ସର୍ଟସ ପିନ୍ଧି ବିମାନରେ ଯାତ୍ରା କରୁଥିଲେ ସାବଧାନ

ସର୍ଟସ ପିନ୍ଧି ବିମାନରେ ଯାତ୍ରା କରୁଥିଲେ ସାବଧାନ

ସମ୍ପ୍ରତି ଅଧିକାଂଶ ଲୋକ କମ ସମୟରେ ଆରାମଦାୟକ ଯାତ୍ରା ପାଇଁ ବିମାନ ଯାତ୍ରା ପସନ୍ଦ କରୁଛନ୍ତି | ତେବେ ବିମାନ ଯାତ୍ରାରେ ପୋଷାକ ପିନ୍ଧାକୁ ନେଇ କୌଣସି ନିୟମ ନ ଥାଏ | ଯାତ୍ରୀ ନିଜ ପସନ୍ଦ ଅନୁସାରେ ପୋଷାକ ପିନ୍ଧନ୍ତି | ବିମାନ ଯାତ୍ରା ସମୟରେ ପୁରୁଷମାନେ ସର୍ଟସ ପିନ୍ଧିବାକୁ ଭଲ ପାଆନ୍ତି | କିନ୍ତୁ ବାସ୍ତବରେ ଏମିତି ପୋଷାକ ପିନ୍ଧି ଯାତ୍ରା କରିବା ଦ୍ୱାରା କ’ଣ ସବୁ ସମସ୍ୟା ହୁଏ ସେ ବିଷୟରେ ବିମାନରେ କାର୍ଯ୍ୟରତ ଜଣେ ମହିଳା ଆଟେଣ୍ଡାଣ୍ଟ ସୂଚନା ଦେଇଛନ୍ତି | ଆମେରିକାର ଏରିଜୋନାରେ ରହୁଥିବା ଟମି ସିମାଟୋ ବିମାନ ଯାତ୍ରା ସମୟରେ କେଉଁ କେଉଁ ଦିଗକୁ ଧ୍ୟାନ ରଖିବା ଜରୁରୀ ସେନେଇ ଏ ସମ୍ପର୍କରେ ଟିକଟକରେ ଏକ ଭିଡିଓ ସେୟାର କରିଛନ୍ତି | ସେ କହିଛନ୍ତି ଯେ, ‘ସର୍ଟସ ପିନ୍ଧି ବିମାନ ଯାତ୍ରା କରିବା ଆଦୌ ଉଚିତ ନୁହେଁ, ଏହାଦ୍ୱାରା ବିମାନରେ ଥିବା ଜୀବାଣୁ ଶରୀର ସଂସ୍ପର୍ଶରେ ଆସିଥାଏ | ଯାହା ଅନେକ ରୋଗର କାରଣ ସାଜିପାରେ |

ତେଣୁ ଯାତ୍ରା ସମୟରେ ଶରୀରକୁ ଢାଙ୍କି ରଖୁଥିବା ପ୍ୟାଣ୍ଟ ପିନ୍ଧିବା ଦ୍ୱାରା ଜଣେ ଏହାକୁ ଦୁରେଇ ଦେଇପାରିବ | ସେହିପରି ଉଡ଼ାଜାହାଜର ଝରକା ପାଖରେ ମୁଣ୍ଡ ରଖି ଶୋଇବା ଅନୁଚିତ | କାରଣ ଝରକା ଗୁଡିକରେ ବହୁସଂଖ୍ୟାରେ ଜୀବାଣୁ ଥାଆନ୍ତି | ଅନେକ ଲୋକ ଏହି ଝରକା ଗୁଡିକରେ ହାତ ମାରିଥାନ୍ତି | ଏଠାରେ ମୁଣ୍ଡ ରଖି ଶୋଇବା ଦ୍ୱାରା ଜୀବାଣୁ ଶରୀରରେ ପ୍ରବେଶ କରିଯାନ୍ତି | ସେହିଭଳି ବିମାନରେ ସୁସ୍ଥ ଲୋକଙ୍କ ସହ ରୋଗୀମାନେ ମଧ୍ୟ ଯାତ୍ରା କରନ୍ତି | ରୋଗୀଟି ବସିଥିବା ସିଟରେ ଜଣେ ସୁସ୍ଥ ବ୍ୟକ୍ତି ସର୍ଟସ ପିନ୍ଧି ବସିବା ଦ୍ୱାରା ସଂକ୍ରମିତ ହେବା ଆଶଙ୍କା ଥାଏ | ସେହିପରି ବିମନାରୁ କ୍ରୁ ମେମ୍ବରମାନେ ଟଏଲେଟ ବା ଶୌଚାଳୟକୁ ସବୁଠୁ ଅପରିଷ୍କାର ସ୍ଥାନ କହୁଥିବାବେଳେ ବାଥରୁମର ଫ୍ଲସ ବଟନ ଏବଂ ଟଏଲେଟ ଫ୍ଲସକୁ ଖାଲି ହାତରେ ସ୍ପର୍ଶ ଣ କରି ନାପକିନ କିମ୍ବା ଟିସୁ ପେପରରେ ଧରିବା ଭଲ ବୋଲି ସେ ପରାମର୍ଶ ଦେଇଛନ୍ତି | ବିମାନରେ ଯାତ୍ରା କରିବା ସମୟରେ ହାଇଡ୍ରେଟ ରହିବ ପାଇଁ ଯଥେଷ୍ଟ ପାଣି ପିଇବା ଆବଶ୍ୟକ | ଯଦି ଥଣ୍ଡା କିମ୍ବା ଜ୍ଵର ଅନୁଭବ କରୁଛନ୍ତି, ତେବେ ତୁରନ୍ତ କ୍ରୁ ମେମ୍ବରଙ୍କୁ ଜଣାଇବା ଉଚିତ’ |

author

Related Articles

Leave a Reply

Your email address will not be published. Required fields are marked *