ଜୁନରେ ଆସିବ ‘ଲୁକ୍କାଛୁପି-୨’

ଜୁନରେ ଆସିବ ‘ଲୁକ୍କାଛୁପି-୨’

ନୂଆଦିଲ୍ଲୀ:

ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଓ ଭିକି କୌଶଲ ବହୁତ ଜଲଦି ‘ଲୁକ୍କାଛୁପି-୨’ରେ ନଜର ଆସିବେ | ଏହି ଫିଲ୍ମୀକୁ ନେଇ ପ୍ରଶଂସକ ମାନେ ବେଶ ଉତ୍ସାହିତ ଅଛନ୍ତି | ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଲକ୍ଷ୍ମଣ ଉତେକର ରହିଛନ୍ତି | ଦୀନେଶ ବିଜନ ଏହାର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି | ଏହି ରୋମାଣ୍ଟିକ କମେଡି ଫିଲ୍ମି ଜୁନ ୨ରେ ରିଲିଜ ହେବ | ତେବେ ଆଇପିଏଲ ସାରିବା ପରେ ହିଁ ଫିଲ୍ମି ରିଲିଜ ହେବ | ପୂର୍ବରୁ କିଙ୍ଗ ଖାନ ଶାହାରୁଖଙ୍କ ଫିଲ୍ମି ‘ଯବାନ’ ଜୁନ-୨ରେ ରିଲିଜ ହେବ ବୋଲି କୁହାଯାଉଥିଲା | ବିଏଫଏକ୍ସକୁ ନେଇ ‘ଯବାନ’ର ରିଲିଜ ଡେଟକୁ ଏବେ ଘୁଞ୍ଚାଇ ଦିଆଯାଇଛି | ତେଣୁ ଏବେ ‘ଯବାନ’ ଅଗଷ୍ଟ ୨୦୨୩ରେ ରିଲିଜ ହେବ | ଏହାଦ୍ୱାରା ‘ଲୁକ୍କାଛୁପି’ ସହ ‘ଯବାନ’ର ଆଉ ଲଢେଇ ହେବ ନାହିଁ | ଆଇପିଏଲ ପରେ ରିଲିଜ ହେବାକୁ ଥିବା ଏହା ଏକ ବଡ ଫିଲ୍ମି ହେବ | ଏହି ଫିଲ୍ମି ମାଧ୍ୟମରେ ପ୍ରଥମ ଥର ପାଇଁ ଭିକି ଓ ସାରା ଏକାସାଙ୍ଗେ ସ୍କ୍ରିନ ସେୟାର କରୁଛନ୍ତି |

author

Related Articles

Leave a Reply

Your email address will not be published. Required fields are marked *