଙ୍କ ସହତ ଯୋଡ଼ା ଯାଇଛି | ବୃହସ୍ପତି ହେଉଛନ୍ତି ସାତ୍ତ୍ୱିକ ଗ୍ରହ | ତେଣୁ ମୁଣ୍ଡରେ ଓଢଣା ଦେବା ଦ୍ୱାରା ଜାତକରେ ବୃହସ୍ପତି ମହାଭୁତ ହୋଇଥାଏ, ଯାହାଦ୍ୱାରା ସାତ୍ତ୍ୱିକ ଭାବି ବୃଦ୍ଧି ପାଏ | ଗରୁଡ ପୁରାଣ ଅନୁସାରେ ପୂଜା ସମୟରେ ମୁଣ୍ଡ ଉପରେ ଓଢଣା ଦେବା ଦ୍ୱାରା ମନ ଏକାଗ୍ର ହୋଇଥାଏ ଏବଂ ନକରତ୍ମକ ଉର୍ଜାର ପ୍ରଭାବ ପଡ଼ିନଥାଏ | କାରଣ ବ୍ରହ୍ମାଣ୍ଡରେ ଈଶ୍ୱରୀୟ ଶକ୍ତି ସହିତ ଅସୁରିୟ ଶକ୍ତି ମଧ୍ୟ ରହିଛି |


ପୂଜା କରିବା ସମୟରେ ଏହି ଅସୁରିୟ ଶକ୍ତିର ପ୍ରଭାବରୁ ବଂଚିତ ହେବା ପାଇଁ ମୁଣ୍ଡକୁ କୌଣସି କପଡା ଦ୍ୱାରା ଆବୃତ କରି ରଖାଯାଏ | ଦେବଦେବୀଙ୍କ ସମ୍ମାନ ସୂଚକ ଭାବେ ମହିଳାମାନେ ଓଢଣା ଦେଇଥାନ୍ତି ଏବଂ ପୁରୁଷ ମାନେ ନିଜ ହାତକୁ ମୁଣ୍ଡ ଉପରେ ରଖିଥାନ୍ତି ବୋଲି ମଧ୍ୟ ମାନ୍ୟତା ରହିଛି | କିନ୍ତୁ ଏହାର ବୈଜ୍ଞାନିକ କାରଣ ହେଉଛି, ପୂଜା ସମୟରେ ଦୀପ ଦ୍ୱାରା କିମ୍ବା ମହାଜନଜ୍ଞ ଦ୍ୱାରା ଯେଉଁ ଉତ୍ତପ୍ତ ସୃଷ୍ଟି ହୁଏ, ତାହା ଶରୀର ଭିତରକୁ ପ୍ରବେଶ କରେ | ଶରୀର ପୋଷାକ ପିନ୍ଧିବା ଭଳି ମୁଣ୍ଡକୁ ଆବୃତ କରି ରଖିବା ଦ୍ୱାରା ଏହି ଉତ୍ତପ୍ତ ଶରୀରର ସବୁ ଅଂଶରେ ସମଭାବରେ ବିସ୍ତାରିତ ହୁଏ | ତେଣୁ ଶରୀରର ତାପମାତ୍ରା ନିୟନ୍ତ୍ରଣରେ ରହିଥାଏ | ଶରୀରର ତାପମାତ୍ରା ନିୟନ୍ତ୍ରଣରେ ରହିବ ଦ୍ୱାରା ଶରୀରର ପ୍ରତ୍ୟକ ଅଂଶକୁ ରକ୍ତ ସଞ୍ଚାଳନ ହୋଇଥାଏ ଏବଂ ଅମ୍ଳଜାନ ସଠିକ ମାତ୍ରାରେ ପହଞ୍ଚିଥାଏ | ଏହାଦ୍ୱାରା ଶରୀର ମଧ୍ୟ ସୁସ୍ଥ ରହିଥାଏ |

author

Related Articles

Leave a Reply

Your email address will not be published. Required fields are marked *