ରାସ୍ତାରେ ମାଟି ପକାଇ ଦୁର୍ଘଟଣା ଏଡ଼ାଇଲେ ଟ୍ରାଫିକ ପୁଲିସ

ରାସ୍ତାରେ ମାଟି ପକାଇ ଦୁର୍ଘଟଣା ଏଡ଼ାଇଲେ ଟ୍ରାଫିକ ପୁଲିସ

ମୁମ୍ବାଇ:

ସାଧାରଣତଃ ବର୍ଷା ପରେ ପିଚୁ ରାସ୍ତା ଗୁଡିକ ଖସଡ଼ା ହୋଇଯାଇଥାଏ | ତେଣୁ ଗାଡ଼ିଗୁଡ଼ିକ ଦୁର୍ଘଟଣା ହେବାର ଆଶଙ୍କା ଅଧିକ ଥାଏ | ଏଭଳି ଦୁର୍ଘଟଣାରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଏବେ ଜଣେ ଟ୍ରାଫିକ ପୋଲିସ ସଠିକ ପଦକ୍ଷପ ଗ୍ରହଣ କରିଛନ୍ତି | ଲଗାତାର ବର୍ଷା ହେବ ଯୋଗୁଁ ମୁମ୍ବାଇର ଭାଣ୍ଡପ ପମ୍ଫି ସିଗନାଲ ଠାରେ ପାଣି ଜମି ଯାଇଥିଲା, ଯାହା ଫଳରେ ୨ଚକିଆ ଯାନର ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ ଏବଂ ଗାଡି ସ୍ଲିପ କରୁଥିଲା | ଏହା ଦେଖିବା ପରେ ଟ୍ରାଫିକ ପୁଲିସ ଜଣଙ୍କ ଫାୟାରବ୍ରିଗେଡକୁ ଡାକିବା ସହ ନିଜେ ମଧ୍ୟ ଯାତ୍ରୀଙ୍କୁ ସୁରକ୍ଷା ଦେଇଥିଲେ | ସେ ଗାଡ଼ିଗୁଡ଼ିକୁ ଦୁର୍ଘଟଣାକୁ ରୋକିବା ପାଇଁ ନିଜେ ବସ୍ତାରେ ମାଟି ଆଣି ରାସ୍ତା ଉପରେ ପକାଇଥିଲେ | ଏହାଦ୍ୱାରା ଗାଡ଼ିଗୁଡ଼ିକ ଖସରି ଯାଇ ଦୁର୍ଘଟଣା ଘଟିବାରୁ ରୋକି ହୋଇଥିଲା | ଟ୍ରାଫିକ ପୋଲିସଙ୍କ ଏଭଳି ମହତ କାର୍ଯ୍ୟରେ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି | ବୈଭବ ପରମାର ନାମକ ଟୁଇଟର ଆକାଉଣ୍ଟରୁ ଏହା ସେୟାର ହୋଇଥିଲା | ଟ୍ରାଫିକ ପୁଲିସଙ୍କ ଏଭଳି କାର୍ଯ୍ୟକୁ ଅନେକ ଲୋକ ପ୍ରଶଂସା କରିଥିବାବେଳେ ଆଉ କେତେଜଣ ଲେଖିଛନ୍ତି ଯେ, ଆନବିକତା ଏବେ ମଧ୍ୟ ବଞ୍ଚିରହିଛି | ଲୋକଙ୍କୁ ସୁରକ୍ଷା ଦେଇଥିବାରୁ ଟ୍ରାଫିକ ପୁଲିସଙ୍କୁଧନ୍ୟବାଦ ମଧ୍ୟ ଜଣାଇଛନ୍ତି | ଏହି ଫଟୋକୁ ୫୯ହଜାରରୁ ଉର୍ଦ୍ଧ୍ୱ ଲୋକ ଦେଖିସାରିଛନ୍ତି |

author

Related Articles

Leave a Reply

Your email address will not be published. Required fields are marked *