ଈର୍ଷା କରୁଛନ୍ତି ନୀନା

ଈର୍ଷା କରୁଛନ୍ତି ନୀନା

ଆଜିକାଲିର ଅଭିନେତ୍ରୀମାନେ ନିଜକୁ ବିଜ୍ଞାପିତ କରିବା ପାଇଁ ଯଥେଷ୍ଟ ସୁବିଧା ଓ ସୁଯୋଗ ଉପଲବ୍ଧ ହୋଇପାରୁଛି | ଏହାଦ୍ୱାରା ସେମାନେ ଆଶାତୀତ ଭାବେ ଲୋକପ୍ରିୟ ହୋଇପାରୁଛନ୍ତି | ଏ କଥାଟି ବିଗତ ଦିନର ସିନେ ନାୟିକା ନୀନା ଗୁପ୍ତାଙ୍କୁ ଈର୍ଷାନ୍ୱିତ କରିଛି | ଏ ବାବଦରେ ନିଜର ଅସହନଶୀଳତା ପ୍ରକାଶ କରିବାରେ ସେ କୁଣ୍ଠାବୋଧ କରିନାହାନ୍ତି | ଅପେକ୍ଷାକୃତ ଯୁବ ଅଭିନେତ୍ରୀମାନେ ଗାଉନ ପିନ୍ଧି ବିଶ୍ୱସ୍ତରୀୟ ମଞ୍ଚରେ ଆବିର୍ଭାବ ହେବା ଘଟଣା ତାଙ୍କ ମନକୁ ଅସହିଷ୍ଣୁତାରେ ଜାଳିଦିଏ ବୋଲି ଏକ ସାକ୍ଷାତକାରରେ ସେ କହିଛନ୍ତି | ଉଲ୍ଲେଖେଯୋଗ୍ୟ, କିଛି ଦିନ ତଳେ ଚୁଲୁବୁଲି ଅଭିନେତ୍ରୀ ଆଲିଆ ଭଟ୍ଟ ଶ୍ରେଷ୍ଠ ଫେସନ ସୋ’ ‘ମେଟ ଗାଲା’ରେ ପ୍ରଥମ ପଦାର୍ପଣ କରି ଅନ୍ୟମାନଙ୍କୁ ଚକିତ କରିଦେଇଥିଲେ | ସେହିପରି ଅନ୍ୟତମ ନାୟିକା ଦୀପିକା ପାଦୁକୋନ ମଧ୍ୟ ଏକାଡେମୀ ପୁରସ୍କାର ଉତ୍ସବରେ ଉଦଘୋଷିକା ସାଜି ପ୍ରଶଂସକମାନଙ୍କର ହୃଦୟରେ ବସା ବାନ୍ଧିଥିଲେ |

ତେବେ ଦୁଇ ଭାରତୀୟ ଲାଳନାଙ୍କ ଏଭଳି କୃତିରେ ଗର୍ବ ଅନୁଭବ କରିବା ବଦଳରେ ନିନା ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି | ତାଙ୍କୁ ଏଭଳି ସୁଯୋଗ କେବେ ମିଳିଯାଆନ୍ତା କି ବୋଲି ମଧ୍ୟ ପ୍ରତି ମୁହୂର୍ତ୍ତରେ ସେ କଳ୍ପନା କରୁଥିବା କହିଛନ୍ତି | ନିନା ଆହୁରି କହିଛନ୍ତି ଯେ ସେ ଯଦି ଅନ୍ୟମାନଙ୍କ ପରି ତରୁଣୀ ହୋଇଥାନ୍ତେ, ତେବେ ସେ ସେମାନଙ୍କ ଠାରୁ ଯଥେଷ୍ଟ ଅଧିକ କିଛି କରିପାରିଥା’ନ୍ତେ | ତେବେ ମନୁଷ୍ୟ ଯାହା ଚାହେଁ, ତାହା ସବୁବେଳେ ହୋଇନଥାଏ ବୋଲି ସ୍ୱୀକାର କରିବା ସହ ଏଇ ପରିଣତ ବୟସରେ ମଧ୍ୟ ତାଙ୍କୁ ଯେଉଁ କାର୍ଯ୍ୟ ମିଳୁଛି, ସେ ସେଥିରେ ସନ୍ତୁଷ୍ଟ ବୋଲି କହିଛନ୍ତି | ତଥାପି ତାଙ୍କୁ ଆନ୍ତର୍ଜାତିକ ମଞ୍ଚରେ ସୁଯୋଗ ମିଳିଲେ ସେ ନିଜ ଡିଜାଇନର କନ୍ୟା ମସବାଙ୍କ ଦ୍ୱାରା ପ୍ରସ୍ତୁତ ସୁନ୍ଦର ଶାଢ଼ିଟିଏ ପିନ୍ଧି ଅନ୍ୟମାନଙ୍କୁ ଚମକାଇଦେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି |

author

Related Articles

Leave a Reply

Your email address will not be published. Required fields are marked *