ପରଲୋକରେ RRR ଖଳନାୟକ ଷ୍ଟିବେନସନ

ପରଲୋକରେ RRR ଖଳନାୟକ ଷ୍ଟିବେନସନ

ନୂଆଦିଲ୍ଲୀ:

ଆରପାରିରେ RRRର ଖଳନାୟକ ରେ. ଷ୍ଟିବେନସନ, ୫୮ ବର୍ଷ ବୟସରେ ପରଲୋକ
ଓସ୍କାର ବିଜେତା ଫିଲ୍ମର ଖଳନାୟକଙ୍କ ପରଲୋକ । ଏସଏସ ରାଜମୌଳୀଙ୍କ ବ୍ଲକ ବଷ୍ଟର ଫିଲ୍ମ RRRର ଖଳନାୟକ ରେ. ଷ୍ଟିବେନସନଙ୍କର ନିଧନ ହୋଇଛି । ୫୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବା ନେଇ ରେ’ଙ୍କ ପିଆର ଏଜେନ୍ସି ଇଣ୍ଡିପେଣ୍ଡେଣ୍ଟ ଟାଲେଣ୍ଟ ସୂଚନା ଦେଇଛି । ଆରଆରଆର୍ ଫିଲ୍ମର ଖଳନାୟକ ଭୂମିକରେ ଷ୍ଟିବେନସନଙ୍କ ଭୂମିକା ଦର୍ଶକଙ୍କୁ ବେଶ ପ୍ରଭାବିତ କରିଥିଲା । ଏହି ଫିଲ୍ମ ମଧ୍ୟ ସାରା ଦୁନିଆରେ ଦର୍ଶକଙ୍କ ହୃଦୟଙ୍କୁ ଛୁଇଁପାରିଥିଲା । ଏକାଧିକ ହଲିଉଡ୍ ଫିଲ୍ମରେ ମଧ୍ୟ ଷ୍ଟିବେନସନ୍ ଅଭିନୟ କରିଛନ୍ତି । ବିଶେଷ କରି ଐତିହାସିକ ଫିଲ୍ମ ୧୨୪୨-ଗେଟୱେ ଟୁ ଦ ୱେଷ୍ଟରେ ଅଭିନୟ କରି ଷ୍ଟିବନସନ ବେଶ ଚର୍ଚ୍ଚାକୁ ଆସିଥିଲେ ।

ଏହାବ୍ୟତୀତ ଡିଜନୀ ପ୍ଲସ ହଟଷ୍ଟାରରେ ଧାରାବାହିକ ଅଶୋକାରେ ଅଭିନୟ କରିବାକୁ ତାଙ୍କୁ କାଷ୍ଟ କରାଯାଇଥିଲା । ଅଭିନେତା ରେ ଷ୍ଟିବେନସନ ୧୯୬୪ ମସିହାରେ ଆୟରଲ୍ୟାଣ୍ଡରେ ଜନ୍ମଗ୍ରହଣ କରିଥିଲେ । ୧୯୯୦ରେ ସେ ଫିଲ୍ମ ଦୁନିଆରେ ପାଦ ରଖିଥିଲେ । ସେ ୟୁରୋପୀୟ ଫିଲ୍ମ ଓ ସିରିଜରେ କ୍ୟାରିୟର କରିବା ଆରମ୍ଭ କରିଥିଲେ । ୧୯୯୮ରେ ସେ ତାଙ୍କର ପ୍ରଥମ ଫିଲ୍ମ ଦ ଥିଓରୀ ଅଫ୍ ଫ୍ଲାଇଟ୍ ରିଲିଜ ହୋଇଥିଲା । ଏହାପରେ ପରେ କିଙ୍ଗ୍ ଆର୍ଥର, ଦ ବୁକ୍ ଅଫ୍ ଏଲୀ ଏବଂ ଦ ଅଦର ଗାଏ ଭଳି ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିଥିଲା ।

author

Related Articles

Leave a Reply

Your email address will not be published. Required fields are marked *