ଫେରିବେ ଦିଶା ଓ ନକୁଲ

ଫେରିବେ ଦିଶା ଓ ନକୁଲ

ଟେଲିଭିଜନର ଲୋକପ୍ରିୟ ଅଭିନେତା ନକୁଲ ମେହେଟା ଏବଂ ଅଭିନେତ୍ରୀ ଦିଶା ପରମାର ‘ବଡେ ଅଛେ ଲଗତେ ହୈ ସିଜନ’ ୨କୁ ଅଚାନକ ଛାଡିଥିଲେ | ଫଳରେ ସେମାନଙ୍କ ପ୍ରଶଂସକଙ୍କ ମନ ଦୁଃଖ ହୋଇଥିଲା | ତେବେ ଏବେ ଖୁବଶୀଘ୍ର ଆସିବାକୁ ଯାଉଛି ‘ବଡେ ଅଛେ ଲଗତେ ହୈ ସିଜନ ୩ |’ ଏହି ଶୋ’ରେ ପୁଣି ଥରେ ମୁଖ୍ୟ ଚରିତ୍ରରେ ଦର୍ଶକଙ୍କ ମନୋରଞ୍ଜନ କରିବେ ନକୁଲ ଓ ଦିଶା | ଅର୍ଥାତ ରାମ ଓ ପ୍ରିୟା ଚରିତ୍ରରେ ନକୁଲ ଓ ଦିଶାଙ୍କୁ ଦେଖିବାକୁ ମିଳିବ | ଏବେ ଏହାର ପ୍ରମୋ ମଧ୍ୟ ସାମ୍ନାକୁ ଆସିଛି | ଏହି ପ୍ରମୋରେ, ଦୁହେଁ ଏକ କ୍ୟାପିଟେରିଆଙ୍କୁ ବସି କଫି ପିଉଥିବା ଦେଖାଯାଇଛି | ତେବେ ଦର୍ଶକଙ୍କ ଭଲପାଇବା ହିଁ ସେମାନଙ୍କୁ ଶୋ’ ପ୍ରତ୍ୟାବର୍ତ୍ତନ କରିବାକୁ ବାଧ୍ୟ କରିଥିବା ଦୁହେଁ ଏହି ପ୍ରମୋରେ କହିଛନ୍ତି | ଆସନ୍ତା ୨୫ରେ ଏହା ସୋନି ଟିଭିରେ ପ୍ରସାରିତ ହେବ | ଅନ୍ୟପଟେ ଦିଶା ଏବେ ଗର୍ଭବତୀ ଅଛନ୍ତି ଏବଂ କିଭଳି ଭାବେ ସେ ନିଜକୁ ସୁଟିଂ ପାଇଁ ପ୍ରସ୍ତୁତ କରୁଛନ୍ତି, ତାହା ଆଗକୁ ସମୟ କହିବ |

author

Related Articles

Leave a Reply

Your email address will not be published. Required fields are marked *