ଆକ୍ସନ ମୋଡରେ ବରୁଣ

ଆକ୍ସନ ମୋଡରେ ବରୁଣ

ଆଗକୁ ବରୁଣ ଧୱନଙ୍କୁ ଏକ ଆକ୍ସନ ପ୍ୟାକେଜରେ ଦେଖିବାକୁ ମିଳିବ | ତାଙ୍କୁ କୋଭିଡ ମଧ୍ୟରେ ଅନେକ ଆକ୍ସନ ପ୍ୟାକେଜ ଅଫର ହୋଇଥିବା ସେ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି | ସୂଚନା ଅନୁସାରେ ବରୁଣ ଆଗକୁ ମୁରଦା କ୍ଷେତରାନୀ ଓ ଅଟଲ୍ଲି କୁମାରଙ୍କ ସହ ମିଶି ଏହି ପ୍ରୋଜେକ୍ଟକୁ ପରଦାକୁ ଆଣିବେ ବୋଲି ଜଣାପଡିଛି | ବର୍ତ୍ତମାନ ଏଥିପାଇଁ ଆଲୋଚନା ଜାରି ରହିଥିବାବେଳେ ଆସନ୍ତା ଅଗଷ୍ଟରୁ ଏହାର ସୁଟିଂ ଆରମ୍ଭ ହେବ | ଏହି ପ୍ରୋଜେକ୍ଟଟି ଆକ୍ସନର ଖୁବ ବଡ ପ୍ରୋଜେକ୍ଟ ହେବବୋଲି ଟିମ ଆଶା ରଖିଛି | କେବଳ ଆକ୍ସନ ନୁହେଁ ଏଥିରେ ହାଇଇମୋସନ ଓ ଡ୍ରାମା ମଧ୍ୟ ଦେଖିବାକୁ ମିଳିବ | ପ୍ରୋଜେକ୍ଟଟି ଆସନ୍ତା ୨୦୨୪ରେ ପରଦାକୁ ଆସିବବୋଲି ଜଣ ପଡିଛି | ତେବେ ଏଥିରେ ବରୁଣଙ୍କ ଆପୋଜିଟରେ କିଏ ନଜର ଆସିବେ ସେ ନେଇ କୌଣସି ସୂଚନା ନାହିଁ | ବର୍ତ୍ତମାନ ବରୁଣ ଆଉ ଏକ ଆକ୍ସନ ଥ୍ରୀଲର ସୁଟିଂରେ ବ୍ୟସ୍ତ ଅଛନ୍ତି | ଏଥିରେ ତାଙ୍କ ସହ ସାମନ୍ଥା ନଜର ଆସିବେ |

author

Related Articles

Leave a Reply

Your email address will not be published. Required fields are marked *