ବିଶ୍ୱ ଦୂରସଞ୍ଚାର ଏବଂ ସୂଚନା ସମାଜ ଦିବସ

ବିଶ୍ୱ ଦୂରସଞ୍ଚାର ଏବଂ ସୂଚନା ସମାଜ ଦିବସ

‘ଜାତିସଂଘ’ର ଅନୁମୋଦନକ୍ରମେ ୨୦୦୬ରୁ ପ୍ରତିବର୍ଷ ମେ’୧୭ରେ ପାଳିତ ହେଉଛି ‘ବିଶ୍ୱ ଦୂରସଞ୍ଚାର ଦିବସ ଓ ସୂଚନା ସମାଜ ଦିବସ’ | ୧୭ ମେ’ ୧୮୬୫ରେ ଗଠିତ ହୋଇଥିଲା ‘ଅନ୍ତର୍ଜାତୀୟ ଦୂରସଞ୍ଚାର ସଂଘ’ ବା ‘ଇନ୍ଟରନ୍ୟାସନାଲ ଟେଲିକମ୍ୟୁନିକେସନ ୟୁନିୟନ’ | ଏହାର ପ୍ରତିଷ୍ଠା ଦିବସକୁ ସ୍ମରଣୀୟ କରିବା ଲାଗି ୧୯୭୩ରେ ପ୍ରଥମ ଥର ପାଇଁ ‘ବିଶ୍ୱ ଦୂରସଞ୍ଚାର ଦିବସ’ ପାଳନ ଆରମ୍ଭ କରାଯାଇଥିଲା | ଲୋକଙ୍କୁ ଦୂରସଞ୍ଚାର ପ୍ରତି ସଚେତନ କରାଇବା ଏହି ଦିବସ ପାଳନର ଉଦ୍ଦେଶ୍ୟ | ୨୦୦୬ ମେ’ ୧୭ରେ ଏହା ସହ ‘ବିଶ୍ୱ ସୂଚନା ସମାଜ ଦିବସ’ ଯୋଡାଯାଇଥିଲା |

ବର୍ତ୍ତମାନ ଇଣ୍ଟରନେଟ ଓ ଟେଲିଫୋନ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଛି | ଇଣ୍ଟରନେଟ ଭଳି ଆଧୁନିକ ବୈଷୟିକ ଜ୍ଞାନ-କୌଶଳ ଆମ ସମୟର ସମାଜକୁ ଗଭୀର ଭାବେ ପ୍ରଭାବିତ କରୁଛି ଏବଂ ଆଗକୁ ମଧ୍ୟ କରିବ | ଏ ବାବଦରେ ସାରା ବିଶ୍ୱରେ ଜଣ-ସଚେତନତା ସୃଷ୍ଟି କରିବା, ଏହି ଦିବସ ପାଳନର ମୂଳ ଲକ୍ଷ | ଏହା ଲୋକଙ୍କୁ ଆତ୍ମନିର୍ଭର କରାଇବା ସହ ଲୋକେ ଘରେ ବସି ରେଳ ଓ ବିମାନ ଟିକଟ କରିବା,ଅର୍ଥ କାରବାର, ବିଭିନ୍ନ ପ୍ରକାର ବିଲ ପଇଠ ଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ଜିନିଷଗୁଡ଼ିକ କିଣିପାରୁଛନ୍ତି | ବିଶ୍ୱ ଦୂରସଞ୍ଚାର ଦିବସ ଓ ସୂଚନା ସମାଜ ଦିବସ’ର ଉଦ୍ଦେଶ୍ୟ ହେଉଛି ଦୁର୍ଗମ ତଥା ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ଉଭୟ ସୂଚନା ଏବଂ ଯୋଗାଯୋଗକୁ ସହଜରେ ଉପଲବ୍ଧ କରାଇବା |

author

Related Articles

Leave a Reply

Your email address will not be published. Required fields are marked *