ଏସିଡ ରିଫ୍ଲକ୍ସ

ଏସିଡ ରିଫ୍ଲକ୍ସ

ଖରାଦିନେ ଏସିଡ଼ିଟି ସମସ୍ୟା ଅନେକଙ୍କ ନିକଟରେ ଦେଖିବାକୁ ମିଳିଥାଏ | ଏଥିପାଇଁ ଅନେକ ପ୍ରକାରର ଡାକ୍ତରୀ ଉପଚାର ସମସ୍ତେ କରିଥାଆନ୍ତି | ହେଲେ ଏଭଳି କିଛି ଖାଦ୍ୟ ରହିଛି, ଯାହାକୁ ଖାଇବା ଦ୍ୱାରା ଆମର ଏସିଡ଼ିଟି ଲେବଲ ନିୟନ୍ତ୍ରଣରେ ରହିବ | ଆସନ୍ତୁ ଜାଣିବା ସେହିଭଳି କିଛି ଖାଦ୍ୟ ବିଷୟରେ……


ଭାତ- ଭାତ ଓ ପାସ୍ତା ଏସିଡ଼ିଟି କମାଇବା ପାଇଁ ବେଶ ସହାୟକ ହୋଇଥାଏ | ଭାତ ସହଜରେ ହଜମ ହୋଇପାରୁଥିବାରୁ ଏହାକୁ ଏସିଡ଼ିଟି ହେଉଥିବା ଲୋକ ଖାଇବା ଭଲ | ସେହିଭଳି ପ୍ରିବାୟୋଟିକ ଫାଇବର କାରଣରୁ ଆମ ପେଟରେ ହେଉଥିବା ଜଳପଡ଼ାକୁ ମଧ୍ୟ ଭାତ କମାଇବାର ସହାୟକ ହୋଇଥାଏ |


କଦଳୀ- କଦଳୀରେ ପଟାସିଅମର ମାତ୍ର ଖୁବ ଅଧିକ ରହିଥାଏ | ଏହି ପଟାସିଅମ କାରଣରୁ ଆମର ଏସିଡ଼ିଟି ଲେବଲ ବାଲାନ୍ସ ହୋଇ ରହିଥାଏ | କଦଳୀରେ ପଟାସିଅମ ସହିତ ପାଇବର, ପେସିଟିନ ଆଦି ମଧ୍ୟ ରହିଥାଏ | ଯାହା ଆମ ପାଚନ ତନ୍ତ୍ର ପାଇଁ ବେଶ ଭଲ ହୋଇଥାଏ, ଏସିଡ ରିଫ୍ଲକ୍ସ କମାଇଥାଏ |


କାକୁଡି- କାକୁଡି ଏକ ଆଲକାଲାଇନ ଫୁଡ, ଯାହା ଏସିଡ କମାଇଥାଏ | ଏହା ଆମର ପିଏଚ ଭ୍ୟାଲୁ ବଢ଼ାଇଥାଏ | ଏହାସହ ଏଥିରେ ୱାଟର କଣ୍ଟେଟ ଅଧିକ ଥିବାରୁ ଏହା ଖରାଦିନେ ବେଶ ଉପଯୋଗୀ ହୋଇଥାଏ |


ସବଜା ସିଡ଼- ସବଜା ସିଡ଼ ଆମଶରୀର ପାଇଁ ଏକ ନ୍ୟାଚୁରାଲ କୋଲାଣ୍ଟ ଭଳି କାମ କରିଥାଏ | ଏହା ଆମର ଏସିଡ଼ିଟି ଓ ହାର୍ଟବର୍ଣ୍ଣ ପାଇଁ ଖୁବ ଭଲ ହୋଇଥାଏ | ଏହାକୁ ପାଣିରେ ବତୁରାଇବା ପରେ ଏହାର ମ୍ୟୁକିଲାଗ କଣ୍ଟେଟ ବଢିଥାଏ ଯାହା ଆମ ପେଟ ଯନ୍ତ୍ରଣା କମାଇଥାଏ |

author

Related Articles

Leave a Reply

Your email address will not be published. Required fields are marked *