ଲିଭ ଇନରେ ରହିବେ ହ୍ରିତିକ୍-ସବା

ଲିଭ ଇନରେ ରହିବେ ହ୍ରିତିକ୍-ସବା

ବଲିଉଡ ଅଭିନେତା ହ୍ରିତିକ୍ ରୋଶନ ଏବେ ଟଙ୍କା କ୍ୟାରିୟର ଅପେକ୍ଷା ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ | ସୁଜେନ ଖାନଙ୍କ ଠାରୁ ଅଲଗା ହେବା ପରେ ହ୍ରିତିକ୍, ସବା ଆଜାଦଙ୍କ ପ୍ରେମରେ ପଡିଛନ୍ତି | ବର୍ଷେ ହେଲାଣି ସବାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଖବରର ଶିରୋନାମା ପାଲଟିଛି | ତେବେ ସବାଙ୍କ ସହ ଲିଭଇନରେ ରହିବା ପାଇଁ ହ୍ରିତିକ୍ ମୁମ୍ବାଇରେ ୫୦ କୋଟିର ଏକ ଫ୍ଲାଟ କିଣିଥିବା ଚର୍ଚ୍ଚା ହେଉଛି | ଏହା ମୁମ୍ବାଇର ପୋଶ ଅଞ୍ଚଳରେ ଥିବା ‘ମାନ୍ନତ’ ନାମକ ବିଲଡିଂରେ ଏହି ଫ୍ଲାଟଟି ରହିଛି | ଫ୍ଲାଟ କାମ ସରିବା ପରେ ସବା ଓ ହ୍ରିତିକ୍ ସେଠାରେ ରହିବେ ବୋଲି ଜଣାପଡିଛି | ତେବେ ସବାଙ୍କୁ ବିବାହ କରିବା ପୂର୍ବରୁ ଉଭୟ ଏକାଠି ଏହି ଫ୍ଲାଟରେ ରହିବେ | ତେବେ ହ୍ରିତିକ୍ ଓ ସବା ସେମାନଙ୍କ ସମ୍ପର୍କକୁ ନେଇ ବହୁତ ସିରିୟସ ଅଛନ୍ତି | ବହୁତ ଜଲଦି ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଚର୍ଚ୍ଚା ହେଉଛି | ତେବେ ଏନେଇ ସବା କି ହ୍ରିତିକ୍ ବିଧିବଦ୍ଧ ଭାବେ କିଛି କହିନାହାନ୍ତି |

author

Related Articles

Leave a Reply

Your email address will not be published. Required fields are marked *