କାନ୍ସରେ ସାରାଙ୍କ ଦେଶୀ ଅବତାର

କାନ୍ସରେ ସାରାଙ୍କ ଦେଶୀ ଅବତାର

ମନୋରଞ୍ଜନ ଜଗତରେ ବିଭିନ୍ନ ସମୟରେ ପୁରସ୍କାର ଉତ୍ସବକୁ ନେଇ ଚର୍ଚ୍ଚା ଲାଗିରହିଛି | ମେ’ ୧୬ରୁ ଆରମ୍ଭ ହୋଇଛି ୭୬ ତମ କାନସ ଚଳଚ୍ଚିତ୍ର ଉତ୍ସବ | ଏହା ବିଶ୍ୱର ସବୁଠୁ ସମ୍ମାନଜନକ ଉତ୍ସବ ଭାବେ ପରିଗଣିତ | ଚଳିତବର୍ଷ କାନ୍ସର ରେଡ଼ କାର୍ପେଟରେ ଐଶର୍ଯ୍ୟା ରାୟ ବଚ୍ଚନ, ଅନୁଷ୍କା ଶର୍ମା, ମାନୁଷୀ ଛୀଲ୍ଲର, ସାରା ଅଲ୍ଲୀ ଖାନ, ଉର୍ବଶୀ ରୋୖତେଲା, ମୃଣାଳ ଠାକୁର, ଈଶା ଗୁପ୍ତା ଓ ଅଦିତି ରାଓ ହୈଦିରି ପ୍ରମୁଖ ବଲିଉଡ କଳାକାରମାନେ ସେମାନଙ୍କ ଜଲୱା ଦେଖେଇବେ | ଇତି ମଧ୍ୟରେ ସାରା ଅଲ୍ଲୀ ଖାନ ପ୍ରଥମ ଥର ପାଇଁ କାନ୍ସର ରେଡ଼ କାର୍ପେଟରେ ଚାଲିବାର ସୁଯୋଗ ପାଇଛନ୍ତି |

ଈଶା ଗୁପ୍ତା କାନ୍ସରେ ବେଶ ବୋଲଡ ଲୁକରେ ନଜର ଆସିଥିବାବେଳେ ସାରା ଦେଶୀ ଅବତାରରେ ଦେଖାଯାଇଛନ୍ତି | ସାରା ଏହି ଅବସରରେ ଜଣାଶୁଣା ଫେସନ ଡିଜାଇନର ଅବୁ ଜାନି ଓ ସନ୍ଦୀପ ଖୋସଲା ଡିଜାଇନ କରିଥିବା ହାତରେ ଏମ୍ବ୍ରଡରି କରାଯାଇଥିବା ଈଷତ ଧଳା ରଙ୍ଗର ଏକ ଲେହେଙ୍ଗା ପିନ୍ଧିଥିଲେ | ସାରାଙ୍କର ଏହି ଦେଶୀ ଲୁକ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି | ଅହେଇ ଅବସରରେ ସାରା ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ ଯେ- ‘କାନ୍ସର ରେଡ଼ କାର୍ପେଟ ଉପରେ ଚାଲିବ ମୋର ଅନେକ ଦିନର ସ୍ୱପ୍ନ ଥିଲା | ମୋର ବିଶ୍ୱାସ ହେଉନି ଆଜି ମୁଁ ଏଠାରେ ଅଛି | ଏଭଳି ଏକ ଅନ୍ତର୍ଜାତୀୟ ମଞ୍ଚରେ ମୁଁ ଭାରତକୁ ପ୍ରତିନିଧିତ୍ୱ କରୁଥିବାରୁ ଏଥିପାଇଁ ଗର୍ବ ଅନୁଭବ କରୁଛି |

author

Related Articles

Leave a Reply

Your email address will not be published. Required fields are marked *