ପସନ୍ଦର ଚରିତ୍ର ଶାଲିନି

ପସନ୍ଦର ଚରିତ୍ର ଶାଲିନି

ଫିଲ୍ମି ‘କେରଳ ଷ୍ଟୋରି’କୁ ନେଇ ଚର୍ଚ୍ଚା ଜାରି ରହିଛି | କର୍ଣ୍ଣାଟକ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ଏହା ବ୍ୟାନ ହେବ ପରେ ମଧ୍ୟ ପାଖାପାଖି ୬୭କୋଟିର ଆୟ କରିସାରିଲାଣି | ଏହି ଫିଲ୍ମିକୁ ନେଇ ସବୁବେଳେ କିଛି ନ କିଛି ବୟାନ ସୋସିଆଲ ମିଡିଆରେ ଭାଇରଲ ହେବାର ଲାଗିଛି | ତେବେ ନିକଟରେ ଫିଲ୍ମିର ଲିଡ଼ ଅଭିନେତ୍ରୀ ଅଦା ଶର୍ମା ଦେଇଥିବା ବୟାନ ସୋସିଆଲ ମିଡିଆରେ ଭାଇରଲ ହୋଇଛି | ଏକ ସାକ୍ଷାତକାରରେ ଅଦା ପ୍ରକାଶ କରିଛନ୍ତି ଏହି ଫିଲ୍ମିରେ ସେ କରିଥିବା ଚରିତ୍ର ଶାଲିନି ତାଙ୍କର ପସନ୍ଦର ଚରିତ୍ର | ଏହି ଚରିତ୍ରଟି ତାଙ୍କ ଉପରେ ବେଶ ପ୍ରଭାବ ପକାଇଛି | ବିଶେଷ ଭାବେ ଇମୋସନାଲି ସେ ଏହି ଫିଲ୍ମି ସହ ଗଭୀରଭାବେ ଯୋଡି ହୋଇଥିବା ଅଦା କହିଛନ୍ତି | ଏହି ଚରିତ୍ରକୁ ସେ ଜୀବନରେ କେବେ ବି ଭୁଲିବେନି ବୋଲି ସାକ୍ଷାତକାରରେ ପ୍ରକାଶ କରିଛନ୍ତି | ଫିଲ୍ମଟିକୁ ଦର୍ଶକଙ୍କ ଏତେ ଭଲପାଇବା ମିଳିବା ନେଇ ସେ ଆଶା କରିନଥିଲେ | ଏତେ ମାତ୍ରାରେ ବିବାଦିତ ହେବା ପରେ ମଧ୍ୟ ଫିଲ୍ମଟିକୁ ସଫଳତା ମିଳିଥିବାରୁ ସେ ଖୁବ ଖୁସିଥିବା ସାକ୍ଷାତକାରରେ ପ୍ରକାଶ କରିଛନ୍ତି |

author

Related Articles

Leave a Reply

Your email address will not be published. Required fields are marked *