ସଞ୍ଜୟଙ୍କ ପ୍ରଶଂସାରେ ଶତମୁଖ ମନୀଷା ୨୫ ବର୍ଷ ପରେ ‘ହୀରାମଣ୍ଡି’ରେ ଏକାଠି !

ସଞ୍ଜୟଙ୍କ ପ୍ରଶଂସାରେ ଶତମୁଖ ମନୀଷା ୨୫ ବର୍ଷ ପରେ ‘ହୀରାମଣ୍ଡି’ରେ ଏକାଠି !

ମୁମ୍ବାଇ:

ବଲିଉଡର ଆଗଧାଡିର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲି ଏବେ ତାଙ୍କର ନୂଆ ୱେବସିରିଜ ‘ହୀରାମଣ୍ଡି’ ପାଇଁ ବେଶ ଚର୍ଚ୍ଚାରେ ରହିଛନ୍ତି | ବଲିଉଡ଼କୁ ସର୍ବାଧିକ ହିଟ ଫିଲ୍ମି ଦେଇଥିବା ନିର୍ଦ୍ଦେଶକଙ୍କ ମଧ୍ୟରେ ସଞ୍ଜୟଙ୍କ ନାମ ଆସିଥାଏ | ୨୦୨୨ରେ ଆସିଥିବା ‘ଗାଙ୍ଗୁବାଇ କାଠିଆୱାଡ଼ି’ ହେଉ କି ୨୦୧୮ରେ ଆସିଥିବା ‘ପଦ୍ମାବତୀ’ ସବୁଥିରେ ତାଙ୍କର ବଳିଷ୍ଠ ନିର୍ଦ୍ଦେଶନାର ଝଲକ ଦେଖିବାକୁ ମିଳେ | ତେବେ ‘ହୀରାମଣ୍ଡି’ରେ ବଲିଉଡ ଆଗଧାଡିର ନାୟିକାମାନଙ୍କ ସହ କାମ କରୁଛନ୍ତି ସଞ୍ଜୟ | ଏଥିରେ ବଲିଉଡ ଅଭିନେତ୍ରୀ ମନୀଷା କୋଇରାଲା ମଧ୍ୟ କାମ କରୁଛନ୍ତି | ନିକଟରେ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ମନୀଷା ସଞ୍ଜୟଙ୍କର ବେଶ ପ୍ରଶଂସା କରିଛନ୍ତି |

ମନୀଷା ସଞ୍ଜୟଙ୍କ ପ୍ରଶଂସା କରିବାକୁ ଯାଇ କହିଛନ୍ତି ଯେ, ‘ସଞ୍ଜୟ ବଲିଉଡର ସେହି ନିର୍ଦ୍ଦେଶକମାନଙ୍କ ମଧ୍ୟରୁ ଜଣେ, ଯିଏ କି ମହିଳାକେନ୍ଦ୍ରିକ ଫିଲ୍ମି ନିର୍ମାଣ କରି ବି ବକ୍ସ ଅଫିସରେ ଏହା ହିଟ ସାବ୍ୟସ୍ତ ହୋଇଛି | ଆମେ ଦୁହେଁ ଏକାଠି ‘ଖାମୋସି’ରେ କାମ କରିଥିଲୁ | ଦୀର୍ଘଦିନର ବ୍ୟବଧାନ ପରେ ପୁଣି ଆମକୁ ‘ହୀରାମଣ୍ଡି’ରେ ଏକାଠି କାମ କରିବାର ସୁଯୋଗ ମିଳିଛି | ମୋ ମନରେ ସବୁବେଳେ ତାଙ୍କ ପାଇଁ ଯଥେଷ୍ଟ ସମ୍ମାନ ରହିଛି | ତାଙ୍କର ଫିଲ୍ମଗୁଡ଼ିକ ଗତାନୁଗତିକ ଧରାରୁ ଅଲଗା ଥାଏ | ସବୁଠୁ ବଡ କଥା ହେଲା ସେ ତାଙ୍କ ନିର୍ଦ୍ଦେଶନାରେ ଫିଲ୍ମଗୁଡ଼ିକ ସତେ ଯେପରି ଜୀବନ୍ତ କରିଦିଅନ୍ତି | ‘ହୀରାମଣ୍ଡି’ରେ ମନୀଷାଙ୍କ ସହ ସୋନାକ୍ଷୀ ସିହ୍ନା, ଅଦିତି ରାଓ ହାଇଦରି, ଋଚା ଚଢା, ସଞ୍ଜିଦା ଶେଖ ଦେଖାଯିବେ | ‘ହୀରାମଣ୍ଡି’ର ଫାଷ୍ଟ ଲୁକ ଫେବୃଆରୀ ୧୮,୨୦୨୩ରେ ଜାରି କରାଯାଇଥିଲା |

author

Related Articles

Leave a Reply

Your email address will not be published. Required fields are marked *