‘ଗଜନୀ’ର ସିକ୍ୱେଲ କରିବେ ଅମିର

‘ଗଜନୀ’ର ସିକ୍ୱେଲ କରିବେ ଅମିର

ବଲିଉଡ ଅଭିନେତା ଅମିର ଖାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମି ‘ଲାଲ ସିଂହ ଚଢା’ ବକ୍ସ ଅଫିସରେ ଫ୍ଲପ ହେବା ପରେ ସେ ଏବେ କିଛି ଦିନ ପାଇଁ କାମରୁ ବ୍ରେକ ନେଇଛନ୍ତି | ତେବେ ବହୁତ ଜଲଦି ସେ ଇଣ୍ଡଷ୍ଟ୍ରିକୁ ଫେରିବେ ବୋଲି କୁହାଯାଉଛି | ଅମିରଙ୍କ ସୁପରହିଟ ରିଭେଞ୍ଜ ଡ୍ରାମା ‘ଗଜନୀ’, ଯାହାକି ୨୦୦୮ ରେ ଆସିଥିଲା ଏବେ ସେ ତା’ର ସିକ୍ୱେଲ ନିର୍ମାଣ କରିବାକୁ ଚାହୁଁଛନ୍ତି | ସେ ଏ ବାବଦରେ ଫିଲ୍ମିର ନିର୍ମାତାଙ୍କ ସହ କଥା ମଧ୍ୟ ହେଉଛନ୍ତି | ତେବେ ଏନେଇ ଅମିରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ କିଛି ସୂଚନା ଦିଆଯାଇ ନାହିଁ | ତେବେ ‘ଗଜନି-୨’ ପାଇଁ ଅମିର ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ପିତା ଅଲ୍ଲୁ ଅରବିନ୍ଦଙ୍କ ହାଇଦ୍ରାବାଦରେ ଅନେକ ଥର ଭେଟିଲେଣି | ଉଭୟଙ୍କ ମଧ୍ୟରେ ଫିଲ୍ମୀକୁ ନେଇ ଆଲୋଚନା ମଧ୍ୟ ହୋଇଛି | ‘ଗଜନୀ’ରେ ସଞ୍ଜୟ ସିଂଘାଣିଆଙ୍କ କାହାଣୀକୁ ଆଗକୁ ନେବେ ଅଲ୍ଲୁ ଅରବିନ୍ଦ | ତେବେ ବହୁତ ଜଲଦି କାହାଣୀ ପ୍ରସ୍ତୁତ ହୋଇଯିବ ବୋଲି ଜଣାପଡିଛି | ଇତିମଧ୍ୟରେ ଅମିରଙ୍କୁ ଅନେକ ଫିଲ୍ମିରୁ ଅଫର ମିଳିଲେ ସୁଦ୍ଧା ସ୍ନେହ ରଜନୀଙ୍କ ଏକ ପ୍ରୋଜେକ୍ଟ ପାଇଁ ସେ ରାଜି ହୋଇଥିବା ଜଣାପଡିଛି |

author

Related Articles

Leave a Reply

Your email address will not be published. Required fields are marked *