ଅନ୍ତର୍ଜାତୀୟ ପରିବାର ଦିବସ

ଅନ୍ତର୍ଜାତୀୟ ପରିବାର ଦିବସ

ପ୍ରତିବର୍ଷ ମେ’ ୧୫ ତାରିଖକୁ ଅନ୍ତର୍ଜାତୀୟ ପରିବାର ଦିବସ ଭାବେ ପାଳନ କରାଯାଏ | ପରିବାରର ମହତ୍ତ୍ୱ ବାବଦରେ ଅଗବତ କରାଇବା ହେଉଛି ଏହି ଦିବସର ଉଦ୍ଦେଶ୍ୟ | ୧୯୯୩ରେ ଜାତିସଂଘର ସାଧାରଣ ପରିଷଦ ଦ୍ୱାରା ଏହି ଦିବସ ପାଳନ କରାଯିବା ଘୋଷଣା କରାଯାଇଥିଲା | ତେବେ ୧୯୯୪ ମେ’ ୧୫ରେ ପ୍ରଥମଥର ପରିବାର ଦିବସ ପାଳନ ଆରମ୍ଭ ହୋଇଥିଲା | ସମସ୍ତଙ୍କ ଜୀବନରେ ପରିବାରର ଭୂମିକା ବେଶ ଗୁରୁତ୍ତ୍ୱପୂର୍ଣ୍ଣ | ସେହିପରି ପ୍ରତ୍ୟେକ ବ୍ୟକ୍ତିର ବିକାଶ ପରିବାରରୁ ହିଁ ହୋଇଥାଏ | ତେବେ ଏକ ମଜଭୁତ ଓ ସଶକ୍ତ ପରିବାର ହିଁ ସଶକ୍ତ ଦେଶ ଗଢିବାରେ ସାହାଯ୍ୟ କରେ | ଏଣୁ କୁହାଯାଏ ‘ବସୁଧୈବ କୁଟୁମ୍ବକମ |’ ପୁରା ପୃଥିବୀ ହେଉଛି ଆମ ପରିବାର | ସମସ୍ତେ ଏକତା ସୂତ୍ରରେ ବାନ୍ଧି ହୋଇ ପରିବାର ଭଳି ଚଳିଲେ ସମାଜର ବିଭିନ୍ନ ସମସ୍ୟା ସହଜରେ ସମାଧାନ ହୋଇପାରିବ |

ସେହିପରି ପରିବାରରେ ପରସ୍ପର ସହ ମତଭେଦ ଦେଖାଦେଲେ ବି ସମସ୍ତେ ଏକଜୁଟ ହୋଇ ରହନ୍ତି | ପରସ୍ପର ମଧ୍ୟରେ ସ୍ନେହ, ପ୍ରେମ ଭାବ ପରିଲିକ୍ଷିତ ହୁଏ | କେବଳ ସେତିକି ନୁହେଁ, ପରିବାର ସହ ରହିଲେ କେବେବି ଏକାକୀତ୍ୱ ଅନୁଭବ ହୋଇନଥାଏ | ଆଜିର ବ୍ୟସ୍ତତାପୂର୍ଣ୍ଣ ଜୀବନ ଭିତରେ ପରିବାର ପାଇଁ ସମୟ ବାହାର କରିବା ଦରକାର | ଯୌଥ ପରିବାର ହେଉଛି ଭାରତୀୟ ସଂସ୍କୃତି | ସମୟଚକ୍ରରେ ଗତ କିଛି ଦଶନ୍ଧି ଧରି ଏହି ପରମ୍ପରା ଅବକ୍ଷୟମୁଖୀ ହୋଇଥିଲେ ବି କାରଣ ମହାମାରୀ ସମୟରେ ଲୋକେ ପୁଣି ସେହି ପ୍ରାଚୀନ ସଂସ୍କୃତିକୁ ଆପଣାଇ ନେଇଥିଲେ | ଯୌଥ ପରିବାର ଲୋକଙ୍କୁ ନିର୍ଭୟରେ ବଞ୍ଚିବାର ରାହା ଦେଉଥିବା ବେଳେ ପ୍ରତିଟି ଲଢେଇରେ ଟାଣ ହୋଇ ଛିଡା ହେବାର ସାହସ ଦେଇଥାଏ | ଅନ୍ୟପଟେ ଏହିଦିନ ବିଶେଷ କରି ଯୁବ ପିଢିଙ୍କୁ ପରିବାରର ମହତ୍ତ୍ୱ ବାବଦରେ ଅବଗତ କରାଯାଏ | ଏଥର ଏହି ଦିବସର ପ୍ରସଙ୍ଗ ଅଛି ‘ଡେମୋଗ୍ରାଫିକ ଟ୍ରେଣ୍ଡସ ଆଣ୍ଡ ଫ୍ୟାମିଲିଜ’ |

author

Related Articles

Leave a Reply

Your email address will not be published. Required fields are marked *