ହୃଦୟାକୃତି ଟ୍ରାଫିକ ସିଗନାଲ

ହୃଦୟାକୃତି ଟ୍ରାଫିକ ସିଗନାଲ

ସାଧାରଣତଃ ଟ୍ରାଫିକ ସିଗନାଲର ଲାଇଟ ଗୋଲାକାର ଥାଏ | ତେବେ ଏମିତି ଏକ ସହର ଅଛି, ଯାହାର ଟ୍ରାଫିକ ସିଗନାଲର ଆକାର ଅନ୍ୟ ସହରଠାରୁ ସମ୍ପୂର୍ଣ ଅଲଗା | ଏହି ସହରଟି ହେଉଛି ଆଇସଲ୍ୟାଣ୍ଡର ଅକୁରେରି | ଏଠାରେ ଟ୍ରାଫିକ ସିଗନାଲର ନାଲିବତୀ ଦେଖିବାକୁ ହୃଦୟ ଆକାର | ଆଇସଲ୍ୟାଣ୍ଡ ଅତ୍ୟନ୍ତ ଥଣ୍ଡା ଦେଶ | ଏଠାରେ ଛଅମାସ ପର୍ଯ୍ୟନ୍ତ ଅନ୍ଧକାର ରହୁଥିବା ବେଳେ ତାପମାତ୍ରା ମାଇନସ ୩୮ ଡିଗ୍ରୀ ସେଲସିୟସରେ ପହଞ୍ଚିଥାଏ | ଅଧିକାଂଶ ଲୋକ ଥଣ୍ଡାରୁ ରକ୍ଷା ପାଇବା ଲାଗି ଅନ୍ୟ ଦେଶକୁ ଛୁଟି କାଟିବାକୁ ଯାଆନ୍ତି | ତେବେ ଦେଶର ଆର୍ଥିକ ଅସ୍ଥିରତା ବା ସଙ୍କଟ ଯୋଗୁଁ ଅନେକ ଲୋକଙ୍କ ପକ୍ଷରେ ଏହା ସମ୍ଭବ ହୁଏ ନାହିଁ | ଫଳରେ ସେମାନଙ୍କୁ ନିଜ ଦେଶରେ ହିଁ ରହିବାକୁ ପଡିଥାଏ | ୨୦୦୮ ରେ ଏଠାରେ ଆର୍ଥିକ ସଙ୍କଟ ଦେଖା ଦେଇଥିଲା |

ଦେଶର ଆର୍ଥିକ ସଙ୍କଟ ଓ ଖରାପ ପାଣିପାଗକୁ ଦୃଷ୍ଟିରେ ରଖି ଏହାର ପୂର୍ବତନ ମେୟର ଓ ପ୍ରଶାସନ ଏଭଳି ଏକ ନିଷ୍ପତି ନେଲେ | ବିଶେଷ କରି ଯେଉଁମାନେ ଥଣ୍ଡା ଦିନରେ ଅନ୍ୟ ଦେଶକୁ ଯାଇ ପାରୁନଥିଲେ ସେମାନଙ୍କ ସାହସକୁ ବୃଦ୍ଧି କରିବା ଓ ସେମାନଙ୍କ ପ୍ରତି ସମ୍ବେଦନଶୀଳ ମନୋଭାବ ପୋଷଣ କରିବା ଲାଗି ହୃଦୟାକୃତି ଟ୍ରାଫିକ ସିଗନାଲର ପରିକଳ୍ପନା କରାଯାଇଛି | ଅନ୍ୟପକ୍ଷରେ ଜୀବନରେ ତାଙ୍କର ମାନେ କିଛି ନୁହେଁ, ବରଂ ସ୍ନେହ, ପ୍ରେମ ଗୁରୁତ୍ୱ ବହନ କରେ | ଏକଥା ନାଗରିକଙ୍କ ପାଖରେ ପହଂଚାଇବା ଥିଲା ଉକ୍ତ ସିଗନାଲର ଅନ୍ୟତମ ଉଦ୍ଦେଶ୍ୟ | ଏଣୁ ଟ୍ରାଫିକ ଲାଇଟସରେ ହୃଦୟ ଆକୃତି ବ୍ୟବହାର କରାଗଲା | ଯେତେବେଳେ ଲୋକମାନେ ରାସ୍ତା ପାର କରନ୍ତି, ହାର୍ଟ ସିଗନାଲକୁ ଦେଖି ସେମାନଙ୍କ ମୁହଁରେ ହସ ଆସେ | ଅବଶ୍ୟ ଗାଡି ଅଟକିଲେ ହିଁ ଏହି ବତି ଜଳେ | ଯଦ୍ଦ୍ଵାର ଟ୍ରାଫିକ ସିଗନାଲର ନାଲି ଗୋଲାକାର ସ୍ଥାନରେ ନାଲି ହୃଦୟ ଆକୃତି ପ୍ରତିଫଳିଅ ହୁଏ |

author

Related Articles

Leave a Reply

Your email address will not be published. Required fields are marked *