୫ବର୍ଷରେ ୪୦ ହଜାର ମହିଳା ନିଖୋଜ

୫ବର୍ଷରେ ୪୦ ହଜାର ମହିଳା ନିଖୋଜ

ଗୁଜୁରାଟ:

୫ ବର୍ଷ ମଧ୍ୟରେ ଗୁଜୁରାଟରେ ୪୦ ହଜାରରୁ ଅଧିକ ମହିଳା ନିଖୋଜ ହୋଇଯିବ ଭଳି ଏକ ସ୍ପର୍ଶକାତର ବିଷୟ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି) ପ୍ରକାଶ କରିଛି | ଏହି ସଂସ୍ଥା ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ୨୦୧୬ ମସିହାରେ ଏହି ରାଜ୍ୟରୁ ୭୧୦୫ ମହିଳା ନିଖୋଜ ହୋଇଯାଇଥିଲା ବେଳେ ୨୦୧୭ରେ ଏହି ସଂଖ୍ୟା ୭୭୧୨କୁ ବୃଦ୍ଧି ପାଇଥିଲା | ପରବର୍ତ୍ତୀ ବର୍ଷଗୁଡିକରେ ମଧ୍ୟ ଆହୁରି ଅଧିକ ମହିଳା ନିଖୋଜ ହୋଇଥିଲେ | ୨୦୧୮ରେ ନିଖୋଜ ମହିଳାଙ୍କ ସଂଖ୍ୟା ୯୨୪୬କୁ ବୃଦ୍ଧି ପାଇବା ସହିତ ୨୦୧୯ରେ ୯୨୬୮ ଏବଂ ୨୦୨୦ରେ ଏହି ସଂଖ୍ୟା ୮୨୯୦ରେ ପହଞ୍ଚିଥିଲା | ତେବେ ୨୦୨୨ରେ ଏନସିଆରବି ପକ୍ଷରୁ ପ୍ରକାଶ କରାଯାଇଥିବା ତଥ୍ୟ ଅନୁସାରେ କେବଳ ଗୁଜରାଟରେ ବିଗତ ୫ ବର୍ଷ ମଧ୍ୟରେ ମୋଟ ୪୧ ହଜାର ୬୨୧ ଜଣ ମହିଳା ନିଖୋଜ ହୋଇଛନ୍ତି | ଦିନକୁ ଦିନ ଏହି ରାଜ୍ୟରେ ମହିଳା ନିଖୋଜ ହେବ ସଂଖ୍ୟା ବଢ଼ୁଥିଲେ ମଧ୍ୟ ଏହାକୁ ହତ୍ୟାଘଟଣା ଭଳି ଗୁରୁତ୍ୱ ଦିଆଯାଇ ବିଚାର କରାଯାଉ ନାହିଁ ବୋଲି ରାଜ୍ୟ ମାନବାଧିକାର କମିସନ ସଦସ୍ୟ ସୁଧୀର ସିହ୍ନା କହିଛନ୍ତି |

କୌଣସି ବ୍ୟକ୍ତି ନିଖୋଜ ହେବା ମାମଲାକୁ ହତ୍ୟା ଘଟଣା ଭଳି ଗୁରୁତ୍ୱ ଦେଇ ବିଚାରକୁ ନେବା ଉଚିତ | ଅନେକ ସମୟରେ ନିଖୋଜ ଯୁବତୀଙ୍କୁ ଅନ୍ୟ ରାଜ୍ୟକୁ ପଠାଯାଇଥାଏ ସେମାନଙ୍କୁ ବେଶ୍ୟାବୃତ୍ତି କରିବାକୁ ବାଧ୍ୟ କରାଯାଇଥାଏ | ପୁଲିସ ଏଭଳି ମାମଲାକୁ ଗୁରୁତ୍ୱ ଦିଏନାହିଁ | ଏଭଳି ମାମଲା ହତ୍ୟାଠାରୁ ମଧ୍ୟ ଗୁରୁତର କାରଣ ନିଖୋଜ ଯୁବତୀଙ୍କୁ ପରିବାର ସଦସ୍ୟ ଅପେକ୍ଷା କରି ରହିଥାଆନ୍ତି | ତେଣୁ ହତ୍ୟା ମାମଲା ପରି ନିଖୋଜ ମାମଲାର ତଦନ୍ତ କରିବା ଉଚିତ | ବ୍ରିଟିଶ କାଳର ଉପାୟରେ ଯାଞ୍ଚ କରାଯାଉଥିବାରୁ ପୁଲିସ ଏସବୁ ମାମଲାକୁ ଅପେକ୍ଷା କରିଥାଏ | ଅନ୍ୟପକ୍ଷରେ ଅଧିକାଂଶ ଯୁବତୀ ଏବଂ ମହିଳାଙ୍କ ନିଖୋଜ ହେବା ଘଟଣା ସହିତ ମାନବ ଚାଲାଣ ମାମଲାର ସଂପୃକ୍ତି ରହିଛି ବୋଲି ଗୁଜରାଟର ପୂର୍ବତନ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଡ଼.ରଞ୍ଜନ ପ୍ରିୟଦର୍ଶୀ କହିଛନ୍ତି | ଗୁଜରାଟ କଂଗ୍ରେସ ପ୍ରବକ୍ତା ହିରେନ ବ୍ୟାଙ୍କର କହିଛନ୍ତି ଯେ ବିଜେପି ନେତା କେରଳ ମହିଳାଙ୍କ ବିଷୟରେ ଆଲୋଚନା କରୁଛନ୍ତି | କିନ୍ତୁ ଦେଶର ପ୍ରଧାନମନ୍ତ୍ରୀ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଗୃହାରାଜ୍ୟ ଗୁଜରାଟରେ ୪୦ ହଜାରରୁ ଅଧିକ ମହିଳା ନିଖୋଜ ହୋଇଯାଇଛନ୍ତି |

author

Related Articles

Leave a Reply

Your email address will not be published. Required fields are marked *