ମାଲିକ ପାଖକୁ ଫେରିବାକୁ କୁକୁର ଚାଲିଲା ୬୪ କି.ମି.

ମାଲିକ ପାଖକୁ ଫେରିବାକୁ କୁକୁର ଚାଲିଲା ୬୪ କି.ମି.

ମାଲିକ ପାଖକୁ ଫେରିବାକୁ ୨୭ ଦିନରେ କୁକୁର ଚାଲିଲା ୬୪ କି.ମି.
ମଣିଷ ଓ କୁକୁର ସମ୍ପର୍କ ବହୁ ପୁରୁଣା | କଥା କହି ପାରୁ ନ ଥିଲେ ବି ଏହି ଯିବା ମଣିଷର ହୃଦୟ କଥାକୁ ଅତି ଭଲଭାବେ ବୁଝିପାରେ | ଆଜିକାଲି ଅଧିକାଂଶ ଲୋକେ ଘରେ କୁକୁର ରଖିଛନ୍ତି | କିନ୍ତୁ ସମସ୍ୟା ହେଲେ ସେମାନେ ଜୀବଟିକୁ ଘରୁ ତଡ଼ିଦେବାକୁ ପଛାଉ ନାହାନ୍ତି | ହେଲେ କୁକୁରଟି କେବେ ତା’ର ମାଲିକକୁ ଭୁଲି ନ ଥାଏ | ଏଭଳି ଏକ ସମ୍ବେଦନଶୀଳ ଘଟଣା ନିକଟରେ ଉତ୍ତର ଆୟାରଲ୍ୟାଣ୍ଡର ଡ଼ନଗାନନରେ ଦେଖିବାକୁ ମିଳିଛି | ‘କୁପର’ ନାମକ ଏହି ଗୋଲଡେନ ରିଟ୍ରିଭର ପ୍ରଜାତିର କୁକୁରଟି ତାର ପୁରୁଣା ମାଲିକଙ୍କ ପାଖକୁ ଯିବା ପାଇଁ ୬୪ କିଲୋମିଟର କାତର କରିଥିଲା | ଘଟଣାଟି ଥିଲା ଏହିପରି-ଟୋବରମୋର ଅଞ୍ଚଳର ଜଣେ ଲୋକ କୁପରକୁ ରଖିଥିଲେ |

କିନ୍ତୁ ତାଙ୍କ ଭାଇଙ୍କ ପରାମର୍ଶରେ ମାଲିକ ଜଣକ ତାକୁ ଏକ ପେଟସପରେ ବିକ୍ରି କରି ଦେଲେ | ଏହି ପେଟସପରୁ ୬୪ କିଲୋମିଟର ଦୂରରେ ରହୁଥିବା ନାଇଜିଲ ନାମକ ଜଣେ ଫଟୋଗ୍ରାଫର କୁପରକୁ କିଣି ନେଇଥିଲେ | କିନ୍ତୁ କୁପରକୁ ଏକଦା ନାଇଜିଲ କାରରେ ବୁଲାଇ ନେଉଥିବାବେଳେ ସେ କାର ଝରକାରୁ ଡେଇଁ ଦୌଡିବାକୁ ଲାଗିଲା | ନାଇଜିଲ ତାକୁ ଶତଚେଷ୍ଟା ସତ୍ତ୍ୱେ ଧରି ପାରି ନଥିଲେ | କୁପରକୁ ଖୋଜିବା ପାଇଁ ନାଇଜିଲ ଏକ ସଂସ୍ଥାର ସାହାଯ୍ୟ ମଧ୍ୟ ନେଲେ | ତେବେ କୁକୁରଟି ଟୋବରମୋର ଅଞ୍ଚଳରେ ଦେଖାଯାଇଥିବା ଉକ୍ତ ସଂସ୍ଥାକୁ କେହି ଜଣେ ଫୋନ କରିଥିଲେ | ନିଜ ମାଲିକ ପାଖକୁ ଫେରିବାକୁ କୁପର ୨୭ ଦିନରେ ୬୪ କିଲୋମିଟର ଯାତ୍ରା କରିଥିଲା | ଏଥିପାଇଁ ଜଙ୍ଗଲ, ସଡକ ପାର କରି କୁକୁରଟି ତା’ର ମାଲିକଙ୍କ ପାଖରେ ପହଞ୍ଚିଥିଲା | ଏବେ କୁପର ନାଇଜିଲଙ୍କ ପାଖକୁ ଫେରିଆସିଛି | ଏତେବାଟ ଯାତ୍ରା କରିଥିବାରୁ କୁପର ଅସୁସ୍ଥ ହୋଇ ପଡିଥିଲା | ଏବେ ଧୀରେଧୀରେ ସେ ଠିକ ହେଉଛି |

author

Related Articles

Leave a Reply

Your email address will not be published. Required fields are marked *