ବିଶ୍ୱ କଇଁଛ ଦିବସ

ବିଶ୍ୱ କଇଁଛ ଦିବସ

କଇଁଛମାନଙ୍କ ସୁରକ୍ଷା ବାବଦରେ ସଚେତନତା ସୃଷ୍ଟି କରିବା ଲାଗି ପ୍ରତିବର୍ଷ ମେ’୨୩ ତାରିଖକୁ ‘ବିଶ୍ୱ କଇଁଛ ଦିବସ’ ଭାବେ ପାଳନ କରାଯାଉଛି | ଏହାକୁ ପ୍ରଥମଥର ପାଇଁ ୨୦୦୦ ମସିହାରେ ପାଳନ କରାଯାଇଥିଲା | ତେବେ ଏହି ଦିନର ପ୍ରାରମ୍ଭ ୧୯୯୦ରେ ‘ଆମେରିକାନ ଟର୍ଟୟଜ ରେସକ୍ୟୁ’ ସଂସ୍ଥା ଦ୍ୱାରା କରାଯାଇଥିଲା | ଏହି ସଂଗଠନର ସଦସ୍ୟମାନେ କଇଁଛ ସୁରକ୍ଷା ଦିଗରେ କାମ କରନ୍ତି | ତା’ ସହ ସେମାନଙ୍କ ମୂଳ ଉଦ୍ଦେଶ୍ୟ ହେଉଛି କଇଁଛ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି କରିବା | ପୃଥିବୀ ପୃଷ୍ଠରେ କଇଁଛ ଡାଇନୋସର ସମୟରୁ ଅଛନ୍ତି |

ସାରା ବିଶ୍ୱରେ କଇଁଛର ସମୁଦାୟ ୩୦୦ ପ୍ରଜାତି ଅଛନ୍ତି | ସେଥିରୁ କେତେକ ପ୍ରଜାତି ବିଲୁପ୍ତ ହୋଇ ଯାଇଥିବା ବେଳେ ଆଉ କିଛି ପ୍ରଜାତି ଏବେ ସଙ୍କଟାପନ୍ନ ସ୍ଥିତି ଦେଇ ଗତିକରୁଛନ୍ତି | ଅନ୍ୟପଟେ ପୃଥିବୀପୃଷ୍ଠର ଆର୍ଦତ୍ରା କମୁଥିବାରୁ ଏମାନଙ୍କ ଅସ୍ତିତ୍ୱ ଲୋପ ପାଉଛି | ନଦୀ ଓ ସମୁଦ୍ର ଗୁଡିକ ପ୍ରଦୂଷିତ ହେଉଥିବାରୁ ପ୍ଲାଷ୍ଟିକ ଟୁକୁଡା ଖାଇ ଅନେକ ସମୟରେ କଇଁଛଙ୍କ ମୃତ୍ୟୁ ହେଉଛି | ଏହାବାଦ ଟ୍ରଲରର ବ୍ଲେଡରେ କଟି ଓ ମାଛ ଜାଲରେ ଛନ୍ଦି ହୋଇ ମଧ୍ୟ ଅନେକ କଇଁଛ ମରିଥାନ୍ତି | ତ୍ୱଚା, ଅଣ୍ଡା,ମାଂସ ପାଇଁ ଏମାନଙ୍କର ଚୋରା ଚାଲାଣ କରାଯାଉଛି | ଫଳରେ କଇଁଛ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି | ଏଣୁ କଇଁଛ ସୁରକ୍ଷା ଓ ସେମାନଙ୍କ ବାସସ୍ଥାନ ବାବଦରେ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସର ଅନ୍ୟତମ ଉଦ୍ଦେଶ୍ୟ |

author

Related Articles

Leave a Reply

Your email address will not be published. Required fields are marked *